Hindi News >>Home >>Zee Odisha Crime

Sambalpur Crime News: ପ୍ରେମିକକୁ ମାରିଦେଲେ ପ୍ରେମିକାର ଘର ଲୋକେ ! ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

Sambalpur Crime News In Odia: ପ୍ରେମ (Love) ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ (Love) ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ହେଲେ ସେହି ପ୍ରେମ ଯେବେ, ଘୃଣା ଓ ସନ୍ଦେହରେ ପରିବର୍ତ୍ତନ ହୁଏ ଜୀବନକୁ ନର୍କ କରିଦିଏ । ଏଭଳିକି ଜୀବନ ନେବାକୁ ମଧ୍ୟ ପଛାଏନି । ଏଭଳି ଏକ ଘଟଣା ଦେଖିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ । (love affair angle suspected) ପ୍ରେମ ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି (Young man killed in Sambalpur)। ପଢନ୍ତୁ ପୂରା ରିପୋର୍ଟ...

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
PREMANANDA PUJARI|Updated: May 19, 2023, 01:09 PM IST

Sambalpur Crime News In Odia: ପ୍ରେମ (Love) ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ (Love) ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ଏହା ଏମିତି ଏକ ସମ୍ପର୍କ, ଯାହା ଯୁଗ ଯୁଗର । ହେଲେ ସେହି ପ୍ରେମ ଯେବେ, ଘୃଣା ଓ ସନ୍ଦେହରେ ପରିବର୍ତ୍ତନ ହୁଏ ଜୀବନକୁ ନର୍କ କରିଦିଏ । ଏଭଳିକି ଜୀବନ ନେବାକୁ ମଧ୍ୟ ପଛାଏନି । ଏଭଳି ଏକ ଘଟଣା ଦେଖିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ । (love affair angle suspected) ପ୍ରେମ ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି (Young man killed in Sambalpur)। ମୃତ ଯୁବକ ଜଣକ ହେଲେ,ବିହାର ମଧୁବନି ଅଞ୍ଚଳର ରାଜେଶ କୁମାର ଠାକୁର। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏ-ହି ହତ୍ୟାକାଣ୍ତ ଘଟିଲା ସେନେଇ ତଦନ୍ତ ଜାରି ରଖିଛି।  

ସୂଚନା ଅନୁସାରେ, ବିହାର ମଧୁବନି ଅଞ୍ଚଳର ରାଜେଶ କୁମାର ଠାକୁର ଦିର୍ଘ ବର୍ଷ ହେବ ବୁର୍ଲାରେ (Burla) ରହି ଆସୁଥିଲେ। ସେ ବୁର୍ଲା ନିକଟସ୍ଥ ବି.ଆର ଷ୍ଟିଲ କାରଖାନାରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ।  କିନ୍ତୁ ଅଭିଯୋଗ ହୋଇଛି ଯେ, ଗତ କିଛି ଦିନ ହେବ ସେଠାରେ ସେ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ । ଏବଂ ସମ୍ପୃକ୍ତ ଯୁବତୀ ମଧ୍ୟ ରାଜେଶଙ୍କୁ ମନପ୍ରାଣ ଦେଇ ଭଲ ପାଉଥିଲେ। କିନ୍ତୁ ଏହି ପ୍ରେମ ସମ୍ପର୍କକୁ ଗ୍ରହଣ କରି ନଥିଲେ ଯୁବତୀଙ୍କ ଘର ଲୋକେ । ଏହାପରେ , ସମ୍ପୃକ୍ତ ଯୁବକଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ସମ୍ପୃକ୍ତ ଯୁବତୀଙ୍କ ଘର ଲୋକେ।  ଗତ କିଛି ଦିନ ହେବ ରାଜେଶ, ନିଖୋଜ ଥିଲେ। ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ୍ ଘଟଣାତ ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ଯୁବକଙ୍କ ଗଳିତ ମୃତଦେହ ଆଜି ବୁର୍ଲା ଥାନା ଅନ୍ତର୍ଗତ ମଡିଆ ଡୁଙ୍ଗୁରିପଡା ନିକଟ ଏକ ପୋଖରୀରୁ ଉଦ୍ଧାର କରିଛି । ଯୁବକଙ୍କୁ ପଥରରେ ଛେଚି ହତ୍ୟା କରଯାଇଥିବା ପୋଲିସ୍ କହିଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଯୁବକଙ୍କୁ ପ୍ରେମ ପାଇଁ ହତ୍ୟା କରାଯାଇଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ, ଏହି ଘଟଣାରେ ଆଉ କେଉଁମାନଙ୍କ ହାତ ରହିଛି ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି । 

Also Read : Odisha News: ବାହାଘରରେ ଭୋଜି ଖାଇଲେନି ବରଯାତ୍ରୀ, ବାଇକ ଡ଼ିମାଣ୍ତ କରି ବର ଅଟକ

Also Read : Shani Jayanti: ଦୀର୍ଘ ୩୦ ବର୍ଷ ପରେ ପଡୁଛି ଏପରି ମହାସଂଯୋଗ; ଶନି ଜୟନ୍ତୀରେ ମାଲାମାଲ ହେବ ଏହି ୪ ରାଶି!

ନିକଟରେ ଏଭଳି ଏକ ହତ୍ୟା ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା ଦିଲ୍ଲୀରେ। ଜଣେ ଯୁବତୀଙ୍କୁ ହତ୍ୟା କରିବା ପରେ ତାର ମୃତଦେହକୁ ଫ୍ରିଜରେ ଲୁଚାଇ ରଖିଥିଲା ହତ୍ୟାକାରୀ ପ୍ରେମିକ । ଦିଲ୍ଲୀ ପୋଲିସର କହିବା ଅନୁସାରେ, ଉତ୍ତମ ନଗରର ଜଣେ ମହିଳାଙ୍କ ମୃତଦେହ ନଜଫଗଢ଼ର ମିତ୍ରାଉ ଗାଁର ବାହାରେ ଥିବା ଏକ ଢାବାର ଫ୍ରିଜରୁ ମିଳିଛି । ହତ୍ୟା କରିଥିବା ଯୁବକର ନାଁ ହେଉଛି ସାହିଲ ଗେହଲଟ । ପୋଲିସ ସାହିଲକୁ ଗିରଫ କରିନେଇଛି । ସୂଚନାନୁସାରେ, କାଶ୍ମୀରି ଗେଟ୍ ଆଇଏସବିଟି ପାଖରେ କାର୍ ଭିତରେ ଯୁବତୀଙ୍କ ଗଳା ଚାପି ହତ୍ୟା କରାଯାଇଛି । ହତ୍ୟା ପରେ ହତ୍ୟାକାରୀ ଯୁବତୀଙ୍କ ଶବକୁ ମିତ୍ରାଉ ଗାଁରେ ନିଜ ଢାବାରେ ଥିବା ଫ୍ରୀଜରେ ଲୁଚାଇ ରଖିଥିଲା । ଅଭିଯୁକ୍ତ ଯୁବକର ନାଁ ସାହିଲ ଗେହଲଟ ଅଟେ । ସାହିଲର ବୟସ ୨୬ ବର୍ଷ ଅଟେ । କାର୍ ଭିତରେ ଯୁବତୀଙ୍କ ହତ୍ୟା ପରେ ସାହିଲ ଶବକୁ ନିଜ ଢାବାରେ ରଖିଥିବା ଫ୍ରିଜରେ ଲୁଚାଇ ଦେଇଥିଲା । ମିଳିଥିବା ସୂଚନା ମୁତାବିକ, ସାହିଲ ଏବଂ ଯୁବତୀ ଦୀର୍ଘ ସମୟ ଧରି ରିଲେସନସିପରେ ଥିଲେ । ସାହିଲର ବିବାହ ଅନ୍ୟ ଏକ ସ୍ଥାନରେ ହେଉଥିଲା । ଯୁବତୀ ଜଣଙ୍କ ଏହା ଜାଣିବା ପରେ ବିରୋଧ କରିଥିଲେ । ଏହି କଥାକୁ ନେଇ ସାହିଲ ନିଜ ପ୍ରେମିକାର ହତ୍ୟା କରିଦେଇଥିଲା ।

Read More
{}{}