Hindi News >>Home >>Zee Odisha Crime

ଲମ୍ପଟ ସ୍ୱାମୀର ଅସଲ ମୁଖା ଖୋଲିଦେଲେ ଅନ୍ତସତ୍ତ୍ୱା ସ୍ତ୍ରୀ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ନଟାପଡା ଗ୍ରାମର ନରେନ୍ଦ୍ର ବିଦାନ୍ତ, ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେଠାରେ ରାୟଗଡା ଜିଲ୍ଲାର ସୋନାଲି (ଛଦ୍ମନାମ) ସହିତ ନରେନ୍ଦ୍ରଙ୍କ ସାକ୍ଷାତ ହୋଇଥିଲା। 

Advertisement
ଡିଜାଇନ୍ ଫଟୋ
Stop
Zee Odisha Desk|Updated: Jun 13, 2022, 04:13 PM IST

ବାଲେଶ୍ୱର: ଲମ୍ପଟ ସ୍ୱାମୀର ଅସଲ ମୁଖା ଖୋଲିଦେଲେ ଅନ୍ତସତ୍ତ୍ୱା ସ୍ତ୍ରୀ। ମାମଲା ଏବେ କୋର୍ଟରେ ପହଞ୍ଚିଛି। ଲଭ, ସେକ୍ସ, ଧୋକା ଅଭିଯୋଗରେ ସ୍ୱାମୀକୁ ଗିରଫ କରାଯାଇଛି। ପତ୍ନୀକୁ ଗର୍ଭବତୀ କରି ସ୍ୱାମୀ ଫେରାର ହୋଇଯାଇଥିଲା। ଶେଷରେ ଶ୍ୱଶୁର ଘରେ ସ୍ତ୍ରୀ ପହଞ୍ଚିଲା ପରେ ସ୍ୱାମୀର ସବୁ କାଣ୍ଡକାରନାମାର ଗୁମର ଫିଟିଛି। ଏହି ଘଟଣା ବାଲେଶ୍ଵରର ଖଇରା ଅଞ୍ଚଳରେ ଘଟିଛି।

ଅଭିଯୋଗ ଅନୁସାରେ, ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ନଟାପଡା ଗ୍ରାମର ନରେନ୍ଦ୍ର ବିଦାନ୍ତ, ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେଠାରେ ରାୟଗଡା ଜିଲ୍ଲାର ସୋନାଲି (ଛଦ୍ମନାମ) ସହିତ ନରେନ୍ଦ୍ରଙ୍କ ସାକ୍ଷାତ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଗଢ଼ିଉଠିଥିଲା। ବିବାହ ପ୍ରତିଶ୍ରୁତି ଦେଇ ସୋନାଲି ସହ ନରେନ୍ଦ୍ର ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ। କିଛିଦିନ ପରେ ଉଭୟ ରାୟଗଡା ଆସି ଏକ ଶିବ ମନ୍ଦିର ବିବାହ କରିଥିଲେ।

Also Read: କ'ଣ ସେହି National Herald case, ଯାହାକୁ ନେଇ କଂଗ୍ରେସ ଛାତିରେ ପଶିଛି ଛନକା?

ବିବାହ ପରେ ନରେନ୍ଦ୍ର ତାଙ୍କ ଶ୍ୱଶୁର ଘରେ ରହୁଥିଲେ। ନିଜ ଘକୁ ଯାଉଛି କହି ନରେନ୍ଦ୍ର ହଠାତ ସ୍ତ୍ରୀକୁ ଛାଡି କୁଆଡେ ପଲାଇଥିଲେ। ସୋନାଲି ଏବେ ତିନି ମାସର ଗର୍ଭବତୀ। ଦୀର୍ଘ ଦିନ ପର୍ଯ୍ୟନ୍ତ ସେ ଫେରିନଥିଲେ କି ସ୍ତ୍ରୀର ଫୋନ ଉଠାଇନଥିଲେ। ଶେଷରେ ସ୍ୱାମୀକୁ ଖୋଜି ଖୋଜି ସୋନାଲି, ନରେନ୍ଦ୍ର ଘରେ ପହଞ୍ଚିଥିଲେ। ଆଉ ସେଠାରେ ସେ ଯାହା ଜାଣିବାକୁ ପାଇଲେ, ତାହା ସୋନାଲିଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲା। ନରେନ୍ଦ୍ର ଆଗରୁ ବାହା ହୋଇଥିବା ବେଳେ ତାଙ୍କର ଗୋଟିଏ ୬ ବର୍ଷର ପୁଅ ଅଛି।

ସୋନାଲି କୌଣସି ଉପାୟ ନପାଇ ସ୍ଥାନୀୟ ସମାଜସେବୀ ଓ ମହିଳା ସଂଗଠନ ମାଧ୍ୟମରେ ଖଇରା ଥାନାରେ ଅଭିଯୋଗ କରିଥିଲେ। ଖଇରା ପୋଲିସ ନରେନ୍ଦ୍ରଙ୍କୁ ରବିବାର ରାତିଅଧିଆ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେଠାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଗର୍ଭବତୀ ସୋନାଲି ତାଙ୍କ ସ୍ୱାମୀ ନରେନ୍ଦ୍ରଙ୍କ ନିକଟରେ ରହିବାକୁ ଚାହୁଁଛନ୍ତି। କିନ୍ତୁ ସେ ପୂର୍ବରୁ ବିବାହିତ। ଆଇନ ଅନୁସାରେ ଏକାବେଳେ ଜଣେ ଦୁଇଟି ପତି କିମ୍ବା ପତ୍ନୀ ରଖିପାରିବେ ନାହିଁ, ତେଣୁ ଏବେ ସୋନାଲି କିପରି ନ୍ୟାୟ ପାଇବେ ତାହାକୁ ଅପେକ୍ଷା।

Read More
{}{}