Hindi News >>Home >>Zee Odisha Crime

ହାଇଦ୍ରାବାଦରେ ହିନ୍ଦୁ ସଫେଇ କର୍ମୀଙ୍କୁ ହତ୍ୟା ପ୍ରୟାସ, ଭିଡହିଂସାର ଭିଡିଓ ଭାଇରାଲ

ମିଡିଆ ରିପୋର୍ଟ ଅନୁସାରେ, ଅଭିଯୁକ୍ତ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ ଶତାଧିକ ଲୋକ ଏକ କୋଠା ତଳେ ଏକତ୍ରିତ ହୋଇଥିଲେ। ସେମାନେ କୋଠା ଉପରେ ଚଢି ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ପ୍ରୟାସ କରୁଥିଲେ। ଏପରି କି କିଛି ଲୋକ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରିବାକୁ ପୋଲିସକୁ ଦାବି କରୁଥିଲେ।

Advertisement
ହାଇଦ୍ରାବାଦରେ ହିନ୍ଦୁ ସଫେଇ କର୍ମୀଙ୍କୁ ହତ୍ୟା ପ୍ରୟାସ, ଭିଡହିଂସାର ଭିଡିଓ ଭାଇରାଲ
Stop
Shankarshan Bagh|Updated: Aug 22, 2022, 08:29 PM IST

ହାଇଦ୍ରାବାଦ: ଝିମିଟି ଖେଳରୁ ମାହାଭାରତ! ବ୍ୟକ୍ତିଗତ ବିବାଦରୁ ଆରମ୍ଭ ହୋଇଥିବା କଳହରେ ଲାଗିଲା ଧର୍ମର ରଙ୍ଗ। ଇଶ୍ୱର ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ରବିବାର ପାକିସ୍ତାନର ହାଇଦ୍ରାବାଦରେ ଏହି ଘଟଣା ଘଟିଥିଲା। କୁରାନକୁ ଅପମାନ କରିଥିବା ଅଭିଯୋଗରେ ଶତାଧିକ ମୁସମାନ ଜଣେ ହିନ୍ଦୁ ସଫେଇ କର୍ମଚାରୀଙ୍କୁ ହତ୍ୟା କରିବାପାଇଁ ଦୁଇ ମହଲା କୋଠା ଉପରେ ଚଢିଯାଇଥିଲେ। 

ମିଡିଆ ରିପୋର୍ଟ ଅନୁସାରେ, ଅଭିଯୁକ୍ତ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ ଶତାଧିକ ଲୋକ ଏକ କୋଠା ତଳେ ଏକତ୍ରିତ ହୋଇଥିଲେ। ସେମାନେ କୋଠା ଉପରେ ଚଢି ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ପ୍ରୟାସ କରୁଥିଲେ। ଏପରି କି କିଛି ଲୋକ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରିବାକୁ ପୋଲିସକୁ ଦାବି କରୁଥିଲେ। କିନ୍ତୁ ପୋଲିସ ଉତ୍ୟକ୍ତ ଲୋକଙ୍କୁ କୌଶଳକ୍ରମେ ସେଠାରୁ ଘଉଡାଇବାରେ ସଫଳ ହୋଇଥିଲା। କିନ୍ତୁ ପ୍ରକୃତରେ ସେହି ହିନ୍ଦୁ ବ୍ୟକ୍ତି ଅଭିଯୁକ୍ତ ନ ଥିଲେ, ବରଂ ଜଣେ ମୁସଲମାନ ମହିଳା ଇସଲାମ ଧର୍ମଗ୍ରନ୍ଥକୁ ଜାଳିଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶିତ କରିଛନ୍ତି।

Also Read: ଇମ୍ରାନ ଖାନ ଫେରାର; ଜାମିନ ପାଇଁ କଲେ ନାହିଁ ଅପେକ୍ଷା, ପ୍ରଦର୍ଶନ ପାଇଁ ପ୍ରସ୍ତୁତ ସମର୍ଥକ

ଅଭିଯୁକ୍ତଙ୍କ ନାମ ଅଶୋକ କୁମାର ଓ ସେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ସେ ସଦର ହାଇଦ୍ରାବାଦର ରାବିଆ ସେଣ୍ଟରରେ ରୁହନ୍ତି। ଅଶୋକଙ୍କୁ ଈଶା ନିନ୍ଦା ଆଇନର ୨୯୫ବି ଦଫାରେ ପୋଲିସ ଗିରଫ କରିଥିଲା। ବିଲାଲ ଅବ୍ବାସୀ ନାମକ ଜଣେ ଦୋକାନୀଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଅଶୋକଙ୍କୁ ଗିରଫ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଛାଡି ଦିଆଯାଇଥିବା ସୂଚନା ମିଳିଛି।

ପାକିସ୍ତାନରେ ଈଶା ନିନ୍ଦା ବା ଈଶ୍ୱରଙ୍କୁ ଅପମାନ ଆଇନର ଦୁର୍ବ୍ୟବହାର କରାଯାଉଛି। ସଂଖ୍ୟାଲଘୁ ତଥା କିଛି ମୁସଲମାନ ମଧ୍ୟ ଏହାର ଅଭିଯୁକ୍ତ କରାଯାଉଛି। ଈଶା ନିନ୍ଦା ଅଭିଯୋଗରେ ଅନେକ ଲୋକଙ୍କ ଭିଡହିଂସାର ଶିକାର ହେଉଛନ୍ତି। ଈଶା ନିନ୍ଦା ଆଇନରେ ଶହ ଶହ ଲୋକ ମୃତ୍ୟୁକୁ ଆଦରି ଜେଲ ଦଣ୍ଡ ଭୋଗୁଛନ୍ତି। ସେମାନଙ୍କ ପାଇଁ କୌଣସି ଆଇନଜୀବୀ ଲଢିବାକୁ ମଧ୍ୟ ପ୍ରସ୍ତୁତ ନୁହଁ। ସେମାନଙ୍କୁ ମଧ୍ୟ ନିଜ ଜୀବନ ପ୍ରତି ଭୟ ରହୁଛି। ଯେଉଁଥିପାଇଁ ଈଶା ନିନ୍ଦା ମାମଲାରେ ଅଭିଯୁକ୍ତ ପକ୍ଷରେ କେହି ଠିଆ ହେବାକୁ ରାଜି ହେଉନାହାନ୍ତି। ଆଉ ତଳ କୋର୍ଟ କୌଣସି ଶୁଣାଣି ନ କରି ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଉଛନ୍ତି।

Also Read: Imran Khan may arrest: ଇମ୍ରାନ ଖାନଙ୍କୁ ଗିରଫ ପାଇଁ ପ୍ରସ୍ତୁତ କମାଣ୍ଡୋ, କଠୋର ହେଲା ଗଣମାଧ୍ୟମ

ସେଣ୍ଟର ଫର ରିସର୍ଚ୍ଚ ଏଣ୍ଡ ସିକ୍ୟୁରିଟି ଷ୍ଟଡିଜର ରିପୋର୍ଟ ଅନୁସାରେ, ୧୯୪୭ ପରଠାରୁ ପାକିସ୍ତାନରେ ୧୪୧୫ଟି ଈଶା ନିନ୍ଦା ମାମଲା ରୁଜୁ ହୋଇଛି। ୧୯୪୭ରୁ ୨୦୨୧ ମଧ୍ୟରେ ୮୯ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏଥିରେ ୧୮ ଜଣ ମହିଳା ଥିବା ବେଳେ ୭୧ ଜଣ ପୁରଷ ଅଛନ୍ତି। ତେବେ ଏହାର ପ୍ରକୃତ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ଅନ୍ୟ ଏକ ରିପୋର୍ଟ ଅନୁସାରେ, ଈଶା ନିନ୍ଦା ପାଇଁ ବିଶେଷ କରି ଅହମଦିଆ, ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କୁ ଅଭିଯୁକ୍ତ କରାଯାଉଛି। ତେବେ ଏହି ନିୟମ ସର୍ବାଧିକ ଦକ୍ଷିଣ ଏସିଆ ଦେଶ ଗୁଡିକରେ କୋଛର ଭାବେ ପାଳନ ହେଉଥିବା ଦେଖିବାକୁ ମିଳିଛି। 
 

 

Read More
{}{}