Hindi News >>Home >>Zee Odisha Crime

ଘାତକ ସାଜିଲା ଚିକ୍କଣ ବଦନ! 'ବିଷକନ୍ୟା' ପ୍ରେମରେ ପଡିଥିଲେ ଚାରି ବୃଦ୍ଧ, ପଞ୍ଚମଙ୍କ ପ୍ରସ୍ତାବ ପରେ ଘଟିଗଲା ଏମିତି କାଣ୍ଡ

Man killed in Nalanda: ଏକ ଷଟକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିଲା। ହତ୍ୟା ମାମଲାରେ ସମ୍ପୃକ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ୩୦ ବର୍ଷିୟା ମହିଳାଙ୍କୁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ପୋଲିସ କହିଛି।

Advertisement
ଘାତକ ସାଜିଲା ଚିକ୍କଣ ବଦନ! 'ବିଷକନ୍ୟା' ପ୍ରେମରେ ପଡିଥିଲେ ଚାରି ବୃଦ୍ଧ, ପଞ୍ଚମଙ୍କ ପ୍ରସ୍ତାବ ପରେ ଘଟିଗଲା ଏମିତି କାଣ୍ଡ
Stop
Zee Odisha Desk|Updated: Dec 03, 2022, 10:53 AM IST

Illicit relationship, ପାଟନା: ଦୁଇ ମାସ ପରେ ଜଣେ ବୃଦ୍ଧଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ବିହାରର ନାଳନ୍ଦା ପୋଲିସ। ବୃଦ୍ଧଙ୍କୁ ହତ୍ୟା କରିଥିବା ମାୟାବିନୀ ସହ ତାଙ୍କ ଅନ୍ୟ ଚାରି ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସ୍ପଷ୍ଟ କରିଛି। ମହିଳା ଜଣକ ୫ ଜଣ ବୃଦ୍ଧଙ୍କୁ ଫସାଇ ଲୁଟୁଥିଲେ ବୋଲି ପୋଲିସ କହିଛି।

ଦୁଇ ମାସ ପୂର୍ବେ ନାଳନ୍ଦାର ଅସ୍ଥାୱା ଥାନା ଅଞ୍ଚଳରେ ଜଣେ ବୃଦ୍ଧଙ୍କ ହତ୍ୟା ମାମଲାକୁ ପୋଲିସ ସମାଧାନ କରିଛି। ହତ୍ୟାକାଣ୍ଡ ପଛର କାହାଣୀ ବିଷୟରେ ଯିଏ ଶୁଣିଥିଲେ ସେ ଆଶ୍ଚର୍ଯ୍ୟ ଯିବେ। କାରଣ ଏକ ଷଟକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିଲା। ହତ୍ୟା ମାମଲାରେ ସମ୍ପୃକ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏଥିରେ ଜଣେ ମହିଳା ବି ସାମିଲ ଅଛନ୍ତି। ୩୦ ବର୍ଷିୟା ମହିଳାଙ୍କୁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ପୋଲିସ କହିଛି। ସମସ୍ତ ଅଭିଯୁକ୍ତ ଭିନ୍ନ ଭିନ୍ନ ଗ୍ରାମର ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା କୁହାଯାଉଛି।

Also Read: Shraddha Murder Case: ହତ୍ୟାର କାରଣ କହିଲା ଜହ୍ଲାଦ, ବଢୁଥିଲା ଘରଖର୍ଚ୍ଚ ବଢୁଥିଲା ଶ୍ରଦ୍ଧାଙ୍କ

ଡିଏସପି ଡକ୍ଟର ଶିବ୍ଲି ନୋମାନି କହିଛନ୍ତି ଯେ, ୧୮ ଅକ୍ଟୋବର ରାତିରେ ଅସ୍ଥାୱା ଥାନା ନିକଟସ୍ଥ ନବନିର୍ମିତ କମ୍ୟୁନିଟି ବିଲ୍ଡିଂର ସେଫ୍ଟି ଟାଙ୍କିରେ ଜଣେ ବୃଦ୍ଧଙ୍କ ମୃତଦେହ ମିଳିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଭଳି ମନେ ହେଉଥିଲା। ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ବାଲଭାପର ଗାଁର ବାସିନ୍ଦା ତୃପିତ ଶର୍ମା (୭୫ ବର୍ଷ) ବୋଲି ଜଣାପଡିଥିଲା। ଅକ୍ଟୋବର ୨୧ରେ ମୃତକଙ୍କ ପୁଅ ମିଟୁ କୁମାରଙ୍କ ଦ୍ୱାରା ହତ୍ୟା ଅଭିଯୋଗ କରାଯାଇଥିଲା। ଜଣେ ଡିଏସପିଙ୍କ ନେତୃତ୍ୱରେ ତୃପିତ ଶର୍ମା ହତ୍ୟାକାଣ୍ଡର ତଦନ୍ତ କରାଯାଇଥିଲା। ପରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପିନୋ ଦେବୀ ଓ ତାଙ୍କର ୪ ସହଯୋଗୀଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ପୋଲିସର କହିବା ଅନୁସାରେ, ପିନୋ ଦେବୀଙ୍କ ସହ ଅନୈତିକ ସମ୍ପର୍କ ହେତୁ ତୃପିତ ଶର୍ମା ହତ୍ୟାକାଣ୍ଡ ଘଟିଛି। ବହୁ ପୂର୍ବରୁ ପିନୋ ଦେବୀଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି। ବାସ୍ତବରେ ପିନୋ ଦେବୀ (୩୦ ବର୍ଷ) ଏକ ଚା ଦୋକାନ ଚଳାନ୍ତି। ଦୋକାନକୁ ଆସୁଥିବା ଚାରିଜଣ ବୃଦ୍ଧଙ୍କ ସହ ପିନୋ ଦେବୀ ସମ୍ପର୍କ ରଖିଥିଲେ। ଏହି ସମୟରେ ପିନୋଙ୍କ ଜୀବନରେ ଷଷ୍ଠ ପୁରୁଷ ଭାବେ ତୃପିତ ଶର୍ମାଙ୍କ ଏଣ୍ଟ୍ରୀ ହୋଇଥିଲା। ନିଜ ମାୟା ଜାଲରେ ଫସାଇ ସେ ବୃଦ୍ଧଙ୍କ ଠାରୁ ପ୍ରବଳ ଟଙ୍କା ଲୁଟୁଥିଲେ। ଅନ୍ୟ ୪ ଜଣଙ୍କ ସହ ପିନୋଙ୍କ ସମ୍ପର୍କ ଥିବା ଜାଣିବା ପରେ ତୃପିତ ରାଗି ଯାଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା।

Also Read: Brutal Murder: ୧୦ ଲକ୍ଷର ସୁପାରୀ, ଦୁଇକୋଟିର ଇନ୍ସୁରାନ୍ସ ଟଙ୍କା ସ୍ୱାମୀକୁ ସଜାଇଲା ହତ୍ୟାକାରୀ

ମୃତ୍ୟୁ ପୂର୍ବରୁ ତୃପିତ ଶର୍ମା କିଛି ପ୍ରସଙ୍ଗରେ ପିନୋ ଦେବୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଆଉ ରାଗିଯାଇ ପିନୋ ଦେବୀ, ଶର୍ମାଙ୍କୁ ଏକ ଶିକ୍ଷା ଦେବାକୁ ସ୍ଥିର କଲେ। ସେଥିପାଇଁ ସେ ତାଙ୍କୁ ଭେଟିବା ପାଇଁ ନବନିର୍ମିତ କମ୍ୟୁନିଟି ହଲକୁ ଡାକିଥିଲେ। ତୃପିତ ଶର୍ମା ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କୁ ପିଟିପିଟି ହତ୍ୟା କରିଥିଲା। ତା’ପରେ ତୃପିତଙ୍କୁ ଠେଲି ହୋଇ ଶୌଚାଳୟ ଟାଙ୍କିରେ ପକାଇଥିଲେ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ, ମୃତକଙ୍କ ମୋବାଇଲକୁ ମଧ୍ୟ ଉଦ୍ଧାର କରିଛି।

 

 

 

 

 

 

Read More
{}{}