Hindi News >>Home >>Zee Odisha Crime

Boudh Police: ନଲମ୍ୱିତ ହେଲେ ତିନି ପୋଲିସ କର୍ମଚାରୀ

ବୌଦ୍ଧ ପୋଲିସ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ଗଞ୍ଜେଇ ଚୋରା ଚାଲାଣକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଛାଡିବା ଅଭିଯୋଗରେ ବାନ୍ଧିଲା ପୋଲିସ ।

Advertisement
ସାକେଂତିକ ଫୋଟେ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jan 20, 2023, 07:41 PM IST

Three cops are suspended : ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ  ଛାଡି ଦେବା ଅଭିଯୋଗରେ ବୌଦ୍ଧ ଜିଲ୍ଲାର ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ପୋଲିସ କର୍ମଚାରୀ କନଷ୍ଟେବଳ ମଧ୍ୟରେ ସଞ୍ଜୀବ ପ୍ରଧାନ, କେଶବ ପ୍ରଧାନ ଓ ବାଗିଆପଡା ପୋଲିସ ଆଉଟପୋଷ୍ଟର ପୋଲିସ ଅଧିକାରୀ ସନାତନ ପ୍ରଧାନ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଜାନୁଆରୀ ୧୭ ତାରିଖ ରାତିରେ ବାଗିଆପଡା ଅଞ୍ଚଳରେ ଏକ ବାଇକରେ ୧୩ କିଲୋଗ୍ରାମ ଗଞ୍ଜେଇ ନେଉ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ କର୍ମଚାରୀମାନେ ଧରିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ତାଙ୍କୁ ପରେ ଛାଡି ଦେଇଥିଲେ ।

ପୋଲିସ କର୍ମଚାରୀମାନେ ଅଭିଯୁକ୍ତ ସହ ଛାଡିବାକୁ ନେଇ ଡିଲ କରିବା ପରେ ଗଞ୍ଜେଇ ଲୁଚାଇ ରଖିବା ନେଇ ସେମାନଙ୍କ ସରକାରୀ କାର୍ଯ୍ୟାଳୟକୁ ଷ୍ଟୋର ହାଉସ ଭାବେ ବ୍ୟବହାର କରିଥିଲେ । ୩ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଦକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

ଏହି ଘଟଣା ସଂପର୍କରେ ଜାଣିବା ପରେ ବୌଦ୍ଧ ଏସପି ପ୍ରହଲ୍ଲାଦ ମିନା ବୌଦ୍ଧ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଏହାର ତଦନ୍ତ ନେଇ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ସମୟରେ ପୋଲିସ ଅଧିକାରୀ ସନାତନ ପ୍ରଧାନଙ୍କ ସରକାରୀ କ୍ୱାଟରରୁ ବହୁ ଅବକାରୀ ଜିନିଷ (ଗଞ୍ଜେଇ) ଜବତ ହୋଇଥିବା ସୂଚନା ମିଳିଛି । ପୋଲିସ ଅଧିକାରୀଙ୍କ ସମେତ ଦୁଇ ଜଣ କନେଷ୍ଚବଳ ମଧ୍ୟ ଏହି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଯାଞ୍ଚରୁ ଜଣାପଡିଛି ।

Read More
{}{}