Hindi News >>Home >>Zee Odisha Crime

Crime News: ୭୦ ବର୍ଷର ମାଆକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଅ ଗିରଫ

abuse of 70 year old women:  ୭୦ ବର୍ଷର ମାଆକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଅ ଗିରଫ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ପାଳସାହି ପଞ୍ଚାୟତର କୁଳସାହି ଗ୍ରାମରେ ଘଟିଯାଇଛି ଏଭଳି ଏକ ଘଟଣା ଘଟିଛି। 

Advertisement
Crime News: ୭୦ ବର୍ଷର ମାଆକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଅ ଗିରଫ
Stop
Zee Odisha Desk|Updated: Sep 04, 2023, 10:14 PM IST

son arrested for molesting mother: ମାଆ ପରି ଶବ୍ଦ ଯାହା ଜଗତରେ ନାହିଁ। ଯେଉଁ ମାଆ ନିଜର ସନ୍ତାନକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ ଦେଇଥାଏ। ମାଆର ହାତ ଧରି ବାଟ ଚାଲିବା ଶିଖି ଥାଏ। ସେହି ସନ୍ତାନ ପିଶାଚ ସାଜି ନିଜର ମାଆକୁ କରିଛି ଦୁଷ୍କର୍ମ। ଏହାକୁ ବିଶ୍ଵାସ କରି ହେଉନଥିଲେ ମଧ୍ୟ ବିଶ୍ଵାସ କରିବାକୁ ହେବ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ପାଳସାହି ପଞ୍ଚାୟତର କୁଳସାହି ଗ୍ରାମରେ ଘଟିଯାଇଛି ଏଭଳି ଏକ ଘଟଣା ଘଟିଛି। 

ଉକ୍ତ ଗ୍ରାମର ମୁକ୍ତି କାନ୍ତ ମଳିକଙ୍କ ପୁଅ କମଳା କାନ୍ତ ମଳିକ (୩୪) ନିଜର ୭୦ ବର୍ଷ ମାଆକୁ ସୋମବାର ସକାଳେ ଶୋଇଥିବା ଅବସ୍ଥାରେ ଜୋରଜବର ଦସ୍ତ ମାଡ଼ ମାରି ଦୁଷ୍କର୍ମ କରିଥିଲା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ  ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଥିଲେ। ପରେ ଧୁଷୁରୀ ପୋଲିସ ପହଞ୍ଚି ଅଭିଯୁକ୍ତ କମଳାକୁ ଗିରଫ କରିବା ସହ କେସ ନମ୍ବର ୩୧୮/୨୩ ରେ ମାମଲା ରୁଜୁ କରି ଡ଼ାକ୍ତର ମାଇନା ପାଇଁ ଧାମନଗର ପଠାଇ ଘଟଣାର ତଦନ୍ତ କରିଛି। ଅସୁସ୍ଥ ପୀଡ଼ିତକୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Read More
{}{}