Hindi News >>Home >>Zee Odisha Crime

Crime News: ମହିଳା ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା, ଆସିଲା ବଡ଼ ଖବର

Odisha Woman Doctors Death Case: ମୃତକ ଡାକ୍ତର ଶୁଭଶ୍ରୀ କର କେଉଁଝର ଜିଲ୍ଲାର ବଣେଇକଳାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିଲେ। ଯିଏ କଟକ ଜିଲ୍ଲାର ମୂଳ ବାସିନ୍ଦା। ଗତକାଲି ଶୁଭଶ୍ରୀଙ୍କ ମୃତ ଦେହ ତାଙ୍କ ବଣେଇକଳାସ୍ଥିତ ବାସଭବନରୁ ମିଳିଥିଲା। 

Advertisement
Crime News: ମହିଳା ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା, ଆସିଲା ବଡ଼ ଖବର
Stop
Zee Odisha Desk|Updated: Jan 02, 2023, 04:13 PM IST

  
Odisha Woman Doctors Death: ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମାଲାରେ ଆସିଛି ଏକ ବଡ ଖବର। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କ ନାଁ ସାମ୍ନାକୁ ଆସିଛି। ଏହି ମାମଲାରେ ମୃତକ ଡାକ୍ତର  ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିକଟରେ ଥାନାରେ ଦାଖଲ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

ଏନେଇ ଗତ ୨୧ ଡିସେମ୍ବରରେ ଯୋଡ଼ା ପୋଲିସ (Joda police Station) ପାଖରେ ଏକ ଅଭିଯୋଗ ଦାଏର କରାଯାଇଥିଲା। ମୃତକ ଡାକ୍ତର  ଜଣଙ୍କ ଅଭିଯୋଗ କରିଥିଲେ ଦିବ୍ୟ ରଞ୍ଜନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ରହିଥିଲା। ଯିଏ ତାଙ୍କୁ ବିବାହ କରି ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବାର ଅଭିଯୋଗ କରିଥିଲେ।

ଅଭିଯୋଗରେ ମୃତକ ଡାକ୍ତର ଶୁଭଶ୍ରୀ କର ଦର୍ଶାଇଛନ୍ତି ଯେ ସେ ପ୍ରାୟ ୬ ବର୍ଷ ଦିବ୍ୟ ରଞ୍ଜନ ମାଝୀଙ୍କ ସହ ଯୋଗାଯୋଗରେ ଆସିଥିଲେ। ଯିଏ ତାଙ୍କୁ ବିବାହ କରି ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରେ ଯେତେବେଳେ ମୃତକ ଶୁଭଶ୍ରୀ ତାଙ୍କୁ ବିବାହ କରିବାକୁ କହିଥିଲେ, ସେତେବେଳେ ଦିବ୍ୟରଞ୍ଜନ ବିବାହ କରିବାକୁ ମନା କରି ଦେଇଥିଲେ।  

ମୃତକ ଡାକ୍ତର ଶୁଭଶ୍ରୀ କର କେଉଁଝର ଜିଲ୍ଲାର (Keonjhar District) ବଣେଇକଳାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ (Baneikala Primary Health Centre) କାର୍ଯ୍ୟରତ ଥିଲେ। ଯିଏ କଟକ ଜିଲ୍ଲାର ମୂଳ ବାସିନ୍ଦା। ଗତକାଲି ଶୁଭଶ୍ରୀଙ୍କ ମୃତ ଦେହ ତାଙ୍କ ବଣେଇକଳାସ୍ଥିତ ବାସଭବନରୁ ମିଳିଥିଲା। ନୂଆ ବର୍ଷ ପାଳନ କରିବା ପରେ ଶୁଭଶ୍ରୀ ତାଙ୍କର ଅନ୍ୟ କିଛି ବନ୍ଧୁଙ୍କ ସହ ତାଙ୍କ ବାସଭବନକୁ ଫେରିଥିଲେ। ହେଲେ ପରେ ବାରମ୍ବାର କବାଟ ବାଡେଇବା ସତ୍ତ୍ୱେ ସେ ଦୀର୍ଘ ସମୟ ଧରି କବାଟ ଖୋଲି ନ ଥିବାରୁ ତାଙ୍କ ଘରୋଇ ସହାୟକ ଏବଂ ପଡ଼ୋଶୀ ଏ ସମ୍ପର୍କରେ ଥାନାକୁ ଜଣାଇଥିଲେ।

ହେଲେ ଯେତେବେଳେ ପୋଲିସ ତାଙ୍କ ଘର ଖୋଲିଥିଲା ସେତେବେଳେ ସେ ଏକ ଖଟ ଉପରେ ମୃତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଯୋଡା ପୋଲିସ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା। ଡାକ୍ତର ଶୁଭଶ୍ରୀ କରଙ୍କ ଅକାଳ ମୃତ୍ୟୁ ହେବାର କାରଣ ତାାହ କେବଳ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

 

Read More
{}{}