Hindi News >>Home >>Zee Odisha Crime

Odisha Crime: କ୍ରୋଧର କରୁଣ ପରିଣତି, ଲୁହା ରଡ଼ରେ ଛେଚି ଛେଚି ସାଗରଙ୍କୁ ହତ୍ୟା

Odisha Crime: ଜଗତସିଂହପୁର(Jagatsinghpur) ଜିଲ୍ଲା ସଦର ଥାନା ସାଳିଜଙ୍ଗା ଅନ୍ତର୍ଗତ ଚାରିବାଟିଆ ଗ୍ରାମରେ ଯୁବକଙ୍କୁ ଲୁହା ଛଡରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସୂଚନାନୁଯାୟୀ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସାଳିଜଙ୍ଗା ପଂଚାୟତର ସାଗର ନାୟକ ଗତକାଲି ରାତିରେ ଏକ ପାନ ଦୋକାନରେ ପାନ ଖାଉଥିବା ସମୟରେ ସେହି ଗ୍ରାମର ଦିଲୁ ସାମଲ ଓ ପ୍ରତାପ ବେହେରା ହଠାତ୍ ଏକ ଲୁହା ଛଡରେ ସାଗର ନାୟକଙ୍କ ମୁଣ୍ଡକୁ ଛେଚି ଚାଲିଥିଲେ।

Advertisement
Odisha Crime: କ୍ରୋଧର କରୁଣ ପରିଣତି, ଲୁହା ରଡ଼ରେ ଛେଚି ଛେଚି ସାଗରଙ୍କୁ ହତ୍ୟା
Stop
Priyambada Rana|Updated: Aug 24, 2023, 12:00 PM IST

Odisha Crime: ଜଗତସିଂହପୁର(Jagatsinghpur) ଜିଲ୍ଲା ସଦର ଥାନା ସାଳିଜଙ୍ଗା ଅନ୍ତର୍ଗତ ଚାରିବାଟିଆ ଗ୍ରାମରେ ଯୁବକଙ୍କୁ ଲୁହା ଛଡରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସୂଚନାନୁଯାୟୀ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସାଳିଜଙ୍ଗା ପଂଚାୟତର ସାଗର ନାୟକ ଗତକାଲି ରାତିରେ ଏକ ପାନ ଦୋକାନରେ ପାନ ଖାଉଥିବା ସମୟରେ ସେହି ଗ୍ରାମର ଦିଲୁ ସାମଲ ଓ ପ୍ରତାପ ବେହେରା ହଠାତ୍ ଏକ ଲୁହା ଛଡରେ ସାଗର ନାୟକଙ୍କ ମୁଣ୍ଡକୁ ଛେଚି ଚାଲିଥିଲେ।ଫଳରେ ସାଗର ନାୟକ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ।

 ଖବର ପାଇ ପରିବାର ଲୋକେ ତୁରନ୍ତ ଏକ ବୋଲେରୋ ଗାଡ଼ି ସାହାଯ୍ୟରେ ଜଗତସିଂହପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଖବରପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ଦିଲୁ ସାମଲଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ଥାନା ରେ ଅଟକ ରଖିଥିବା ବେଳେ ଘଟଣା ସ୍ଥଳରୁ ଅନ୍ୟ ଅଭିଯୁକ୍ତ ପ୍ରତାପ ବେହେରା ଫେରାର ହୋଇ ଯାଇଥିବା ଜଣାପଡିଛି। ତେବେ ମୃତ ସାଗର ଓ ଅଭିଯୁକ୍ତ ଦିଲୁ ଓ ପ୍ରତାପ ତିନିଜଣ ପୂର୍ବରୁ ଭଲ ସାଙ୍ଗ ଥିବା ବେଳେ କୌଣସି କାରଣରୁ ଏହି ତିନିଜଣଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହାକୁ କେନ୍ଦ୍ର କରି ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। 

ଗତକାଲି ରାତିରେ ସାଗର ନାୟକ ଏକ ପାନ ଦୋକାନରେ ଛିଡା ହୋଇଥିବା ବେଳେ ଦିଲୁ ଓ ପ୍ରତାପ ଆସି ସେଠାରେ ପହଂଛି ଥିଲେ।ଉଭୟଙ୍କ ମଧ୍ୟରେ କିଛି ସମୟ ବଚସା ହେବାପରେ ହଠାତ୍ ପ୍ରତାପ ଓ ଦିଲୁ ପାଖରେ ପଡିଥିବା ଏକ ଲୁହା ଛଡରେ ସାଗରଙ୍କୁ ଆକ୍ରମଣ କରିଥିଲେ।ଦୁଇ ସାଙ୍ଗ ଏପରି ରକ୍ତମୁଖା ହୋଇ ଯାଇଥିଲେ ଯେ ପ୍ରତିରୋଧ କରିବା ପାଇଁ କେହି ବି ପାଖକୁ ଆସୁନଥିଲେ। ଯିଏ ଆସୁଥିଲା ସେମାନଙ୍କୁ ମାରିଦେବାର ଭୟ ଦେଖାଉଥିଲେ। ସାଗରଙ୍କୁ ପିଟି ପିଟି ହତ୍ୟା କରିବା ପରେ ଉଭୟ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଫେରାର୍ ଦିଲ୍ଲୀପ ସାମଲ କୁ ଧରିବାରେ ପୋଲିସ  ସଫଳ ହୋଇଛି। ଅନ୍ୟ ଅଭିଯୁକ୍ତ ପ୍ରତାପ ବେହେରା ଏବେବି ଫେରାର୍ ଥିବା ବେଳେ ପୋଲିସର ତଦନ୍ତ ଜାରୀ ରହିଛି।

Also Read: Vigilance Raid: ରାୟଗଡ଼ାର କୁବେର ଡିଏଫଓ! ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼

Read More
{}{}