Hindi News >>Home >>Zee Odisha Crime

ଦାଦାର ବୋମା ମାଡ଼ରେ ଜଳିଗଲା ସଂସାର, ପୁତୁରା ମୃତ

ପାରିବାରିକ କଳହର ଉଗ୍ରରୂପ। ପୁତୁରାର ଜୀବନ ନେଇଗଲା ଦାଦା। ଦୀର୍ଘର ଦିନର ପାରିବାରିକ କଳହର ଆଜି ପୁନଃରାବୃତି ନିଜ ପୁତୁରାକୁ ହତ୍ୟା କରି ଜୀବନରୁ ମାରିଦେଵାକୁ ପଛାଇଲା ନାହିଁ ଦାଦା। ଏପରି ଲୋମଟଙ୍କାରା ଘଟଣା ହରିରାଜପୁରବାସୀଙ୍କୁ ସ୍ତବ୍ଧ କରିଦେଇଛି। ଆଜି ଅପରାହ୍ନ ସମୟରେ ପବିତ୍ର ଦଶହରା ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Oct 04, 2022, 08:25 PM IST

ପିପିଲି (ବିଶ୍ବରଂଜନ ବିଶ୍ବଶ୍ରୀ): ପାରିବାରିକ କଳହର ଉଗ୍ରରୂପ। ପୁତୁରାର ଜୀବନ ନେଇଗଲା ଦାଦା। ଦୀର୍ଘର ଦିନର ପାରିବାରିକ କଳହର ଆଜି ପୁନଃରାବୃତି ନିଜ ପୁତୁରାକୁ ହତ୍ୟା କରି ଜୀବନରୁ ମାରିଦେଵାକୁ ପଛାଇଲା ନାହିଁ ଦାଦା। ଏପରି ଲୋମଟଙ୍କାରା ଘଟଣା ହରିରାଜପୁରବାସୀଙ୍କୁ ସ୍ତବ୍ଧ କରିଦେଇଛି। ଆଜି ଅପରାହ୍ନ ସମୟରେ ପବିତ୍ର ଦଶହରା ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର ପଞ୍ଚାୟତ ନଇଭଂସ ଗ୍ରାମରେ ଦଶହରାର ମାହୋଲ ଭିତରେ ବୋମା ଫୁଟିବା ସ୍ତବ୍ଧ ସମସ୍ତଙ୍କ ଛତି ଥରାଇ ଦେଇଛି।

ପାରିବାରିକ ଜମିଜମା ସମସ୍ୟାକୁ ନେଇ ଦୁଇ ପରିବାର ମଧ୍ୟରେ ଲାଗି ରହିଥିବା କଳହର ଆଜି ପୁନଃରାବୃତି ପରେ ତପନ ଦାସଙ୍କ ଦାସ ବିଦ୍ୟାଧର ଦାସ ନିଜ ପାଖରେ ରଖିଥିବା ଏକ ଅଫୁଟା ବୋମା ଆଣି ତପନଙ୍କ ଉପରେ ପକାଇ ଦେବାପରେ ତପନ ଗୁରୁତର ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ତପନକୁ ହରିରାଜପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥିତ ଏମସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ଡାକ୍ତର ତପନ ଦାସକୁ ମୃତ ଘୋଷଣା କରିଛନ୍ତି ।

ସେପଟେ ତପନଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ଘଟଣା ସ୍ଥଳରେ ହରିରାଜପୁର ଫାଣ୍ତି ଅଧିକାରୀ, ଡେଲାଙ୍ଗ ଥାନା ଅଧିକାରୀ ଅନୀଲ ମହାନ୍ତି, ପିପିଲି ଏସଡିପିଓ ଦେବୀଦତ୍ତ ବରାଳ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ହତ୍ୟା କରୀ ଦାଦା ବିଦ୍ୟା ଧର ଦାସ ଗାଁ ଛାଡି ଅନ୍ୟତ୍ର ଫେରାର ହୋଇଥିବା ପୁଲିସ ଜାଣିବାକୁ ପାଇଁଛି । ପୁଲିସ ଦୁଇ ପରିବାର କୁ ପଚାରା ଉଚରା କରୁଛି । ଅଭିଯୁକ୍ତ ବିଦ୍ୟାଧରକୁ ଗିରଫ କରିବାକୁ ସ୍ବତନ୍ତ୍ର ଗଠନ ହୋଇଥିବା ବେଳେ ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଘଟଣାର ଯାଞ୍ଚ କରି ପାରେ ।

Read More
{}{}