Hindi News >>Home >>Zee Odisha Crime

Gopal Das: ସରିଲା ପରୀକ୍ଷା ନିରୀକ୍ଷା, କେତେ ସତ କହିଲା ଗୋପାଳ ?

Gopal Das Sent To Jail: ରବିବାର ସନ୍ଧ୍ୟାରେ ଗାନ୍ଧିନଗରରୁ ଛତିଶଗଡ଼ର ରାୟପୁରକୁ ବିମାନ ଯୋଗେ ଅଣାଯିବା ପରେ ସେଠାରୁ ଝାରସୁଗୁଡ଼ାକୁ ଆଉ ବିମାନ ଉପଲବ୍ଧ ନ ଥିବା ହେତୁ ସଡ଼କ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଛି। 

Advertisement
Gopal Das: ସରିଲା ପରୀକ୍ଷା ନିରୀକ୍ଷା, କେତେ ସତ କହିଲା ଗୋପାଳ ?
Stop
Rasmita Sahoo|Updated: Feb 13, 2023, 01:54 PM IST

Gopal Das: ରାଜ୍ୟର ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର (Naba Das Murder) ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର ପରେ ଜେଲ୍‌ ପଠାଇ ଦିଆ ଯାଇଛି। ଝାରସୁଗୁଡା ସବଜେଲକୁ ଅଭିଯୁକ୍ତ ଗୋପାଳ ଦାସକୁ ପଠାଯାଇଛି। ଆଜି ଗୋପାଳକୁ JMFC କୋର୍ଟରେ ହାଜର ପରେ ଜେଲ୍‌ ପଠା ଯାଇଥିବା ସୂଚନା ରହିଛି। ଗୋପାଳ ଦାସର ଆଜି ରିମାଣ୍ଡ ସରିବା ପରେ ଜେଏମଏଫସି କୋର୍ଟରେ  କ୍ରାଇମବ୍ରାଞ୍ଚ ହାଜର କରିଥିଲା। ଗୋପାଳର ୩ଟି  ପର୍ଯ୍ୟାୟ ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର କରାଯାଇଥିଲା।

ଅଭିଯୁକ୍ତ ଗୋପାଳ ଦାସର (Accused Gopal Das) ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ଗୁଜରାଟର ଗାନ୍ଧିନଗରଠାରେ ଶେଷ ହେବା ପରେ ରବିବାର ଝାରସୁଗୁଡ଼ା ପ୍ରତ୍ୟାବର୍ତ୍ତନ କରିଛି । ରବିବାର ସନ୍ଧ୍ୟାରେ ଗାନ୍ଧିନଗରରୁ ଛତିଶଗଡ଼ର ରାୟପୁରକୁ ବିମାନ ଯୋଗେ ଅଣାଯିବା ପରେ ସେଠାରୁ ଝାରସୁଗୁଡ଼ାକୁ ଆଉ ବିମାନ ଉପଲବ୍ଧ ନ ଥିବା ହେତୁ ସଡ଼କ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଛି।

ସୂଚନା ଅନୁଯାୟୀ, ଗତ ୮ତାରିଖରେ ବିମାନରେ କୋଲକାତା ଦେଇ ଗୁଜୁରାଟର ଗାନ୍ଧୀନଗର ନିଆଯାଇଥିଲା ଗୋପାଳକୁ। ସେଠାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଡିଏଫଏସ)ରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ(Polygraph Test) ଓ ନାର୍କୋଟେଷ୍ଟ କରାଯାଇଥିଲା। ପ୍ରଥମେ ପଲିଗ୍ରାଫ ଟେଷ୍ଟ କରାଯାଇ ଗୋପାଳକୁ ଅତି କମ୍‌ରେ ୫୦ଟି ପ୍ରଶ୍ନ ପଚରା ଯାଇଥିଲା। ତେବେ ସେହି ସମୟରେ କୁହାଯାଉଥିଲା ଯେ, ଗୋପାଳ ଦୀର୍ଘ ସମୟ ଧରି ଅଚେତ ଅବସ୍ଥାରେ ରହିଥିଲା।

ପ୍ରଶ୍ନବେଳେ ଗୋପାଳର ବ୍ୟବହାର, ଶ୍ବାସକ୍ରିୟାର ସ୍ବାଭାବିକତା ବା ଅସ୍ବାଭାବିକତା, ରକ୍ତଚାପର ହ୍ରାସବୃଦ୍ଧି ଆଦି ରେକର୍ଡ କରାଯାଇଥିଲା। ଏହା ମାଧ୍ୟମରେ ଅଭିଯୁକ୍ତ ଯାହା ବି କହୁଛି କେତେ ସତ କହୁଛି ତାହା ବିଶ୍ଲେଷଣ କରିବା ସହଜ ହୁଏ। ତା ଛଡ଼ା ଅଭିଯୁକ୍ତ ଗୋପାଳର ନାର୍କୋ ଟେଷ୍ଟ (Narco Test) ମଧ୍ୟ କରାଯାଇଥିଲା । ଯାହାକି ୭ଘଣ୍ଟା ସମୟ ଧରି ଚାଲିଥିଲା। 

ରିମାଣ୍ଡ ଅବଧି ମଧ୍ୟରେ ଗୁଜରାଟର ଗାନ୍ଧୀନଗରରେ (Gandhi Nagar) ଗୋପାଳର ପ୍ରଥମେ ପଲିଗ୍ରାଫ୍ ଓ ପରେ ନାର୍କୋ ଟେଷ୍ଟ ହୋଇଥିଲା। ତେବେ ନାର୍କୋଟେଷ୍ଟରୁ କଣ ପ୍ରମାଣ ମିଳିଛି ତା ସହ ପଲିଗ୍ରାଫ୍ ଟେଷ୍ଟରେ କେତେ ସତ କଥା କହିଛି ଗୋପାଳ ସେସବୁ କୁ ଗୋପନ ରଖିଛି ତଦନ୍ତକାରୀ ସଂସ୍ଥା। ଝାରସୁଗୁଡ଼ାରେ ହୋଇଥିବା LVA ଏବଂ ସାଇକୋଲଜିକାଲ ଟେଷ୍ଟ ରିପୋର୍ଟରେ ଗୋପାଳର ଆଚରଣ ଓ ମାନସିକ ସ୍ଥିତି ସମ୍ପର୍କରେ ମଧ୍ୟ ସବୁ ତଥ୍ୟକୁ ନିଜ ଅଧିନରେ ରଖିଛି କ୍ରାଇମବ୍ରାଞ୍ଚ (Crime Branch) । 

Also Read: Crime News: ଅନଲାଇନ୍ ଗେମରେ ଯୁବକ ହରାଇଲେ ୮ ଲକ୍ଷ, ଟଙ୍କା ପରିଶୋଧ ପାଇଁ ନାବାଳକକୁ କଲେ ଅପହରଣ ଆଉ ତା ପରେ...

Aldo Read: Crime News: ସ୍ୱାମୀଙ୍କ ବିରୋଧରେ ପ୍ରତାରଣ ଅଭିଯୋଗ ଆଣିଲେ ଗର୍ଭବତୀ ମହିଳା, ଜାଣନ୍ତୁ ପୁରା ଘଟଣାକ୍ରମ

Read More
{}{}