Hindi News >>Home >>Zee Odisha Crime

Crime News: ତନ୍ତ୍ରବିଦ୍ୟା ସିଦ୍ଧି ପାଇଁ ମହିଳାଙ୍କୁ ୫୬ ଖଣ୍ଡ କରି ମାଂସ ଖାଇଲେ ହତ୍ୟାକାରୀ,ପଢ଼ନ୍ତୁ ଅନ୍ଧବିଶ୍ୱାସର ଲୋମ ଟାଙ୍କୁରା ମାମଲା

Crime News: ବିଜ୍ଞାନ ଯୁଗରେ ମଧ୍ୟ ମୁଣ୍ତ ଟେକି ବଞ୍ଚି ରହିଛି ଅନ୍ଧବିଶ୍ୱାସ । ପ୍ରତ୍ୟେକ ଦିନ ଅନ୍ଧବିଶ୍ୱାସ, କଳା ଯାଦୁ ନେଇ ଅନେକ ମାମଲା ସାମ୍ନାକୁ ଆସିଥାଏ । ତେବେ ଆଜି ବି ଏହି ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରିନି ମଣିଷ । ଅନ୍ଧବିଶ୍ୱାସ ହେଉ ବା କଳା ଯାଦୁ ଏଥିରେ ନିଷ୍ପାପ ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ବଳି ପଡ଼ିଥାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଘଟଣା ସପଂର୍କରେ କହିବୁ ଯାହା ଆପଣଙ୍କ ଲୋମ ଟାଙ୍କୁରାଇ ଦେବ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 06, 2023, 11:35 AM IST

Crime News: ଆଜିର ବୈଜ୍ଞାନିକ ଯୁଗରେ ମଧ୍ୟ ଭାରତର ବିଭିନ୍ନ ଅଞ୍ଚଳରେ ଅନ୍ଧବିଶ୍ୱାସର ଚଢେଇ ବସା ବାନ୍ଧି ରହିଛି। ସହର ଗୁଡିକରେ ଏହାର ପ୍ରଭାବ କମ ରହିଥିବା ବେଳେ ଗ୍ରାମାଞ୍ଚଳରେ ରହୁଥିବା ଲୋକ ମାନେ ଏବେ ବି ଅନ୍ଧବିଶ୍ୱାସର ଘେରରେ ରହିଛନ୍ତି। ସାପ କାମୁଡିଲେ ଝଡା ପୁଙ୍କା, ଶିଶୁର ଦେହ ଖରାପ ଥିଲେ ଚେଙ୍କ ଦେବା ପରି ଅନେକ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ ।

ଅନ୍ଧବିଶ୍ୱାସର ବସବର୍ତ୍ତୀ ହୋଇ କେତେବେଳେ ଶିଶୁ ବଳି ଦିଆଯାଇଥାଏ ତ ଆଉକେତେବେଳେ ପରିବାର ଲୋକଙ୍କୁ ହତ୍ୟା କରିବା ପରି ଘଟଣା ମଧ୍ୟ ଲୋକଲୋଚନକୁ ଆସିଛି। ତେବେ ଆସନ୍ତୁ ଜାଣନ୍ତୁ ଅନ୍ଧବିଶ୍ୱାସର (Superstition) ମାୟାଜାଲରେ ପଶି ଘଟିଯାଇଥିବା କିଛି ଲୋମ ହର୍ଷଣକାରୀ ଘଟଣା ବିଷୟରେ ।

ତନ୍ତ୍ର ବିଦ୍ୟା ଶିଖିବା ସମୟରେ ଗୁରୁଙ୍କୁ ହତ୍ୟା କଲା ଶିଷ୍ୟ

ଘଟଣାଟି ହେଉଛି ଛତିଶଗଡର ଧମନ୍ତରୀ ଜିଲ୍ଲାରେ। ଶିକ୍ଷକଙ୍କଠାରୁ ତନ୍ତ୍ର ବିଦ୍ୟା ଶିଖିବା ସମୟରେ ଗୁରୁଙ୍କୁ ହିଁ ହତ୍ୟା କଲା ଜଣେ ୨୫ ବର୍ଷୀୟ ଶିଷ୍ୟ। ପୋଲିସର କହିବା ଅନୁସାରେ ଚାୱଲା ନାମକ ଏକ ଯୁବକ ବସନ୍ତ ସାହୁ ନାମକ ଗୁରୁଙ୍କଠାରୁ ତନ୍ତ୍ର ବିଦ୍ୟା ଶିଖୁଥିଲା। ତେବେ ମଣିଷ ରକ୍ତ ପିଇବା ଦ୍ୱାରା ତନ୍ତ୍ର ବିଦ୍ୟା ଅଧିକ ଶକ୍ତିଶାଳୀ ହେବା ନେଇ ଚାୱଲାର ଭ୍ରମ ଧାରଣା ଥିଲା। ତେବେ ତନ୍ତ୍ର ସାଧନା କରିବା ପାଇଁ ବ୍ୟାକୁଳ ହୋଇ ନିଜ ଗୁରୁ ବସନ୍ତ ସାହୁଙ୍କୁ ହତ୍ୟା କରି ତାଙ୍କ ରକ୍ତ ପିଇଥିଲା ଏହି ଶିଷ୍ୟ।

ଜଣ ମହିଳାଙ୍କୁ ବଳି ଦେଇ ୫୬ ଖଣ୍ଡ କଲା ହତ୍ୟାକାରୀ

କେରଳର ପତନମାଟିଟା ଜିଲ୍ଲାରେ କଳା ଯାଦୁ (Black Magic) ନାଁରେ ଦୁଇ ଜଣ ମହିଳାଙ୍କୁ ବଳି ଦେବାର ଭୟାନକ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । କିଛି ଲୋକ ଆର୍ଥିକ ସହାୟତା କରିବା ଆଳରେ ଦୁଇ ମହିଳାଙ୍କୁ ଡାକିଥିଲେ । ଏହାପରେ ସେମାନଙ୍କୁ ଅପହରଣ ପରେ ହତ୍ୟା କରିଥିଲେ। ହତ୍ୟା ପରେ ଅଭିଯୁକ୍ତମାନେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ପୋତି ଦେଇଥିଲେ। ହତ୍ୟାକାରୀମାନେ ଜଣେ ମହିଳାଙ୍କ ମୃତଦେହକୁ ୫୬ ଖଣ୍ଡ କରି କାଟି ମାଂସ ମଧ୍ୟ ଖାଇଥିଲେ। ମୃତଦେହକୁ ଖଣ୍ଡ ଖଣ୍ଡ କରି ଦୁଇଟି ଅଲଗା ଅଲଗା  ସ୍ଥାନରେ ପୋତି ଦେଇଥିଲେ। ମୃତ ମହିଳାଙ୍କ ବୟସ ୫୦ ରୁ ୫୫ ବର୍ଷ ମଧ୍ୟରେ ଥିଲା ।

ଗୁଣି ଗାରେଡ଼ି ସନ୍ଦେହରେ ବାଡ଼ି ପଥରରେ ହତ୍ୟା

ମଧ୍ୟପ୍ରଦେଶର ଜବଲପୁରରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ବାଡ଼ି ଓ ପଥରରେ ପିଟିପିଟି ହତ୍ୟା କରାଯାଇଥିଲା। ହତ୍ୟା ପରେ ଅଭିଯୁକ୍ତ ମୃତଦେହକୁ ଏକ ଗଛରେ ଟାଙ୍ଗି ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରାଯାଇଥିଲା । ବ୍ୟକ୍ତି ଜଣଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଗାଁ ନିକଟରୁ ବ୍ୟକ୍ତିଙ୍କ ମୃତଦେହ ଜବତ କରାଯାଇଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ପୋଲିସକୁ କହିଥିଲେ ଯେ, ବ୍ୟକ୍ତି ଜଣଙ୍କ ଗୁଣି ଗାରେଡ଼ି ପାରଙ୍ଗମ ଥିଲେ । ତନ୍ତ୍ର ବିଦ୍ୟା ଫଳରେ ସେ ଯେ କୌଣସି ଲୋକଙ୍କୁ ପ୍ରଭାବିତ କରିବା ସହ ତାଙ୍କ ଲାଗି ଅସୁବିଧା ସୃଷ୍ଟି କରିପାରୁଥିଲେ । ତେଣୁ ଅନ୍ଧବିଶ୍ୱାସର (Superstition) ଶିକାର ହୋଇ ପ୍ରବଳ ମାଡ଼ ମାରିବା ସହ ତାଙ୍କୁ ବାଡ଼ି ଓ ପଥରରେ ଆକ୍ରମଣ କରି ହତ୍ୟା କରିଥିବା ନେଇ ଅଭିଯୁକ୍ତ ମାନେ ପୋଲିସକୁ କହିଥିଲେ ।

ନିମୋନିଆରୁ ମୁକ୍ତି ପାଇଁ ମାସର ଶିଶୁକୁ ଦିଆଯାଇଥିଲା ୫୧ ଥର ଲୁହା ଚେଙ୍କ

ଶହଡୋଲ ଜିଲ୍ଲାର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ (Tribal Areas) ନିମୋନିଆରେ (Pneumonia) ଆକ୍ରାନ୍ତ ଥିବା ୩ ମାସର ଶିଶୁଟିକୁ ସୁସ୍ଥ କରିବା ଲାଗି ଅନ୍ଧବିଶ୍ୱାସର ପ୍ରଥା ଆପଣାଇଥିଲେ ପରିବାର ଲୋକେ । ଶିଶୁଟି ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିଲା  । ପରିବାରର ଲୋକେ ଶିଶୁଟିକୁ ଚିକିତ୍ସା ନକରାଇ ଏକ ବ୍ୟକ୍ତିଙ୍କ ନିକଟକୁ ନେଇଥିଲେ। ସେଠାରେ ଚିକିତ୍ସା ବଦଳରେ ଶିଶୁର ପେଟରେ ଥରେ ନୁହେଁ କି ଦୁଇଥର ନୁହେଁ ପ୍ରାୟ ୫୧ ଥର ଦିଆଯାଇଥିଲା ଗରମ ଲୁହା ଚେଙ୍କ । ଏହାପରେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାକୁ ଲାଗିଥିଲା । ପରିବାର ଲୋକେ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ, କିନ୍ତୁ ସେତେ ବେଳକୁ ଆଖି ବୁଜି ସାରିଥିଲା କଁଅଳ ଶିଶୁ ।

 

Read More
{}{}