Hindi News >>Home >>Zee Odisha Crime

Morbi Bridge Tragedy: ନିଜ ଆଡ଼ୁ ମାମଲା ରୁଜୁ କଲେ ହାଇକୋର୍ଟ, ସରକାରଙ୍କୁ ଜବାବ ତଲବ

ମୋରବୀରେ ପୋଲ ଛିଡ଼ିବା ଘଟଣା। ଦିନକୁ ଦିନ ଏହି ଟ୍ରାଜେଡ଼ି ବଢ଼ିବାରେ ଲାଗିଛି। ନିଜ ଆଡ଼ୁ ଆଜି ମାମଲା ରୁଜୁ କରିଛନ୍ତି ଗୁଜୁରାଟ ହାଇକୋର୍ଟ। ଯାହାକି ଏବେ ଏହି ଘଟଣାର ଦିଗ ବଦଳାଇଛି। ସାରା ଦେଶରେ ମୋରବୀ ଦୁର୍ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ ଏହା ଛିଡ଼ିବାର ୫ଦିନ ଆଗରୁ ହିଁ ଖୋଲାଯାଇଥିଲା। ମରାମତି ପାଇଁ ୭ମାସ ଧରି ଏହା ବନ୍ଦ ରଖାଯାଇଥିଲା। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଯେବେ ଖୋଲିଥିଲା ଏଭଳି କାଣ୍ଡ ଘଟିଥିଲା।  

Advertisement
Morbi Bridge Tragedy: ନିଜ ଆଡ଼ୁ ମାମଲା ରୁଜୁ କଲେ ହାଇକୋର୍ଟ, ସରକାରଙ୍କୁ ଜବାବ ତଲବ
Stop
Priyanka Panda |Updated: Nov 07, 2022, 12:34 PM IST

ନୂଆଦିଲ୍ଲୀ: ଗୁଜୁରାଟ ମୋରବୀ(Morbi) ଘଟଣାରେ ନିଜ ଆଡ଼ୁ ମାମଲା ରୁଜୁ କଲେ ଗୁଜୁରାଟ ହାଇକୋର୍ଟ(Gujrat Highcourt)। ମୋରବୀ ବ୍ରିଜ ଛିଡ଼ିପଡ଼ିବା ଘଟଣା ପରେ ଏବେ ଆରମ୍ଭ ହୋଇଛି ବିବାଦ। କୋର୍ଟ କହିଛନ୍ତି ଯେ, ଏହା ଏକ ନିରାଶଜନକ ଘଟଣା ଯେଉଁଥିରେ ୧୦୦ରୁ ଅଧିକ ନାଗରିକ ଅକାଳ ମୃତ୍ୟୁ ବରଣ କରିଥିଲେ। ଘଟଣା ଘଟିବାର ୧୦ ଦିନ ମଧ୍ୟରେ ରାଜ୍ୟ ସରକାର ଏ ନେଇ କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ବି ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ଗୁଜୁରାଟ ହାଇକୋର୍ଟ ମୋରବି ପ୍ରଶାସନ, ୟୁଡିଡି, ଚିଫ ସେକ୍ରେଟାରୀ, ରାଜ୍ୟ ହ୍ୟୁମାନ ରାଇଟ କମିଶନ ଆଦିଙ୍କୁ ମଧ୍ୟ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଛଟ ପୂଜା ପାଳନ ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା ମୋରବିରେ। ଝୁଲା ପୋଲ ଉପରେ ପାଞ୍ଚ ଶହରୁ ଅଧିକ ଲୋକ ଥିବା ସମୟରେ ଏହା ଛିଡ଼ି ପଡ଼ିଥିଲା। ଯେଉଁଥିରେ ୧୪୧ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଥିଲେ। ଅନେକ ପାଣିରେ ପଡ଼ି ନିଖୋଜ ମଧ୍ୟ ହୋଇଥିଲେ। ଏମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ଥିବାର ରିପୋର୍ଟରେ କୁହାଯାଇଥିଲା। ତେବେ ଘଟଣାକୁ ନେଇ ୯ଜଣଙ୍କୁ ଗିରଫ ମଧ୍ୟ କରିଥିଲା ପୋଲିସ। 

ରାଜ୍ୟ ଓ କେନ୍ଦ୍ର ସରକାର ଅନୁକମ୍ପାମୂଳକ ଅର୍ଥରାଶି ବି ଘୋଷଣା କରିଥିଲେ। ଘଟଣାକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ନେତା ମନ୍ତ୍ରୀ ବି ଦୁଃଖ ପ୍ରକାଶ କରିଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପୋଲ ମରାମତି ପାଇଁ ୭ମାସରୁ ଅଧିକ ସମୟ ଯାଏଁ ବନ୍ଦ ରହିଥିଲା। ଦୀର୍ଘ ଦିନର ଏହି ପୋଲ ମରାମତି ପରେ ଭକ୍ତଙ୍କ ପାଇଁ ଖୋଲାଯାଇଥିଲା। କିନ୍ତୁ ହଠାତ ଏପରି ଛିଡ଼ିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉଥିବା ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା। ସେପଟେ ୨ ନଭେମ୍ବରରେ ରାଜ୍ୟବ୍ୟାପି ଶୋକ ପାଳନ କରାଯାଇଥିଲା। ଏନେଇ ଟ୍ୱିଟ କରି ସୂଚନା ଦେଇଥିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ୨ ନଭେମ୍ବରରେ ରାଜ୍ୟ ଶୋକ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ୱିଟ୍ କରିଛନ୍ତି। ରାଜ୍ୟରେ ଜାତୀୟପତାକା ଅର୍ଦ୍ଧନିର୍ମିତ ରହିବ ଓ କୌଣସି ସରକାରୀ ସମାରୋହ ଅନୁଷ୍ଠିତ ହୋଇନଥିଲା। ତେବେ ଆଗରୁ ଗୁଜୁରାଟରେ ବ୍ରିଜ୍ ଭୁଶୁଡ଼ିବା ଘଟଣାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟର ଜଣେ ଓକିଲ ଆବେଦନ କରିଥିଲେ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ନ୍ୟାୟିକ ଆୟୋଗରେ ଏହା ସୋମବାର ସୁପ୍ରିମକୋର୍ଟଙ୍କୁ ସ୍ଥାନାନ୍ତର କରିଛନ୍ତି।

Read More
{}{}