Hindi News >>Home >>Zee Odisha Crime

Journalist Killed over Extramarital Affair: ଓ୍ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ହତ୍ୟା, ସାମ୍ନାକୁ ଆସିଲା ଜଘନ୍ୟ କାଣ୍ଡର ରହସ୍ୟ

ତେବେ ଶୈଳେନ୍ଦ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରିନଥିଲେ। ଫଳରେ ଜୟପ୍ରକାଶ ମହିପୁର ଛାଡ଼ି କଟକ ଅଭିମୁଖେ ବାହାରି ଆସିଥିଲେ। କଟକରେ ପହଞ୍ଚିବା ପରେ ଜୟପ୍ରକାଶ ଶୈଳେନ୍ଦ୍ରଙ୍କ ପରିବାର ନିକଟରେ ଘଟଣାସମ୍ପର୍କରେ ଅବଗତ କରାଇଥିଲେ। ଏହି ସୂଚନା ପାଇବା ପରେ ପରିବାର ଲୋକେ ଲାଲବାଗ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। 

Advertisement
Journalist Killed over Extramarital Affair: ଓ୍ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ହତ୍ୟା, ସାମ୍ନାକୁ ଆସିଲା ଜଘନ୍ୟ କାଣ୍ଡର ରହସ୍ୟ
Stop
Zee Odisha Desk|Updated: Dec 12, 2022, 07:15 PM IST

Journalist Killed over Extramarital Affair: ନୟାଗଡ଼: କଟକରୁ (Cuttack) ନିଖୋଜ ହୋଇଥିବା ଜଣେ ଓ୍ୱେବ ଚ୍ୟାନେଲ ସମ୍ବାଦିକଙ୍କୁ ଅତି ନିର୍ମମ (Journalist Killed) ଭାବେ ହତ୍ୟା (Murder) କରାଯାଇଛି। ନୟାଗଡ଼ର (Nayagarh) ମହିପୁର ଅଞ୍ଚଳରୁ ନିଖୋଜ ଥିବା ଉକ୍ତ ସାମ୍ବାଦିକଙ୍କୁ (Journalist) ତାଙ୍କର ବନ୍ଧୁ ଓ ଦୁଇ ସହଯୋଗୀ ହତ୍ୟା କରିଥିବା ନେଇ ପୋଲିସ ସୂଚନା ପ୍ରଦାନ କରିଛି। ମୃତ ସାମ୍ବାଦିକ ଜଣକ ହେଉଛନ୍ତି ୪୦ ବର୍ଷୀୟ ଶୈଳେନ୍ଦ୍ର ଜେନା (Sailendra Jena)। ଶୈଳେନ୍ଦ୍ରଙ୍କ ଘର କେନ୍ଦ୍ରାପଡ଼ା (Kendrapada) ଜିଲ୍ଲାର ପାଟକୁରା (Patkura) ଅଞ୍ଚଳରେ। ସେ କଟକର (Cuttack) ସତୀ ଚଉରା (Sati Choura) ଅଞ୍ଚଳରେ ରହି ଏକ ଓ୍ୱେବ ଚ୍ୟାନେଲ (Web Channel) ପାଇଁ କାର୍ଯ୍ୟ କରୁଥିଲେ। ସେ ସାମାଜିକ କର୍ମୀ (Social Worker) ଭାବେ ମଧ୍ୟ ସେ ବେଶ ସୁନାମ ଅର୍ଜନ କରିଥିଲେ। 

ତେବେ ଶୈଳେନ୍ଦ୍ର ଝାଞ୍ଜିରିମଙ୍ଗଳା ଅଞ୍ଚଳରେ ରହୁଥିବା ବେଳେ ସୁନୀତା ସାହୁ ନାମ୍ନୀ ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସୁନୀତା ସାହୁ ହେଉଛନ୍ତି ଶୈଳେନ୍ଦ୍ରଙ୍କ ବନ୍ଧୁ ଗୋପୀନାଥ ସାହୁଙ୍କ ଧର୍ମପତ୍ନୀ। ଗୋପୀନାଥ ହେଉଛନ୍ତି ଆଲୁଦମ ଦହିବରା ବ୍ୟବସାୟୀ। ତେବେ ଏହି ଅନୈତିକ ସମ୍ପର୍କ ବିଷୟରେ ଜାଣିବା ପରେ ଗୋପୀନାଥ ଓ ଶୈଳେନ୍ଦ୍ରଙ୍କ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଏନେଇ ଗୋପୀନାଥ ତାଙ୍କର ଦୁଇ ବନ୍ଧୁଙ୍କ ସହିତ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ। 

ସେପଟେ ନିଜ ପତ୍ନୀ ଓ ୩ ପିଲାଙ୍କୁ ନେଇ ଗୋପୀନାଥ ନିଜ ଗାଁ ନୟାଗଡ଼କୁ ଚାଲିଯାଇଥିଲେ। କିନ୍ତୁ ଶୈଳେନ୍ଦ୍ର ସୁନୀତାଙ୍କ ପିଛା କରିବା ଛାଡ଼ି ନଥିଲେ। ପ୍ରାୟ ସମୟ ସେ ନୟାଗଡ଼ ଯାଉଥିଲେ ସୁନୀତାଙ୍କୁ ଦେଖା କରିବାକୁ। ଏହି କ୍ରମରେ ସେ ଗତ ୩ ତାରିଖରେ ଶୈଳେନ୍ଦ୍ର ନିଜର ବନ୍ଧୁ ଜୟପ୍ରକାଶଙ୍କ ସହିତ ଏକ ବାଇକ ଯୋଗେ ନୟାଗଡ଼ ଯାଇଥିଲେ। ଶୈଳେନ୍ଦ୍ରଙ୍କୁ ଗୋପିନାଥଙ୍କ ଘର ନିକଟରେ ଛାଡ଼ି ଦେଇ ଜୟପ୍ରକାଶ ମହିପୁର ଡାକ୍ତରଖାନା ନିକଟରେ ଅପେକ୍ଷା କରି ରହିଥିଲେ। 

ତେବେ ଶୈଳେନ୍ଦ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରିନଥିଲେ। ଫଳରେ ଜୟପ୍ରକାଶ ମହିପୁର ଛାଡ଼ି କଟକ ଅଭିମୁଖେ ବାହାରି ଆସିଥିଲେ। କଟକରେ ପହଞ୍ଚିବା ପରେ ଜୟପ୍ରକାଶ ଶୈଳେନ୍ଦ୍ରଙ୍କ ପରିବାର ନିକଟରେ ଘଟଣାସମ୍ପର୍କରେ ଅବଗତ କରାଇଥିଲେ। ଏହି ସୂଚନା ପାଇବା ପରେ ପରିବାର ଲୋକେ ଲାଲବାଗ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। 

ତେବେ ଶୈଳେନ୍ଦ୍ରଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇ ପୋଲିସ କହିଥିଲେ କି ଗୋପିନାଥ, ତାଙ୍କ ସ୍ତ୍ରୀ ସୁନୀତା ଓ ଜଣେ ବନ୍ଧୁ ସୂର୍ଯ୍ୟ ସାହୁ ଶୈଳେନ୍ଦ୍ରଙ୍କୁ ହତ୍ୟା କରିଥିଲେ। ହତ୍ୟା କରିସାରିବା ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ଫଳରେ ଶୈଳେନ୍ଦ୍ରଙ୍କ ମୃତଦେହରେ ନିଆଁ ଲଗାଇ ଦେଇଥିଲେ। ଗୋପିନାଥ, ତାଙ୍କ ବାପା ଓ ସୂର୍ଯ୍ୟ ଶୈଳେନ୍ଦ୍ରଙ୍କ ମୃତଦେହକୁ ପୋଡ଼ିବାକୁ ଉଦ୍ୟମ କରିଥିଲେ। ପରେ ଦରପୋଡ଼ା ମୃତଦେହକୁ ନେଇ ୨ କିମି ଦୂରରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ପରେ ସନ୍ଦେହ ହେବାରୁ ସୁନୀତା ଓ ସୂର୍ଯ୍ୟଙ୍କୁ ନୂଆଗାଁ ପୋଲିସ ବସାଇ ଜେରା କରିଥିଲା। ସେପଟେ ଗୋପିନାଥ ଓ ତାଙ୍କ ବାପା ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। 

Read More
{}{}