Hindi News >>Home >>Zee Odisha Crime

ଗର୍ଭବତୀ ଶିକ୍ଷୟତ୍ରୀ ହତ୍ୟା ଘଟଣା; ମାସେ ପରେ ପ୍ରେମିକ ନାବାଳକ ଛାତ୍ର ଗିରଫ, ଟି-ସାର୍ଟ ବ୍ରାଣ୍ଡରୁ ମିଳିଲା ସୁରାକ୍

ଜୁନ ପହିଲାରେ ଅଯୋଧ୍ୟ ଥାନା ଅନ୍ତର୍ଗତ ଶ୍ରୀରାମପୁରମ କୋଲନୀରେ ଜଣେ ପାଞ୍ଚ ମାସର ଗର୍ଭବତୀ ଶିକ୍ଷୟତ୍ରୀଙ୍କୁ ବିଭତ୍ସ ହତ୍ୟା କରାଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁପ୍ରିୟା ବର୍ମାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। 

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Jul 04, 2022, 08:12 AM IST

ଲକ୍ଷ୍ନୌ: ମାସେ ପରେ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ଅଯୋଧ୍ୟା ଗର୍ଭବତୀ ଶିକ୍ଷୟତ୍ରୀ ହତ୍ୟା ଘଟଣାରେ ପ୍ରେମିକ ନାବାଳକ ଛାତ୍ରକୁ ପୋଲିସ ଗିରଫ କରିଛି। ପ୍ରେମ ବ୍ୟାପାରରୁ ହତ୍ୟା କରିଥିବା ଅଭିଯୁକ୍ତ ଛାତ୍ର ସ୍ୱିକାର କରିଛି। ଜୁନ ପହିଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନଥ, ଅଯୋଧ୍ୟାରେ ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା।

ଅଯୋଧ୍ୟା ପୋଲିସର କହିବା ଅନୁସାରେ, ପ୍ରେମ ବ୍ୟାପାରରରୁ ଗର୍ଭବତୀ ଶିକ୍ଷୟତ୍ରୀଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ଜଣେ ୧୭ ବର୍ଷିୟ ଛାତ୍ର କରିଛି। ୩୫ ବର୍ଷିୟା ପୀଡିତା ଏବଂ ଅଭିଯୁକ୍ତ ଭିତରେ ଅନୈତିକ ପ୍ରେମ ସମ୍ପର୍କ ଥିଲା। ଲୋକ ଲଜ୍ୟା ଭୟରେ ଅଭିଯୁକ୍ତ ସମ୍ପର୍କରୁ ବାହାରିବାକୁ ଚାହୁଁଥିଲେ, କିନ୍ତୁ ଶିକ୍ଷୟତ୍ରୀ ତାଙ୍କୁ ଧମକ ଚମକ ଦେଉଥିଲେ। ଏହାକୁ କେନ୍ଦ୍ର କରି ଅଭିଯୁକ୍ତ ଛାତ୍ର ଧାରୁଆ ଅସ୍ତ୍ରରେ ଶିକ୍ଷୟତ୍ରୀଙ୍କୁ ଭୁଷି ହତ୍ୟା କରିଥିଲେ।

Also Read: କହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କ ସହିତ ରହିଛି ବିଜେପିର ଲିଙ୍କ? ଜାଣନ୍ତୁ ଭାଇରାଲ୍ ହେଉଥିବା ଫଟୋର..

ଜୁନ ପହିଲାରେ ଅଯୋଧ୍ୟ ଥାନା ଅନ୍ତର୍ଗତ ଶ୍ରୀରାମପୁରମ କୋଲନୀରେ ଜଣେ ପାଞ୍ଚ ମାସର ଗର୍ଭବତୀ ଶିକ୍ଷୟତ୍ରୀଙ୍କୁ ବିଭତ୍ସ ହତ୍ୟା କରାଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁପ୍ରିୟା ବର୍ମାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଶରୀରର ଏକାଘିକ ସ୍ଥାନରେ କ୍ଷତ ଚିହ୍ନ ଥିଲା। ସୁପ୍ରିୟା ଘରେ ଏକୁଟିଆ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ସେ ତାଙ୍କ ଶିକ୍ଷକ ସ୍ୱାମୀ ଓ ମାଆଙ୍କ ସହ ରହୁଥିଲେ।

ଏସଏସପି ଶୌଳେଶ ପାଣ୍ଡେ କହିଛନ୍ତି ଯେ, ଶିକ୍ଷୟତ୍ରୀଙ୍କ ସହ ଥିବା ପ୍ରେମ ସମ୍ପର୍କରୁ ଅଭିଯୁକ୍ତ ନାବାଳକ ବାହାରିବାକୁ ଚାହିୁଥିଲା। କିନ୍ତୁ ପୀଡିତା ତାଙ୍କୁ ଛାଡୁନଥିଲେ। ତେଣୁ ସେ ରାସ୍ତରୁ କଣ୍ଡା ହଟାଇବା ପାଇଁ ଶିକ୍ଷୟତ୍ରୀଙ୍କୁ ହତ୍ୟା କରିଛି। ଉଭୟ ଅଭିଯୁକ୍ତ ଓ ପୀଡିତା ଗୋଟିଏ ଅଞ୍ଚଳରେ ରହୁଥିଲେ। ମୃତକ ଶିକ୍ଷୟତ୍ରୀ ଅକ୍ଷରାନପୁର ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ହତ୍ୟା ପରେ ଅଭିଯୁକ୍ତ ନଗଦ ୫୦୦୦୦ ଟଙ୍କା ଓ କିଛି ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି।

Also Read: ଅମରାବତୀରେ ଉଦୟପୁରର ପୁନରାବୃତ୍ତି, ନୁପୂର ଶର୍ମାଙ୍କ ଆଉ ଜଣେ ସମର୍ଥକଙ୍କୁ ଗଳା କାଟି ହତ୍ୟା!

ସିସିଟିଭି ଫୁଟେଜକୁ ଦେଖି ପୋଲିସ ଅଭିଯୁକ୍ତକୁ ମାସେ ପରେ ଗିରଫ କରିଛି। ହତ୍ୟାକାଣ୍ତ ଘଟିଥିବା ସ୍ଥାନର ନିକଟରେ ଲାଗିଥିବା ଏକ ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିଥିଲା। ଘଟଣାସ୍ଥଳରୁ ଜଣେ ବ୍ୟକ୍ତିଙ୍କୁ ଯାଉଥିବାର ଦେଖିବାକୁ ମିଳିଥିଲା। ତାଙ୍କର ମୁହଁ ଦେଖାଯାଉନଥିବା ବେଳେ ସେ ଏକ ନିର୍ଦ୍ଧିଷ୍ଟ ବ୍ରାଣ୍ଡର ଟି ସାର୍ଟ ପିନ୍ଧିଥିଲେ। ଆଉ ପୋଲିସ ସେହି ବ୍ରାଣ୍ଡର ସମସ୍ତ ଅନଲାଇନ ଡେଲିଭରୀକୁ ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

 

 

Read More
{}{}