Hindi News >>Home >>Zee Odisha Crime

Bhubaneswar Crime News: ସାଙ୍ଗକୁ ହତ୍ୟା କରି ଗୋଟିଏ ରାତି ମୃତଦେହ ସହ କାଟିଲା ଅଭିଯୁକ୍ତ, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

Bhubaneswar Crime News In Odia: ସାଙ୍ଗ ସାଜିଲା ସଇତାନ ! ସାଙ୍ଗର ଜୀବନ ନେଲା ସାଙ୍ଗ । ସାଙ୍ଗକୁ ପିଟି ପିଟି କଲା ହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର (Bhubaneswar)ଖଣ୍ଡଗିରି ଥାନା ବାହାଦଲପୁରରେ । ଅଭିଯୁକ୍ତ ଜଗନ୍ନାଥ ଧୀବରକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ୍। ତେବେ, ଜଗନ୍ନାଥ ନାଁରେ ପୂର୍ବରୁ ଦୁଷ୍କର୍ମ ଓ ହତ୍ୟା ମାମଲା ରହିଥିବା ପୋଲିସ୍ ସୂଚନା ଦେଇଛି । ପୂର୍ବରୁ ପାଲଲହଡ଼ାରେ ଜଣେ ଶିକ୍ଷୟିତ୍ରୀଙ୍କୁ ୨୦୧୬ରେ ରେପ ଆଣ୍ଡ ମର୍ଡର କେସର ଅଭିଯୁକ୍ତ ହେଇଛି ଜଗନ୍ନାଥ । ପ୍ରମାଣ ନଷ୍ଟ ପାଇଁ ନିଆଁରେ ମୃତଦେହକୁ ଜାଳି ଦେଇଥିଲେ ଅଭିଯୁକ୍ତ । 

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 06, 2023, 08:05 AM IST

Bhubaneswar Crime News In Odia: ରାଜଧାନୀରେ(Bhubaneswar) ଚାଞ୍ଚଲ୍ୟ । ସାଙ୍ଗ ସାଜିଲା ସଇତାନ୍ (Man murdered his friend)। ଭୁଲିଗଲା ବନ୍ଧୁତା ।  ଯେଉଁ ସାଙ୍ଗ ସହ ନିଜର ସୁଖ ଦୁଖ ବାଣ୍ଟୁଥିଲା ସେହି ସାଙ୍ଗକୁ ପିଟି ପିଟି କଲା ହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର (Bhubaneswar)ଖଣ୍ଡଗିରି ଥାନା ବାହାଦଲପୁରରେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ଅଧିତ ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ହତ୍ୟାକାଣ୍ତ( Crime) ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । ଅଭିଯୁକ୍ତ ଜଗନ୍ନାଥ ଧୀବରକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ୍। ତେବେ, ଜଗନ୍ନାଥ ନାଁରେ ପୂର୍ବରୁ  ଦୁଷ୍କର୍ମ ଓ ହତ୍ୟା ମାମଲା ରହିଥିବା ପୋଲିସ୍ ସୂଚନା ଦେଇଛି । 

ସୂଚନା ଅନୁସାରେ, ଜଗନ୍ନାଥ ଧୀବର  ଓ ଅଶୋକ ସେଠୀଙ୍କ ମଧ୍ୟରେ ଦିର୍ଘ ଦିନ ହେବ ବନ୍ଧୁତା ରହିଥିଲେ। ପରପ୍ପରର ସୁଖ ଦୁଖଃରେ ସାଥ୍ ଦେଉଥିଲେ। ଏପରିକି ଜଗନ୍ନାଥର ବିପଦ ସମୟରେ ସାହାରା ସାଜୁଥିଲା ସାଙ୍ଗ ଅଶୋକ । ଭୁବନେଶ୍ୱର ଖଣ୍ଡଗିରି ଥାନା ବାହାଦଲପୁରରେ ଅଞ୍ଚଳରେ ରୁହନ୍ତି ଅଶୋକ ସେଠୀ । ଜାମିନରେ ଆସିଥିବା ଜଗନ୍ନାଥ ନିଜ ସାଙ୍ଗ  ଅଶୋକଙ୍କ ପାଖକୁ ଚଳିତ ମାସ ୩ ତାରିଖରେ ଦେଖା କରିବାକୁ ଆସିଥିଲା । ହେଲେ ଜଗନ୍ନାଥ ନିଜ ପାଖରେ ଟଙ୍କା ନଥିବାରୁ ସାଙ୍ଗ ଅଶୋକଙ୍କୁ  ଏକ ମୋବାଇଲ(mobile) କିଣିବା ପାଇଁ କିଛି ଟଙ୍କା ମାଗିଥିଲା। ହେଲେ ପାଖରେ ଟଙ୍କା ନଥିବା କହିଥିଲେ ଜଗନ୍ନାଥ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏ-ଥିରେ ଅଧିକ ଉତ୍ତେଜିତ ହୋଇଯାଇଥିଲେ ଜଗନ୍ନାଥ । 

Also Read: Horoscope Today 6 May 2023: ଆଜି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Also Read: Gajlaxmi Rajyog: ଦୀର୍ଘ ଦଶନ୍ଧି ପରେ ପଡ଼ୁଛ ମହାସଂଯୋଗ, ଏହି ରାଶିଙ୍କର ଶେଷ ହେବ ଶନୀ ସାଢେସତୀ,ବର୍ଷିବ ଧନଧାନ୍ୟ

ପାଖରେ ପଡିଥିବା ଠେଙ୍ଗାରେ ଅଶୋକଙ୍କ ମୁଣ୍ତଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଟଳି ପଡିପଡିଥିଲେ ଅଶୋକ(Bhubaneswar Man killed by friends) । ବିଳମ୍ବିତ ରାତି ହୋଇଥିବାରୁ ମୃତଦେହକୁ ଠିକଣାସ୍ଥାନରେ ଲଗାଇ ପାରି ନଥିଲା ଅଭିଯୁକ୍ତ। ଫଳରେ ସାଙ୍ଗର ମୃତଦେହ ସହ ଗୋଟିଏ ରାତି କାଟିଥିଲା ଅଭିଯୁକ୍ତ ଜଗନ୍ନାଥ (Man murdered his friend) । କେବଳ ସେତିକି ନୁହେଁ ,ରାତିରେ ମୃତଦେହ ସହ ଶୋଇଥିଲା ଜଗନ୍ନାଥ । 

ସକାଳ ହେବା ପରେ ମୃତଦେହକୁ ପିଙ୍ଗିବା ପାଇଁ ଯୋଜନା କରିଥିଲା । କି-ନ୍ତୁ ଏହା ବିଫଳ ହୋଇଥିଲା ପରେ ସାଙ୍ଗର ମୃତଦେହକୁ ସେହି ଘରେ ଛାଡି ସେଠାରୁ ଚମ୍ପଟ ମାରିଥିଲା । ଅଶୋକଙ୍କ ମୃତଦେହ ପଚିଶଢି ଘରୁ ଦୁର୍ଗନ୍ଧ ହେବାରେ ଲାଗିଥିଲା । ଏନେଇ ପୋଡିଶୀ  ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରକୁ ପଶିଦେଖିଥିଲା ଯେ, ଅଶୋକଙ୍କ ମୃତଦେହ ତଳେ ପଡିଛି । ପୋଲିସ୍ ମୃତଦେହକୁ ଉଦ୍ଧାର କରି ପୋର୍ଟମର୍ଟମ ପାଇଁ ମେଡିକାଲକୁ ପଠାଇଛି । ସେପଟେ, ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ ।  ସିସିଟିଭି ଭୁଟେଜ୍ କୁ ଆଧାର କରି ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା।  ପରେ ପୋଲିସ୍ ଆଗରେ ସତ ଓଗାଳିଥିଲା ଅଭିଯୁକ୍ତ। ଏ-ହି ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପୂର୍ବରୁ ରେକର୍ଡ କରାଯାଇଛି । ଅଭିଯୁକ୍ତ ଜଗନ୍ନାଥ ଧୀବରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ପୂର୍ବରୁ ପାଲଲହଡ଼ାରେ ଜଣେ ଶିକ୍ଷୟିତ୍ରୀଙ୍କୁ ୨୦୧୬ରେ ରେପ ଆଣ୍ଡ ମର୍ଡର କେସର ଅଭିଯୁକ୍ତ ହେଇଛି ଜଗନ୍ନାଥ । ପ୍ରମାଣ ନଷ୍ଟ ପାଇଁ ନିଆଁରେ ମୃତଦେହକୁ ଜାଳି ଦେଇଥିଲେ ଅଭିଯୁକ୍ତ । ଏହି ଘଟଣାରେ ୩ ଜଣଙ୍କର ସମ୍ପୃକ୍ତି ଥିଲା । ଜାମିନରେ ଆସିବା ପରେ ୨୦୨୦ ଓ ୨୦୨୨ରେ ଅଭିଯୁକ୍ତ ଜଗନ୍ନାଥ ନାଁରେ ଆଉ ଦୁଇଟି କେସ ରହିଛି ।

ନିକଟରେ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମରେ । ସାମାନ୍ୟ ବଚସାରୁ ସାଙ୍ଗର ଜୀବନ ନେଲା ନୃଶଂସ ସାଙ୍ଗ।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଆଗୁଳ ଗଙ୍ଗାପୁର ରାସ୍ତାରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।ବଡଆଗୁଳ ଗ୍ରାମର ଅମର ମଳିକ ତାଙ୍କ ସାଙ୍ଗ ମୂଷା କରଣଙ୍କ ଘର ଆଗରେ ବସି ଏକାଠି ମଦ୍ୟପାନ କରୁଥିଲେ । ଏହା ପରେ ଉଭୟ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଏହି ସାମାନ୍ୟ ଝଗଡ଼ା ଉଗ୍ରରୂପ ନେଇଥିଲା । ଆଉ ମଦ ନଶାରେ ଥିବା ମୂଷା କରଣ ଅମରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ତାଙ୍କୁ ମୁଣ୍ଡରେ ପ୍ରହାର କରିଥିଲେ । ଫଳରେ ଗାଁ ଦାଣ୍ଡରେ ଟଳିପଡିଥିଲେ ଅମର । ଗ୍ରାମବାସୀ ଓ ଅମରଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚି କବିସୂର୍ଯ୍ୟନଗର ପଲିସକୁ ଖବର ଦେଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Read More
{}{}