Hindi News >>Home >>Zee Odisha Crime

Mayurbhanj: ସାତ ବର୍ଷର ନାତି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଅଜା ଗିରଫ

Sexual Assault Case: ଗତ ସେପ୍ଟେମ୍ବର ୨୫ ତାରିଖରେ ଦିଲ୍ଲୀର ସୀଲମପୁର ଅଞ୍ଚଳର ୧୨ ବର୍ଷୀୟ ନାବାଳକ ସହ ୪ ଜଣ ନାବାଳକ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ । ପରେ ସେମାନେ ନାବାଳକର ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରିଦେଲେ।

Advertisement
Mayurbhanj: ସାତ ବର୍ଷର ନାତି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଅଜା ଗିରଫ
Stop
Zee Odisha Desk|Updated: Oct 19, 2022, 10:07 AM IST

Sexual Assault Case, ମୟୂରଭଞ୍ଜ: ପୁଣି ଥରେ ସମ୍ପର୍କରେ ଲାଗିଥି କଳଙ୍କ। ଯୌନ ପିପାସୁ ଅମଣିଷ ଅଜାର ଷଡଯନ୍ତର ଶିକାର ହୋଇଛି ନିରୀହ ନାବାଳକ। ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ଜଙ୍ଗଲକୁ ଡାକି ନେଇ ନାତିକୁ ଦେଇଛି ଯୌନ ନିର୍ଯ୍ୟାତନା। ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ମୟୂରଭଞ୍ଜର ଉଦଳା ଥାନା ଅଞ୍ଚଳରେ ଘଟିଛି। ଅଭିଯୁକ୍ତ ସମ୍ପର୍କୀୟ ଅଜାକୁ ପୋଲିସ ଗିରଫ କରିଛି।

ସାତ ବର୍ଷର ସମ୍ପର୍କୀୟ ନାତି ସହ ସମ୍ପର୍କୀୟ ଅଜା ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଘଟଣାଟି ଉଦଳା ଥାନା ଉପରତାଳଡିହା ଗ୍ରାମରେ ଘଟିଛି। ଅଭିଯୋଗ ଅନୁସାରେ, ଜଙ୍ଗଲକୁ ପକ୍ଷୀ ଶିକାର କରିବାକୁ ଯିବାକୁ କହି ଗ୍ରାମର ଲିଟୁ ସିଂ ସମ୍ପର୍କୀୟ ୭ ବର୍ଷର ନାତିକୁ ସାଙ୍ଗରେ ଡାକି ନେଇଥିଲା। ଜଙ୍ଗଲ ଭାତରେ ନାତିକୁ ଧମକ ଦେଇ ତା ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା। ଫଳରେ ପୀଡିତ ନାତି ଗୁରୁତର ହୋଇଥିଲେ। ଜଙ୍ଗଲରୁ ଫେରିବା ପରେ ନାବାଳକ ଜଣକ ପୁରା ଘଟଣା ବାବଦରେ ପରିବାର ଲୋକଙ୍କୁ କହିଥିଲେ।

Also Read: ନିଶା ଦ୍ରବ୍ୟ ଦେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ, ଗଢ଼ିଲେ ଅପ୍ରାକୃତିକ ସମ୍ପର୍କ

ନାବଳକଙ୍କ ଠାରୁ ଘଟାଣ ବିଷୟରେ ଜାଣିବା ପରେ ପରିବାର ଲୋକେ ଲିଟୁ ସିଂ ନାମରେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଗାଁରେ ଚଢାଉ କରି ଅଭିଯୁକ୍ତ ଲିଟୁ ସିଂକୁ ଗିରଫ କରିଛି। ଗୁରୁତର ନାବାଳକଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲିଟୁ ସିଂ ବିରୋଧରେ IPCରେ ଏକାଧିକ ଦଫା ଲାଗିଥିବା ବେଳେ ପୋକ୍ସୋ ଆକ୍ଟ ମଧ୍ୟ ଲଗାଯାଇଥିବା ସୂଚନା ମିଳିଛି। ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୫ ତାରିଖରେ ଦିଲ୍ଲୀର ସୀଲମପୁର ଅଞ୍ଚଳର ୧୨ ବର୍ଷୀୟ ନାବାଳକ ସହ ୪ ଜଣ ନାବାଳକ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ । ପରେ ସେମାନେ ନାବାଳକର ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରିଦେଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ପୀଡିତଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାର ସପ୍ତାହେ ପରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଅଭିଯୁକ୍ତଙ୍କ ବୟସ ମାତ୍ର ୧୦ରୁ ୧୨ ବର୍ଷ ହୋଇଥିବା ଜଣାପଡିଛି।

 

 

 

 

Read More
{}{}