Hindi News >>Home >>Zee Odisha Crime

Live In Relation: 'ଅଫତାବ ୩୫ କରିଥିଲା ମୁଁ ୭୦ ଖଣ୍ଡ କରିବି'

Live In Relation: ପୀଡିତାଙ୍କ କହିବା ଅନୁସାରେ, ଜୁଲାଇ ୨୦୨୧ରୁ ମହାରାଷ୍ଟ୍ରର ଓସମାନାବାଦରେ ହର୍ଷଲ ସହ ସେ ଏକାଠି ରହିବାକୁ ଲାଗିଲେ। ଏହି ସମୟରେ ସେ ଜାଣିବାକୁ ପାଇଲେ ଯେ ହର୍ଷଲ ମାଳିର ପ୍ରକୃତ ନାମ ହେଉଛି ଅରସଦ ସଲିମ।

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Dec 04, 2022, 10:09 AM IST

Live In Relation, ମୁମ୍ବାଇ: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ଉପରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପରଦା ଉଠିନାହିଁ। ଏହି ସମୟରେ ମହାରାଷ୍ଟ୍ରରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଓସମାନାବାଦରେ ଲାଇଭ୍ ଇନ୍ ପାର୍ଟନରରେ ରହୁଥିବା ସଲିମ ତାଙ୍କ ମହିଳା ବନ୍ଧୁଙ୍କୁ ୭୦ ଖଣ୍ଡ କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି, "ଶ୍ରଦ୍ଧାଙ୍କୁ ଅଫତାବ ମାତ୍ର ୩୫ ଖଣ୍ଡ କରିଛି, ମୁଁ ୭୦ ଖଣ୍ଡ କରିବି।" ପୀଡିତା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସକୁ ମହାରାଷ୍ଟ୍ରର ଜଣେ ମହିଳା କହିଛନ୍ତି ଯେ, ୨୦୧୯ରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କଠାରୁ ଏକ ପାଞ୍ଚ ବର୍ଷର ଶିଶୁ ମଧ୍ୟ ଅଛି। ମହିଳା ୨୦୨୧ରେ ହର୍ଷଲ ମାଳି ନାମକ ଯୁବକଙ୍କୁ ଭେଟିଥିଲେ। ଧୀରେ ଧୀରେ ସେମାନେ ନିକଟତର ହେଲେ ଓ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା। ଏହା ପରେ ହର୍ଷଲ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। କେବଳ ଏତିକି ନୁହେଁ ସେ ତାହାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି। କିନ୍ତୁ ସେ ଏହାକୁ ବିରୋଧ କରିବାକୁ ହର୍ଷଲ କ୍ଷମା ମାଗିଥିଲେ। ପରେ ଉଭୟେ ପୁଣି ଏକାଠୀ ରହିବାକୁ ଲାଗିଲେ।

Also Read: Shraddha Murder Case: ଆଫତାବ ଦେଲା ଚାଞ୍ଚଲ୍ୟକର ତଥ୍ୟ, ମିଳିଲା ଚାଇନିଜ୍ ଲିଙ୍କ୍ !

ପୀଡିତାଙ୍କ କହିବା ଅନୁସାରେ, ଜୁଲାଇ ୨୦୨୧ରୁ ମହାରାଷ୍ଟ୍ରର ଓସମାନାବାଦରେ ହର୍ଷଲ ସହ ସେ ଏକାଠି ରହିବାକୁ ଲାଗିଲେ। ଏହି ସମୟରେ ସେ ଜାଣିବାକୁ ପାଇଲେ ଯେ ହର୍ଷଲ ମାଳିର ପ୍ରକୃତ ନାମ ହେଉଛି ଅରସଦ ସଲିମ। ମହିଳା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତଙ୍କ ପ୍ରକୃତ ନାମ ଜାଣିବା ପରେ ସେ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇବା ଆରମ୍ଭ କରିଥିଲେ। ନଭେମ୍ବର ମାସରେ ତାଙ୍କର ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଇଥିଲା। ତାଙ୍କ ପିଲାଙ୍କର ମଧ୍ୟ ଧର୍ମ ପରିବର୍ତ୍ତନ କରିବାକୁ ସଲିମ ଚେଷ୍ଟା କରିଥିଲେ। କିନ୍ତୁ ଯେତେବେଳେ ପୀଡିତା ଏହାକୁ ବିରୋଧ କରିଥିଲେ, ସଲିମ ତାଙ୍କୁ ଆକ୍ରମଣ କରିଥିଲେ।

ଏତଲାରେ ପୀଡିତା କହିଛନ୍ତି ଯେ, ସଲିମ ପୁରୁଣା ଭିଡିଓ ଦେଖାଇ ତାଙ୍କୁ ବ୍ଲାକମେଲିଂ କରୁଥିଲେ। କେବଳ ସଲିମ ନୁହଁ ତାଙ୍କ ବାପା ମଧ୍ୟ ଯୌନ ଶୋଷଣ କରୁଥିବା ପୀଡିତା ଅଭିଯୋଗ କରିଛନ୍ତି। ପୀଡିତା ଦାବି କରିଛନ୍ତି ଯେ, ସଲିମ ତାଙ୍କ ଉପରେ ଅତ୍ୟାଧିକ ଅତ୍ୟାଚାର କରୁଛନ୍ତି। ସେ ତାଙ୍କୁ ୭୦ ଖଣ୍ଡରେ କାଟିଦେବାକୁ ଧମକ ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ଅଭିଯୁକ୍ତକୁ ଗରିଫ କରାଯାଇଥିବାର କୌଣସି ସୂଚନା ମିଳନାହିଁ। ଅନ୍ୟପଟେ ଲୋକ ଏହାକୁ ଲଭ୍ ଜିହାଦ୍ ବୋଲି କହୁଛନ୍ତି।

 

 

 

 

 

Read More
{}{}