Hindi News >>Home >>Zee Odisha Crime

Lakhimpur Kheri: ପତ୍ନୀଙ୍କୁ ପିଟିପିଟି ହତ୍ୟା କଲେ ଡାକ୍ତର, ଡାକ୍ତରଖାନାରେ ଲୁଚାଇ ରଖିଥିଲେ ମୃତଦେହ

Lakhimpur Kheri News: ଲଖୀମପୁର ଖେରୀ ଜିଲ୍ଲାରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜିଲ୍ଲାରେ ଜଣେ ଡାକ୍ତର ତାଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି।  

Advertisement
Lakhimpur Kheri: ପତ୍ନୀଙ୍କୁ ପିଟିପିଟି ହତ୍ୟା କଲେ ଡାକ୍ତର, ଡାକ୍ତରଖାନାରେ ଲୁଚାଇ ରଖିଥିଲେ ମୃତଦେହ
Stop
Zee Odisha Desk|Updated: Dec 14, 2022, 04:12 PM IST

Doctor Killed Wife: ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ଜିଲ୍ଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଜିଲ୍ଲାରେ ଜଣେ ଡାକ୍ତର ତାଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି। ପତ୍ନୀଙ୍କୁ ହତ୍ୟା  କରିବା ପରେ ତାଙ୍କ ମୃତଦେହ ଏକ ବାକ୍ସ ଭିତରେ ତାଲା ପକାଇ ଏହାକୁ ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗଢମୁକ୍ତେଶ୍ୱର ନିଆଯାଇ ପୋଡ଼ି ଦିଆଯାଇଥିଲା। ଏହା ପରେ ଅଭିଯୁକ୍ତ ଡାକ୍ତର ଜଣଙ୍କ ଥାନାରେ ପହଞ୍ଚି ତାଙ୍କ ପତ୍ନୀ ନିଖୋଜ ହୋଇଯାଇଥିବା ନେଇ ରିପୋର୍ଟ ଦାଖଲ କରିଥିଲେ। ମୃତକଙ୍କ ପିତା ଗୋଣ୍ଡା ଜିଲ୍ଲାପାଳଙ୍କ ଓଏସଡି ପଦରେ ନିଯୁକ୍ତ ଅଛନ୍ତି।  

ରିପୋର୍ଟ ଦାଖଲ ହେବା ପରେ ପୋଲିସ ଘଟଣା ସମ୍ପର୍କରେ ଅଭିଯୁକ୍ତ ଡାକ୍ତରଙ୍କୁ ଜେରା କରିଥିଲା, ସେତେବେଳେ ଏହି ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଅଭିଯୁକ୍ତ ଡାକ୍ତରଙ୍କ ପିତା ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ଲଖୀମପୁର ଖେରୀ ପୋଲିସ ହତ୍ୟା ଘଟଣାରେ ଅଭିଯୁକ୍ତ ଉଭୟ ପିତା ଏବଂ ପୁତ୍ରକୁ ଗିରଫ କରିଛି।

ଇସାନଗର ଥାନା ଅଧିନସ୍ଥ ରାୟପୁର ଗ୍ରାମର ଶିବରାଜ ଶୁକ୍ଲା ଗୋଣ୍ଡା ଜିଲ୍ଲାପାଳଙ୍କ ଓଏସଡି ପଦରେ ନିଯୁକ୍ତ ଅଛନ୍ତି। ସେ ୨୦୧୪ ବର୍ଷରେ ତାଙ୍କ ଝିଅ ବନ୍ଦନାଙ୍କୁ ଲଖୀମପୁର ସହରସ୍ଥିତ ବାହାଦୂରନଗର ନିବାସୀ ଅଭିଷେକ ଦୀକ୍ଷିତଙ୍କ ସହ ବିବାହ କରାଇଥିଲେ। ମୃତକ ବନ୍ଦନା ମଧ୍ୟ ବିଏଏମଏସ କରିଥିଲେ। ଅନ୍ୟପଟେ ତାଙ୍କ ସ୍ୱାମୀ ଅଭିଷେକ ମଧ୍ୟ ଜଣେ ବିଏଏମଏସ ଡାକ୍ତର। ଉଭୟ ସୀତାପୁର ରୋଡ ଠାରେ ଗୌରୀ ନାମକ ଏକ ହସ୍ପିଟାଲ ଖୋଲି ସେଠାରେ ମେଡିକାଲ ପ୍ରାକ୍ଟିସ କରୁଥିଲେ। ବିବାହ ପରେ ଧୀରେ ଧୀରେ ଉଭୟ ପତି-ପତ୍ନୀ ମଧ୍ୟରେ ବିବାଦ ଆରମ୍ଭ ହେଲା। ଏହା ପରେ ବନ୍ଦନା ଚହମଲପୁରସ୍ଥିତ ଲକ୍ଷ୍ମୀ ନାରାୟଣ ଡାକ୍ତରଖାନାରେ ପ୍ରାକ୍ଟିସ କରିବା ଆରମ୍ଭ କରିଥିଲେ। ହେଲେ ଏହା ମଧ୍ୟରେ ଝଗଡା ଲାଗି ରହିଥିଲା।

ଏହି ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଲଖୀମପୁର ସହର ସର୍କଲ ଅଫିସର ସନ୍ଦୀପ ସିଂହ। ଏନେଇ ସେ କହିଛନ୍ତି ଯେ ଗତ ୨୬ ନଭେମ୍ବରରେ ସ୍ୱାମୀ ଅଭିଷେକ ଏବଂ ତାଙ୍କ ପିତା ଗୌରୀ ଶଙ୍କର ଅୱସ୍ତି ଘରେ ମାଡ଼ ମାରିଥିଲେ।  ମାଡ ମାରିବା ସମୟରେ ବନ୍ଦାନଙ୍କ ମୃତ୍ୟୁ ହୋଇଥିଲା। ଉଭୟେ ବନ୍ଦନାଙ୍କ ମୃତଦେହକୁ ଏକ ବାକ୍ସ ମଧ୍ୟରେ ରଖିଥିଲେ। ବିଳମ୍ବିତ ରାତିରେ ରେଳ ଷ୍ଟେସନ ଠାରୁ ଏକ ପିକଅପ୍ ଭ୍ୟାନ ଉଡ଼ାରେ ନେଇ ବନ୍ଦନାଙ୍କ ମୃତଦେହକୁ ଗୌରୀ ଡାକ୍ତରଖାନାକୁ ନେଇ ଆସିଥିଲେ। ମୃତଦେହକୁ ରାତିସାରା ଡାକ୍ତରଖାନାରେ ରଖାଯାଇଥିଲା। ସକାଳେ ଆମ୍ବୁଲାନ୍ସ ଯୋଗେ ବନ୍ଦାନାଙ୍କ ମୃତଦେହକୁ ପ୍ରାୟ ୩୨୧ କିଲୋମିଟର ଦୂରରେ ଥିବା ଗଢମୁକ୍ତେଶ୍ୱରକୁ ନେଇ ଯାଇଥିଲେ। ସେଠାରେ ମୃତକ ବନ୍ଦନାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। 

ଗତ ୨୭ ନଭେମ୍ବର ସନ୍ଧ୍ୟାରେ ଅଭିଯୁକ୍ତ ସ୍ୱାମୀ ମୃତକଙ୍କ ପିତାଙ୍କୁ ଜଣାଇଥିଲେ ଯେ ତାଙ୍କ ଝିଅ କେଉଁଆଡେ ଚାଲି ଯାଇଛନ୍ତି। ଏହା ପରେ ମୃତକଙ୍କ ବାପା ଲଖୀମପୁର ଆସିଥିଲେ। ସେଠାରେ ସେ ତାଙ୍କ ଝିଅ ସ୍ୱାମୀଙ୍କ ସହ ସ୍ଥାନୀୟ ଥାନାରେ ବନ୍ଦନା ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ। ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ସେତେବେଳେ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କୁ ଜେରା କରିଥିଲା। ଜେରା ବେଳେ ଅଭିଯୁକ୍ତ ସେମାନଙ୍କ ଅପରାଧ ସ୍ୱୀକାର କରିଥିଲା। ପୋଲିସ ଉଭୟଙ୍କୁ ଗିରଫ ପରେ ଜେଲ ପଠାଉଛି।

Read More
{}{}