Hindi News >>Home >>Zee Odisha Crime

ବୁଢ଼ା କାଳେ ଲୀଳା! ନାବାଳିକାଙ୍କୁ ଯୌନ ଶୋଷଣ କରିବାର ଅଭିଯୋଗରେ ଜେଲ ଗଲେ ୯୦ ବର୍ଷୀୟ ବ୍ୟକ୍ତି

Kerala court: ଶିଶୁ ଯୌନ ଅପରାଧର ସୁରକ୍ଷା (POCSO) ଅଧିନିୟମର ଧାରା ୭ ଅନୁଯାୟୀ ବୃଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି ବୋଲି ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ନିଶା ବିଜୟକୁମାର ସୂଚନା ଦେଇଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Sep 01, 2022, 01:36 PM IST

Kerala court​: ପାଲକ୍କଡ ଜିଲ୍ଲାର (Palakkad district) କରିମ୍ବା ଗ୍ରାମରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ କେରଳ କୋର୍ଟ (Kerala court) ଜଣେ ୯୦ ବର୍ଷୀୟ ବ୍ୟକ୍ତିଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତ୍ୱରିତ କୋର୍ଟର ସ୍ୱତନ୍ତ୍ର ଜଜ୍ ସତୀଶ କୁମାର ମଧ୍ୟ ୨୦୨୦ ମସିହାରେ ପଡ଼ୋଶୀରେ ରହୁଥିବା ୧୫ ବର୍ଷର ବାଳିକାକୁ ଯୌନ ଶୋଷଣ ଅଭିଯୋଗରେ ଦୋଷୀଙ୍କୁ ୫୦,୦୦୦ ଟଙ୍କା ଜରିମାନା ଲଗାଇଛନ୍ତି ।

ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ନିଶା ବିଜୟକୁମାର କହିଛନ୍ତି ଯେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଅଧିନିୟମର ଧାରା ୭ ଅନୁଯାୟୀ ଏହି ବୃଦ୍ଧଙ୍କୁ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । POCSO ଅଧିନିୟମର ଧାରା ୭ ଅନୁଯାୟୀ, ସର୍ବନିମ୍ନ ୩ ବର୍ଷ ଓ ସର୍ବାଧିକ ୫ ବର୍ଷ କାରାଦଣ୍ଡର ବ୍ୟବସ୍ଥା ରହିଛି । ବିଜୟକୁମାର କହିଛନ୍ତି ଯେ ନଅ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ଓ ଅଭଯୋଗକାରୀଙ୍କ ଓକିଲ ଦ୍ୱାରା ଦାଖଲ ହୋଇଥିବା ଅନେକ ଦଲିଲକୁ ଦେଖିବା ପରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

କିଛି ଦିନ ପୂର୍ବରୁ, ଏକ କନଭେଣ୍ଟରେ ଚାରିଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା । ବାସ୍ତବରେ ଦକ୍ଷିଣ କେରଳର ଏକ କନଭେଣ୍ଟରେ ପ୍ରବେଶ କରି ୪ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଏ ସମ୍ପର୍କରେ ସୂଚନା ଦେଇଥିଲା । ପୋଲିସର ରାତ୍ରି ପାଟ୍ରୋଲିଂ ଟିମ ଗ୍ରାମାଞ୍ଚଳରେ ଅବସ୍ଥିତ 'ନନ୍ନେରି' (ନନ୍ସଙ୍କ ବାସସ୍ଥାନ) ନିକଟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ଉଭୟଙ୍କ ଧାର୍ମିକ ଅନୁଷ୍ଠାନରେ ପ୍ରବେଶ କରିବାର ଉଦ୍ଦେଶ୍ୟ ପ୍ରକାଶ ପାଇଥିଲା ।

ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ମହିଳା ପୋଲିସ କନଭେଣ୍ଟକୁ ଯାଇ ନାବାଳିକାଙ୍କ ବୟାନ ରେକର୍ଡ କରିଥିଲେ, ଯେଉଁଥିରେ ଗତ କିଛି ଦିନ ହେବ ସେମାନଙ୍କୁ ଯୌନ ଶୋଷଣ କରାଯାଉଥିବା ଜଣାପଡିଛି। ପୀଡ଼ିତାଙ୍କ ବିବୃତ୍ତି ଆଧାରରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତମାନଙ୍କୁ ଯୌନ ଅପରାଧ ଅଧିନିୟମ (POCSO) ଓ ଭାରତୀୟ ଦଣ୍ଡବିଧି ଆଇନର ଧାରା-୪୬୦ ଅନୁଯାୟୀ ମାମଲା ଦାୟର ବୁକ୍ କରାଯାଇଛି । 

ଏହା ବି ପଢ଼ନ୍ତୁ: Humans raping animals: ମାନବ ସାଜିଲା ଦାନବ! ଦୁଷ୍କର୍ମ ଯୋଗୁଁ ଗର୍ଭବତୀ ଗାଈର ମୃତ୍ୟୁ, ଯୁବକ ଗିରଫ

ଏହା ବି ପଢ଼ନ୍ତୁ: ଗର୍ଭବତୀ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଇସ୍ତଫା ଦେଲେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ; ଜାଣନ୍ତୁ ମାମଲା

 

 

Read More
{}{}