Hindi News >>Home >>Zee Odisha Crime

Keonjhar Crime News : ପରକୀୟା ପ୍ରୀତିରୁ ଲଙ୍କାକାଣ୍ଡ: ସ୍ବାମୀର ପ୍ରେମିକାକୁ ମାରିଦେଲା ରକ୍ତମୁଖା ସ୍ତ୍ରୀ

କେନ୍ଦୁଝର: ପରକୀୟା ପ୍ରୀତିର କରୁଣ ପରିଣତି। ସ୍ବାମୀର ପ୍ରେମିକାର ତଣ୍ଟି ଚିପି ହତ୍ୟା କଲା ପତ୍ନୀ। ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଡିମ୍ବୋ ପଞ୍ଚାୟତ ନଇଗାଁ ତୋଟାସାହିରେ। ମୃତକ ହେଲେ ଆଶା ମୁଣ୍ଡା (୨୨)। ଅଭିଯୁକ୍ତ ହେଲେ ଆକାଶ ମୁଣ୍ଡାଙ୍କ ପତ୍ନୀ ମୁନି ମୁଣ୍ଡା (୨୪)। ତେବେ ଅଭିଯୁକ୍ତ ମୁନିକୁ ପୋଲିସ ଗିରଫ କରି ପଚ

Advertisement
Keonjhar Crime News : ପରକୀୟା ପ୍ରୀତିରୁ ଲଙ୍କାକାଣ୍ଡ: ସ୍ବାମୀର ପ୍ରେମିକାକୁ ମାରିଦେଲା ରକ୍ତମୁଖା ସ୍ତ୍ରୀ
Stop
Abhaya mohanty|Updated: Mar 25, 2023, 11:21 PM IST

Keonjhar Crime News: କେନ୍ଦୁଝର: ପରକୀୟା ପ୍ରୀତିର କରୁଣ ପରିଣତି। ସ୍ବାମୀର ପ୍ରେମିକାର ତଣ୍ଟି ଚିପି ହତ୍ୟା କଲା ପତ୍ନୀ। ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଡିମ୍ବୋ ପଞ୍ଚାୟତ ନଇଗାଁ ତୋଟାସାହିରେ। ମୃତକ ହେଲେ ଆଶା ମୁଣ୍ଡା (୨୨)। ଅଭିଯୁକ୍ତ ହେଲେ ଆକାଶ ମୁଣ୍ଡାଙ୍କ ପତ୍ନୀ ମୁନି ମୁଣ୍ଡା (୨୪)। ତେବେ ଅଭିଯୁକ୍ତ ମୁନିକୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି। 

ସୂଚନା ମୁତାବକ ଆକାଶ ଓ ମୁନିଙ୍କ ୨ଟି ସନ୍ତାନ ଥିବାବେଳେ ଘୁଟୁର ଗ୍ରାମର ଆଶା ମୁଣ୍ଡାଙ୍କ ସହ ଆକାଶ ଅନୈତିକ ସମ୍ପର୍କ ରହିଥିବା ସନ୍ଦେହ କରୁଥିଲେ ମୁନି। ଆଶା ମଧ୍ୟ ବିବାହିତ ହୋଇଥିବା ବେଳେ ତାଙ୍କର ମଧ୍ୟ ଗୋଟିଏ ସନ୍ତାନ ଅଛି। ଶୁକ୍ରବାର ଆକାଶ ଘରେ ନଥିବା ସମୟରେ ଆଶାକୁ ନିକଟସ୍ଥ ଅରଡେଇ ନଦୀକୁ ସ୍ଵାମୀର ପ୍ରେମିକାକୁ ଗାଧୋଇବା ଡାକି ନେଇଥିଲା ମୁନି। ସେଠାରେ ଏକ ବୁଦାମୂଳରେ ଏକ ଓଢ଼ଣୀ ସାହାଯ୍ୟରେ ଆଶାଙ୍କ ତଣ୍ଟି ଚିପି ଦେଇଥିଲା। ଫଳରେ ଆଶା ସଜ୍ଞାହୀନ ହୋଇପଡିଥିଲେ। 

ଏହାପରେ ଘରେ ଆସି ସବୁକଥା କହିଥିଲା ମୁନି। ପରିବାର ଲୋକେ ଏହା ଜାଣିବା ପରେ ଆଶାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ଥାନା ପୁଲିସ ଘଟଣା ସମ୍ପର୍କରେ ଜାଣିବା ପରେ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏ ସଂକ୍ରାନ୍ତରେ ଟାଉନ ଥାନାରେ ଏକ ହତ୍ୟା ମାମଲା ୧୨୧ / ୨୦୨୩ ରୁଜୁ କରାଯାଇଛି । ମୃତଦେହ ବ୍ୟବଚ୍ଛେଦ କରାଯିବା ସହ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Read More
{}{}