Hindi News >>Home >>Zee Odisha Crime

Crime News: ଗୋଟିଏ ଗଛରେ ଗୋଟିଏ ପରିବାରର ଝୁଲନ୍ତା ମୃତଦେହ, ଦୃଶ୍ୟ ଦେଖି ଛାନିଆ ପୋଲିସ

Crime News In Odia: ମୃତ୍ୟୁର ପ୍ରକୃତ କାରଣ ଯାଞ୍ଚ ପରେ ଜଣାପଡ଼ିବ ବୋଲି ପୋଲିସ କହିଛନ୍ତି। ପୋଲିସ କହିଛି ଯେ, ପୂରା ଘଟଣାରେ ଯାଞ୍ଚ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଶନିବାର କର୍ଣ୍ଣାଟକରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା।

Advertisement
Crime News: ଗୋଟିଏ ଗଛରେ ଗୋଟିଏ ପରିବାରର ଝୁଲନ୍ତା ମୃତଦେହ, ଦୃଶ୍ୟ ଦେଖି ଛାନିଆ ପୋଲିସ
Stop
Rasmita Sahoo|Updated: Apr 03, 2023, 05:10 PM IST

Crime News In Odia: ଛତିଶଗଡର ଯଶପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରବିବାର ଦିନ ଏକ ଦମ୍ପତି ଏବଂ ସେମାନଙ୍କର ୨ ଶିଶୁଙ୍କ ସହ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୋଲିସ କହିଛି ଯେ ଏହି ଦମ୍ପତି ନିଜ ପିଲାମାନଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହକୁ ଗଛରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ଅଧିକାରୀ କହିଛନ୍ତି ଯେ, ବଗିଚା ଥାନା କ୍ଷେତ୍ରର ସାମରବର ଗାଁର ବାହାର ଇଲାକାରେ ରାଜୁ ରାମ ଯାହାଙ୍କ ବୟସ ୨୮, ତାଙ୍କ ପତ୍ନୀ ଭିନସାରୀ ବାଇ ବୟସ ୨୨, ପାଞ୍ଚବର୍ଷର ନାବାଳିକା ଦେବନ୍ତି ବାଇ ଓ ଏକ ବର୍ଷର ପୁଅ ଦେବନ ସାଇ ର ମୃତଦେହ ଏକ ଗଛରେ ଓହଳୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଲେ । ପରେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ପୋଲିସ ଦୃଶ୍ୟ ଦେଖି ଅବାକ୍ ହୋଇଯାଇଥିଲା (Family Suicide) । ପୋଲିସର କହିବା କଥା, ମୃତକଙ୍କ ପରିବାର ସାମରବର ଗାଁରେ ରହୁଥିଲେ ଓ ପାହାଡୀ କୋରବା ସମୁଦାୟର ଲୋକ ବୋଲି ଜଣାପଡ଼ିଛି। ପାହାଡି କୋରବା ବିଶେଷ ରୂପରେ ଦୁର୍ବଳ ଜନଜାତୀୟ ସମୂହ ପିବିଟିଜି ଅନ୍ତର୍ଭୁକ୍ତ ହୋଇଥାନ୍ତି। 

ଅଧିକାରୀଙ୍କ କହିବା ମୁତାବକ, ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବାକୁ ଗଲେ ଦମ୍ପତ୍ତି ଆତ୍ମହତ୍ୟା (Couple Suicide) କରିବା ପୂର୍ବରୁ ପ୍ରଥମେ ନିଜ ଛୁଆଙ୍କ ହତ୍ୟା କରି ତାଙ୍କୁ ଗଛରେ ଟାଙ୍ଗିଥିଲେ। ମୃତ୍ୟୁର ପ୍ରକୃତ କାରଣ ଯାଞ୍ଚ ପରେ ଜଣାପଡ଼ିବ ବୋଲି ପୋଲିସ କହିଛନ୍ତି। ପୋଲିସ କହିଛି ଯେ, ପୂରା ଘଟଣାରେ ଯାଞ୍ଚ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଶନିବାର କର୍ଣ୍ଣାଟକରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ମାଙ୍ଗାଲୁରୁର (Mengaluru) ଏକ ଲଜରେ ଦୁଇ ପିଲାଙ୍କ ସମେତ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ମିଳିଥିଲା। 

ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଆତ୍ମହତ୍ୟା (Suicide) ହେବାର ସମ୍ଭାବନା ପୋଲିସ କହିଛି। ମୃତକଙ୍କ ନାମ ମିସୁରୁ ସ୍ଥିତ ଦେବେନ୍ଦ୍ର (୪୮), ତାଙ୍କ ପତ୍ନୀ ନିର୍ମଳା (୪୬) ଏବଂ ସେମାନଙ୍କର ନଅ ବର୍ଷର ଯାଆଁଳା ଝିଅ ଚୈତ୍ରା ଏବଂ ଚେତେନ୍ୟା ବୋଲି ପୋଲିସ କହିଛି।ପୋଲିସର ସୂଚନାନୁସାରେ, ଶୁକ୍ରବାର ଦିନ ବୁକିଂର ସମୟସୀମା ପରେ ମଧ୍ୟ ପରିବାର ରୁମ ଛାଡି ନଥିବା ବେଳେ ହୋଟେଲ କର୍ମଚାରୀମାନେ ରୁମର ଏକ୍ସଟ୍ରା ଚାବି ସାହାଯ୍ୟରେ କବାଟ ଖୋଲିଥିଲେ। କବାଟ ଖୋଲି ଦେଖିବା ବେଳକୁ ପୂରା ପରିବାରକୁ ମୃତ ଅବସ୍ଥାରେ ପାଇଥିଲେ କର୍ମଚାରୀ। 

ଆର୍ଥିକ ଅନଟନ (Economy Crisis) କାରଣରୁ ପରିବାର ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଦେବେନ୍ଦ୍ର ତାଙ୍କ ପିଲାମାନଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରିବା ସହ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ପତ୍ନୀଙ୍କୁ ଗଳା କାଟି ହତ୍ୟା କରିଥିବା ସେ ଆଶଙ୍କା ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ପରିବାର ୨୭ ମାର୍ଚ୍ଚରେ ଭଡା ନେଇ ରୁମ୍ (Hotel Room) ନେଇଥିଲେ ଏବଂ ମାର୍ଚ୍ଚ ୩୦ରେ ହୋଟେଲ ରୁମରୁ ଚେକ ଆଉଟ କରିବାର ଥିଲା। ସେ କହିଛନ୍ତି ଯେ ସ୍ୱାମୀଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ବେଳେ ପତ୍ନୀ ଏବଂ ଯାଆଁଳା ଶିଶୁ ବିଛଣାରେ ମୃତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲେ। ରୁମରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି। ଯେଉଁଥିରେ ଆର୍ଥିକ ଅନଟନ କାରଣ ଦର୍ଶାଇ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ବ୍ୟକ୍ତି ଜଣକ ବୋଲି ପୋଲିସ କହିଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।

Also Read: Laxmi Nagar: 'ତୁମେ ମୋ ସହ ରୋମାନ୍ସ କରିବାକୁ ଚାହୁଁଛ କି' ମେସେଜ କରି ଯୁବକଙ୍କଠାରୁ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା

Read More
{}{}