Hindi News >>Home >>Zee Odisha Crime

Crime News: ବୋହୂ ୪୨୦ ! ଶାଶୂ ଘର ଲୋକଙ୍କୁ ବେହୋସ କରି ପ୍ରେମିକ ସହ ଛୁ

Crime News In Odia: ପ୍ରେମ (Love) ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ତେବେ, ସେହି ପ୍ରେମଟିକେ ପାଇବା ପାଇଁ ନିଜ ଶାଶୁଘର ଛାଡି ପ୍ରେମିକ (lover) ସହ ଚମ୍ପଟ ମାରିଛନ୍ତି ମହିଳା (daughter in law ran away with lover)। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।  

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 08, 2023, 03:30 PM IST

Crime News In Odia: ପ୍ରେମ (Love) ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ପ୍ରେମ ଶାଶ୍ୱତ ପ୍ରେମ ହେଉଛି ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା। ସାରା ଜୀବନ ଦୁହେଁ ଦୁହିଁଙ୍କ ସାଙ୍ଗରେ ରହିବାର ପ୍ରତିଶ୍ରୁତି, ହେଲା ସବୁଠାରୁ ନିଆର। ତୁମେ ଭଲ ପାଉଥିବା ମଣିଷଟିଏ ଯଦି ତୁମକୁ ଜୀବନ ସାଥି ହେବାର ପ୍ରସ୍ତାବ ଦିଅନ୍ତି ତେବେ ଆକାଶରୁ ଜହ୍ନ ଆସି ଆଞ୍ଜୁଳାରେ ପଡ଼ିଗଲା ଭଳି ଲାଗେ । ତେବେ, ସେହି ପ୍ରେମଟିକେ ପାଇବା ପାଇଁ ନିଜ ଶାଶୁଘର ଛାଡି ପ୍ରେମିକ (lover) ସହ ଚମ୍ପଟ ମାରିଛନ୍ତି ମହିଳା (daughter in law ran away with lover)। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।  ଜଣେ ବିବାହିତା ମହିଳା ରାତି ଖାଇବାରେ ନିଶା ଜିନିଷ ମିଶାଇ ତାକୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ଖାଇବାକୁ ଦେଇଥିଲେ । ଫଳସ୍ୱରୂପ ସେମାନେ ଖାଇବା ପରେ ବେହୋସ୍ ହୋଇଗଲେ । ଏହାର ସୁଯୋଗ ନେଇ ମହିଳା ଜଣକ ନିଜର ୨ ବର୍ଷର ଝିଅକୁ ନେଇ ପ୍ରେମିକ ସହିତ ଫେରାର ହୋଇଯାଇଥିଲେ । ସାଥିରେ ନିଜର ସମସ୍ତ ଗହଣା ଓ କିଛି ନଗଦ ଟଙ୍କା ମଧ୍ୟ ସାଥିରେ ନେଇଛନ୍ତି । ତେବେ, ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶରେ(Uttar Pradesh) । ବର୍ତ୍ତମାନ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ମାଧୋଟାଣ୍ଡା ଥାନା ଅଞ୍ଚଳ ଅନ୍ତର୍ଗତ ଗୁଲାବ ଟାଣ୍ଡା ଗାଁରେ ରୁହନ୍ତି  ସୁଶୀଲଙ୍କ ପରିବାର । ସୁଶୀଲଙ୍କ ସ୍ତ୍ରୀର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗତକିଛି ଦିନ ତଳେ ଗଢି ଉଠିଥିଲା।  ଯାହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା। କିନ୍ତୁ ଗୁରୁବାର ଦିନ ରାତିରେ ,ଖାଇବାରେ ସ୍ବାମୀଙ୍କ ସହ ଶାଶୁଘର ଲୋକଙ୍କୁ ରାତି ଖାଦ୍ୟରେ (dinner )ନିଶା ମିଶାଇଥିଲେ ସୁଶୀଲଙ୍କ ପତ୍ନୀ । ଫଳରେ (ଗତକାଲି)ଶୁକ୍ରବାର ସକାଳେ ଯେବେ ପରିବାର ଲୋକ କେହି ବାହାରକୁ ନ ଆସିଲେ, ସେବେ ପଡୋଶୀମାନଙ୍କୁ ସନ୍ଦେହ ହୋଇଥିଲା । ସେମାନେ ଘର ଭିତରକୁ ଯିବାରୁ ଜାଣିବାକୁ ପାଇଲେ କି, ପରିବାରର ୫ ଜଣ ସଦସ୍ୟ ବେହୋସ୍ ଅବସ୍ଥାରେ ପଡିଛନ୍ତି । ସେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଥିଲେ, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । 

Also Read : Road Accident: ସାମ୍ନାପଟୁ ଧକ୍କା ଦେଲା ଅଜଣା ଗାଡ଼ି, ନିଶ୍ଚିହ୍ନ ହୋଇଗଲା ପରିବାର !

Also Read : Salman Khan: କୋଟି କୋଟି ଟଙ୍କାରେ ଖେଳନ୍ତି ଭାଇଜାନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ହେଉଛନ୍ତି ସଲମାନ?

ସୁଶୀଲ ନିଜ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେ କହିଛନ୍ତି ଯେ, ୬ ଏପ୍ରିଲ ସନ୍ଧ୍ୟାରେ ଘରର ସମସ୍ତ ଲୋକ ଖାଇବା ଖାଇଥିଲେ, ଯାହା ଫଳରେ ସମସ୍ତେ ବେହୋସ୍ ହୋଇପଡିଲେ । ଖାଇବା ତାଙ୍କ ପତ୍ନୀ ହିଁ ତିଆରି କରିଥିଲେ, ଯେଉଁଥିରେ ନିଶା ମିଶିଥିଲା । ପୁରା ପରିବାର ବେହୋସ୍ ହେବା ପରେ ପତ୍ନୀ ୨ ବର୍ଷର ଝିଅକୁ ନେଇ ପ୍ରେମିକ ସହ ଫେରାର ହୋଇଛି । ସୁଶୀଲ କହିଛନ୍ତି ଯେ, ପତ୍ନୀଙ୍କର ଆଉ କେଉଁଠି ସମ୍ପର୍କ ଚାଲିଛି ବୋଲି ତାଙ୍କୁ ପ୍ରଥମରୁ ହିଁ ସନ୍ଦେହ ଥିଲା । ଏହାକୁ ନେଇ ଉଭୟ ପତୀ ଓ ପତ୍ନୀଙ୍କ ମଧ୍ୟରେ ଅନେକ ଥର ଝଗଡା ମଧ୍ୟ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।  କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇବା ସହ ସୁଶୀଲଙ୍କ ପତ୍ନୀ ଓ ଝିଅକୁ ଖୋଜୁଛି ପୋଲିସ୍ । 

ନିକଟରେ ଏଭଳି ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲାରେ । ପ୍ରେମ ପ୍ରତାରଣାର ଶିକାର ହୋଇଥିବା ଜଣେ ବିବାହିତା ମହିଳା ସ୍ତ୍ରୀ ମାନ୍ୟତା ଦାବିରେ ତାଲା ଭାଙ୍ଗି ଅଭିଯୁକ୍ତ ପ୍ରେମିକଙ୍କ ଘରେ ପଶିଥିବା ଦେଖିବାକୁ ମିଳିଥିଲା।  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଏ ନେଇ ଥାନାରେ ବିଧିବଦ୍ଧ ଭାବେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଲୋଧଣୀ ଗ୍ରାମର ଜିତୁ ସାହୁ ଏବଂ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ୫ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ହେଲେ ଗତ କିଛି ଦିନ ତଳେ ଯୁବତୀଙ୍କ ବିବାହ ଅନ୍ୟତ୍ର ହୋଇଯାଇଥିଲା। ବିବାହର ପଞ୍ଚମ ଦିନ ସମ୍ପୃକ୍ତ ଯୁବତୀ ଶାଶୁଘରୁ ଜିତୁଙ୍କ ସହ ଫେରାର ହୋଇଯାଇଥିଲେ। ଏହାପରେ ଉଭୟେ ଜଣେ ସମ୍ପର୍କୀୟ ଘରକୁ ପଳାଇଥିଲେ। ପ୍ରେମିକାଙ୍କୁ ସେଠାରେ ଛାଡ଼ି ଜିତୁ ନିଜ ଗାଁକୁ ପଳାଇ ଆସି ଘଟଣା ବିଷୟରେ କିଛି ଜାଣି ନ ଥିବା ଅଭିନୟ କରିଥିଲେ। ଏହାର କିଛିଦିନ ପରେ ପ୍ରେମିକାଙ୍କୁ ଧରି ହାଇଦ୍ରାବାଦ ପଳାଇଥିଲେ। ସେଠାରେ ମାସେ ରହିବା ପରେ ପୁଣି ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। କିଛିଦିନ ରହିବା ପରେ ଭୁବନେଶ୍ୱରରେ ବିବାହ କରିବାକୁ କହି ପ୍ରେମିକାଙ୍କୁ ଧରି ଚାଲିଯାଇଥିଲେ। ହେଲେ ମନ୍ଦିର ପାଖରେ ଛାଡ଼ିଦେଇ ଜିତୁ ଫେରାର ହୋଇଯାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଜିତୁଙ୍କୁ ନ ପାଇ ଯୁବତୀ ଜଣକ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ଏହାପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯୁବତୀ।

{}{}