Hindi News >>Home >>Zee Odisha Crime

ଲଜରୁ 'DIG'ଙ୍କୁ ଉଠାଇ ନେଲା IIC, ଚୋରି ଧରାଇଦେଲା ବର୍ଦ୍ଦି

Fake DIG arrested in Keonjhar: କେନ୍ଦୁଝରରେ ଗିରଫ ହେଲେ ନକଲି ଆଇପିଏସ ଅଧିକାରୀ। ନିଜକୁ ଡିଆଇଜିର ପରିଚର ଦେଇ କରୁଥିଲେ ଠକେଇ। ଲଜରୁ ଉଠାଇ ନେଲା ଅସଲି ପୋଲିସ।      

Advertisement
 ଲଜରୁ 'DIG'ଙ୍କୁ ଉଠାଇ ନେଲା IIC, ଚୋରି ଧରାଇଦେଲା ବର୍ଦ୍ଦି
Stop
Samir Kumar Pradhan|Updated: Oct 09, 2022, 03:10 PM IST

Fake DIG arrested, ଯାଜପୁର: ରାଜ୍ୟରେ ମାଳମାଳ ନକଲି ପୋଲିସ ଅଧିକାରୀ ବୁଲୁଛନ୍ତି। ଦୁଇ ବର୍ଷର ବ୍ୟବଧାନରେ ଆଉ ଜଣ ନକଲି IPS ଅଧିକାରୀଙ୍କୁ ଅସଲି ପୋଲିସ ଗିରଫ କରିଛି। ୨୦୨୦ ଲକଡାଉନ ସମୟରେ ଭୁବନେଶ୍ୱରରୁ ଶର୍ମିଷ୍ଠା ବେହେରା ନାମକ ଜଣେ ଯୁବତୀ ଗିରଫ ହୋଇଥିଲେ। ଏବେ ଯାଜପୁର ଜିଲ୍ଲାରୁ ଆଉ ଜଣେ ନକଲି IPS ଅଧିକାରୀ ବନ୍ଧା ହୋଇଛନ୍ତି। ଠକ ଜଣକ ନିଜକୁ DIG କହି ଲୋକଙ୍କ ଠାରୁ ମୋଟା ଅଙ୍କ ଲୁଟିଥିବା ଅଭିଯୋଗ ହୋଇଛି।

ଗିରଫ ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ ବୋଲି ସୂଚନା ମିଳିଛି। ସେ ନିଜକୁ ପୋଲିସ ଡିଆଜି ପରିଚୟ ଦେଇ ଠକେଇ କରୁଥିଲେ। ଯୁବପିଢିଙ୍କୁ ଭଲ ଚାକିରି କରାଇଦେବା ନାଁରେ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଠକ ସୁଜିତ ପଢିଆରୀଙ୍କୁ ଶନିବାର ଅସଲି ପୋଲିସ ଗିରଫ କରିବାରେ ସଫଳତା ହୋଇଛି। ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରି ବିଭିନ୍ନ ସ୍ଥାନରେ ସୁଜିତ ଠକେଇ ରାକେଟ ଚଳାଇଥିଲେ। ଏକାଧିକ ଜିଲ୍ଲାରେ ସୁଜିତଙ୍କ ନାଁରେ ମାମଲା ରହିଥିବା ଘଟଗାଁ ଏସଡିପିଓ, ସୁସିଲ କୁମାର ମିଶ୍ର ସୂଚନା ଦେଇଛନ୍ତି। 

Also Read: Lady Blackmailer: ଗୋଟିଏ ରାତି ପାଇଁ କେତେ ନେଉଥିଲେ ଅର୍ଚ୍ଚନା?

 

ଠକେଇର ଶିକାର ହୋଇଥିବା ପରେଶ କୁମାର ନାମକ ଯୁବକଙ୍କ ଠାରୁ ଅଭିଯୋଗ ପାଇବା ପରେ କେନ୍ଦୁଝର ପୋଲିସ ଆକ୍ସନ ନେଇଥିଲା। କିଛି ଦିନ ହେଲା ଘଟଗାଁ ଅଞ୍ଚଳରେ ସୁଜିତ ପଢିଆରୀ ନିଜର ଜାଲ ବିଛାଇ ଥିଲେ। ସେ   ଘଟଗାଁର ଏକ ଲଜରେ ରହି କିଛି ଯୁବକଙ୍କ ଠାରୁ ଟଙ୍କା ଠକେଇ କରିଥିଲେ। ପୋଲିସ ଅଧିକାରୀ ଯୁନିଫର୍ମରେ ରହିଥିବା ସମସୟରେ ଘଟଗାଁ ପୋଲିସ ସୁଜିତଙ୍କୁ ଗିରଫ କରିଛି। ସୁଜିତ ଜଣଙ୍କ ଠାରୁ ପୋଲିସ ଯୁନିଫର୍ମ, ଗୋଟିଏ ମୋବାଇଲ, ନକଲି ସୁନା ଚେନ ଓ ମୁଦି ସହ ନଗଦ ୧୨ ହଜାର ଟଙ୍କା ଜବତ ହୋଇଛି। 

ସୁଜିତ ନିଜକୁ ପୋଲିସ ଡିଆଇଜି ବୋଲି କହୁଥିଲେ, କିନ୍ତୁ ତାଙ୍କ ବର୍ଦ୍ଦିରେ ଆଇଏଫଏସ ଲେଖା ହୋଇଥିଲା। ଯାହାକୁ ଦେଖି ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଫଳରେ ସେମାନେ ଏନେଇ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ। ଆଉ ପୋଲିସ ଜାଲ ବିଛାଇ ଘଟଗାଁସ୍ଥିତ ଏକ ଲଜରୁ ଗିରଫ କରିବାରେ ସଫଳ ହୋଇଛି। ତେବେ ଏହି ଠକେଇ ମାମଲାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ଅଛି ସେନେଇ ତଦନ୍ତ ଚଳାଇଛି। 

 

 

Read More
{}{}