Hindi News >>Home >>Zee Odisha Crime

Kanjhawala Accident: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ କିପରି ହୋଇଥିଲା ଅଞ୍ଜଳି ସିଂହଙ୍କ ମୃତ୍ୟୁ?

Kanjhawala Accident Upadate: ବହୁଚର୍ଚ୍ଚିତ କଞ୍ଝାୱାଲା ଦୁର୍ଘଟଣା ମାମଲାରେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। କିପରି ଏବଂ କେଉଁ କାରଣରୁ ଅଞ୍ଜଳି ସିଂହଙ୍କ ମୃତ୍ୟୁ ହୋଇଥିଲା ତାହା ସ୍ପଷ୍ଟ ହୋଇଛି। 

Advertisement
Kanjhawala Accident: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ କିପରି ହୋଇଥିଲା ଅଞ୍ଜଳି ସିଂହଙ୍କ ମୃତ୍ୟୁ?
Stop
Zee Odisha Desk|Updated: Jan 03, 2023, 09:18 PM IST

Kanjhawala Post Mortem Report: ଦିଲ୍ଲୀ ସୁଲତାନପୁରୀସ୍ଥିତ କଞ୍ଝାୱାଲା ହୋଇଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଞ୍ଜଳି ସିଂହଙ୍କ ମୃତଦେହ ତାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ଅଞ୍ଜଳିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିଛି। ଏହି ରିପୋର୍ଟ ଜରିଆରେ କୁହାଯାଇଛି ଯେ ଦୁଷ୍କର୍ମ ସହ ଜଡ଼ିତ କୌଣସି ପ୍ରମାଣ ମିଳିନାହିଁ। ଡାକ୍ତରୀ ଦଳ କହିଛି ଯେ ଅନେକ କିଲୋମିଟର ପର୍ଯ୍ୟନ୍ତ ଘୁଷୁରିବା ପରେ ଅଞ୍ଜଳିଙ୍କୁ ଆଘାତ ଲାଗିଥିଲା। ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।  

କଞ୍ଝାୱାଲା ଦୁର୍ଘଟଣା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି। ଅଭିଯୁକ୍ତଙ୍କୁ ୩ ଦିନଆ ପୋଲିସ ହେପାଜତକୁ ପଠାଯାଇ ସେମାନଙ୍କ ରକ୍ତ ନମୁନା ନିଆଯାଇଛି।  ଏହି ଦୁର୍ଘଟଣା ଘଟିବା ସମୟରେ ଅଭିଯୁକ୍ତ ମଦ୍ୟପାନ କରିଥିଲେ ନା ନାହିଁ ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି। ଏହି ଦୁର୍ଘଟଣା ପୂର୍ବରୁ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ମୃତକ ଅଞ୍ଜଳି ସିଂହଙ୍କୁ ସହ ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କ ସହ ଦେଖିବାକୁ ମିଳୁଛି। ଅଞ୍ଜଳିଙ୍କ ବନ୍ଧୁ କହିଛନ୍ତି ଯେ ଦୁର୍ଘଟଣା ସମୟରେ ସେ ସ୍କୁଟି ସହ ଥିଲେ। ଧକ୍କା ହେବା ପରେ ଅଞ୍ଜଳିଙ୍କ ମୃତଦେହ କାର ମଧ୍ୟରେ ଫସି ରହିଥିଲା। ହେଲେ ଅଭିଯୁକ୍ତ କାର ଅଟକାଇ ନଥିଲେ। ବନ୍ଧୁଙ୍କ କହିବା ଅନୁଯାୟୀ ସେ ଏତେ ଡରି ଯାଇଥିଲେ ଯେ ସେ ତାଙ୍କ ଘରକୁ ଯାଇଥିଲେ ଆଉ କାହାକୁ କିଛି କହି ନଥିଲେ।

କଞ୍ଝାୱାଲା ଦୁର୍ଘଟଣା ମାମଲାର ଶବ ବ୍ୟବଛେଦ ରିପୋର୍ଟ

  • ମୁଣ୍ଡ, ମେରୁଦଣ୍ଡ ଏବଂ ଶରୀରର ତଳ ଅଂଶରେ ଆଘାତ କାରଣରୁ ରକ୍ତସ୍ରାବ ହୋଇଥିଲା। ଏହି କାରଣରୁ ଅଞ୍ଜଳି ସିଂହଙ୍କ ମୃତ୍ୟୁ ହୋଇଥିଲା।
  • ପୋଲିସ କହିଛି ଯେ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଜରିଆରେ ଜଣାପଡିଥିଲା ଯେ ଦୁଷ୍କର୍ମ ହୋଇନାହିଁ। ଦୁଷ୍କର୍ମ ସହ ଜଡ଼ିତ କୌଣସି ପ୍ରମାଣ ମିଳିନାହିଁ।
  • ପୋଷ୍ଟମର୍ଟମ କରିଥିବା ଡାକ୍ତର ସହମତ ହୋଇଛନ୍ତି ଯେ ପୀଡିତାଙ୍କ ବ୍ୟକ୍ତିଗତ ଅଙ୍ଗରେ ଆଘାତ ଲାଗିଥିବାର କୌଣସି ଚିହ୍ନ ବର୍ଣ୍ଣ ନାହିଁ।
  • ପୋଷ୍ଟମର୍ଟମ ମୌଲାନା ଆଜାଦ ମେଡିକାଲ କଲେଜ ଠାରେ ହୋଇଥିଲା। ପୋଷ୍ଟ ମଟର୍ମ ପାଇଁ ଏକ ଡାକ୍ତରୀ ଦଳ ଗଠନ କରାଯାଇଥିଲା।
  • ଘଟଣାସ୍ଥଳ  ଏବଂ ପୀଡିତାଙ୍କ ଶରୀରରୁ ସଂଗୃହିତ ଜୈବିକ ନମୁନାର ପରୀକ୍ଷା ଏବଂ ରାସାୟନିକ ବିଶ୍ଳେଷଣ ପରେ ଚୂଡ଼ାନ୍ତ ରିପୋର୍ଟ ଆସିବ।
  • ଡାକ୍ତର କହିଛନ୍ତି ଯେ ଅଞ୍ଜଳି ସିଂହଙ୍କ ମୁଣ୍ଡ, ମେରୁଦଣ୍ଡ ଏବଂ ଅନ୍ୟାନ୍ୟ ପ୍ରମୁଖ ହାଡରେ ଗଭୀର ଆଘାତ ଲାଗିଥିଲା। କେବଳ ସେହି କାରଣରୁ ତାଙ୍କର ମୃତ୍ୟୁ ହୋଇ ଥାଇପାରେ। ମୋଟ ଉପରେ କହିବାକୁ ଗଲେ ଅଞ୍ଜଳି ଏତେ ଗୁରୁତର ଆହତ ହୋଇଥିଲେ ଯେ ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

 

Read More
{}{}