Hindi News >>Home >>Zee Odisha Crime

Crime News: କ୍ଲାସମେଟ ଟପ୍ପର ହେଲା ବୋଲି ଏସିଡ୍ ପକାଇ ଜାଳିଦେଲେ ସହପାଠୀ !

Crime News In Odia: ଆରିଫ ଶାହ ନାମକ ଛାତ୍ର ଜଣଙ୍କ ଲକ୍ଷ୍ମୀ ନାମକ ଛାତ୍ରୀଙ୍କ ଡାହାଣ ହାତ ଉପରେ ଏସିଡ ଢାଳି ଦେଇଥିଲେ। ତାଙ୍କ ଡାହାଣ ହାତ ଜଳିଯାଇଛି। କେବଳ ଏତିକି ନୁହେଁ ଆରିଫ ଏହା ପୂର୍ବରୁ ଏକ ଧମକ ଭରା ଚିଠି ମଧ୍ୟ ଲେଖିକି ଦେଇଥିଲେ । ଯେଉଁଥିରେ ସେ ସ୍ପଷ୍ଚ ଭାବେ କହିଥିଲେ ଯେ, ଲକ୍ଷ୍ମୀଙ୍କୁ ସେ ପ୍ରଥମ ବା ଟପ୍ପର ହେବାକୁ ଦେବେ ନାହିଁ।  

Advertisement
Crime News: କ୍ଲାସମେଟ ଟପ୍ପର ହେଲା ବୋଲି ଏସିଡ୍ ପକାଇ ଜାଳିଦେଲେ ସହପାଠୀ !
Stop
Rasmita Sahoo|Updated: Feb 24, 2023, 06:48 PM IST

Crime News In Odia: ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାରେ ଘଟିଛି ଏମିତି ଏକ ହୃଦୟଥରା ଘଟଣା ଯାହା ଜାଣିଲେ ଆପଣ ଆଶ୍ଟର୍ଯ୍ୟ ହୋଇ ଉଠିବେ। ଏକ ଛାତ୍ରୀ ନିଜ ସ୍କୁଲରେ ସର୍ବଦ ଟପ୍ପର ହୁଅନ୍ତି। ଭଲ ମାର୍କ ରଖନ୍ତି । ହେଲେ ଏହି ସଫଳତା ତାଙ୍କ ପାଇଁ ବିପଦ ଆଣିଦେଇଛି। ଜଣେ ଛାତ୍ରୀଙ୍କ ଟପ୍ପର ହେବା କଥା ଜାଣି ରାଗରେ ବା ଇର୍ଷାରେ ଆଉ ଜଣେ ଛାତ୍ର ତାଙ୍କ ଉପରେ ଏସିଡ ଆଟାକ କରିଛନ୍ତି । ଯାହାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ଏସିଡ ଆଟାକ କାରଣରୁ ଛାତ୍ରୀଙ୍କ ହାତ ଓ ବାହୁ ଜଳିଯାଇଛି। ହେଲେ ସବୁଠାରୁ ବଡ଼ କଥା ହେଲା ଏହାପରେ ବି ଛାତ୍ରୀ ଜଣଙ୍କ ନିଜର ସାହାସ ଭାଙ୍ଗିନାହାଁନ୍ତି । ଏମିତି ଆଘାତ ପାଇ ମଧ୍ୟ ଛାତ୍ରୀ ଜଣଙ୍କ ନିଜ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେବା ପରେ ଛାତ୍ରୀ ଜଣଙ୍କ କହିଛନ୍ତି ଯେ, ତାଙ୍କୁ ଟପ୍ପର ହେବାରୁ ଅଟକାଇବା ପାଇଁ ସହପାଠୀ ମାନେ ତାଙ୍କ ଉପରେ ଏସିଡି ଢାଳିଦେଇଥିଲେ।

ଗୁରୁବାର ଦିନ ଛାତ୍ରୀ ଜଣକ ଠିକ୍ ସମୟରେ ମାଧ୍ୟମିକ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ତାଙ୍କ ମା ତାଙ୍କ ସହିତ ଥିଲେ। ଛାତ୍ରୀଟି ଜଣେ ଲେଖିକାଙ୍କ ପାଖରେ ବସି ପ୍ରଥମ ଭାଷା ପରୀକ୍ଷା ଦେଇଛନ୍ତି। ସେ ମୁହଁରେ ହସ ଫୁଟାଇ ପରୀକ୍ଷା କେନ୍ଦ୍ରରୁ ବାହାରକୁ ଆସିଥିଲେ। ସେ କହିଛନ୍ତି ଯେ ପରୀକ୍ଷା ବହୁତ ଭଲ ହୋଇଛି। ବିଶ୍ୱ ହିନ୍ଦୁ ପରିଷଦର ସୌରୀଷ ମୁଖାର୍ଜୀ ଟ୍ୱିଟ୍ କରି କହିଛନ୍ତି, ଯେ “ପଶ୍ଚିମବଙ୍ଗର (West Bengal) ବୀରଭୂମ ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। 21/02/23 ଦିନ ଆରିଫ ଶାହ ନାମକ ଛାତ୍ର ଜଣଙ୍କ ଲକ୍ଷ୍ମୀ ନାମକ ଛାତ୍ରୀଙ୍କ ଡାହାଣ ହାତ ଉପରେ ଏସିଡ ଢାଳି ଦେଇଥିଲେ। ତାଙ୍କ ଡାହାଣ ହାତ ଜଳିଯାଇଛି। କେବଳ ଏତିକି ନୁହେଁ ଆରିଫ ଏହା ପୂର୍ବରୁ ଏକ ଧମକ ଭରା ଚିଠି ମଧ୍ୟ ଲେଖିକି ଦେଇଥିଲେ । ଯେଉଁଥିରେ ସେ ସ୍ପଷ୍ଚ ଭାବେ କହିଥିଲେ ଯେ, ଲକ୍ଷ୍ମୀଙ୍କୁ ସେ ପ୍ରଥମ ବା ଟପ୍ପର ହେବାକୁ ଦେବେ ନାହିଁ।

ଏସିଡ ପଡ଼ିବା କାରଣରୁ ତାଙ୍କ ଲେଖିବା ହାତ ଜଳିଯାଇଥିଲା । ମଙ୍ଗଳବାର ଦିନ ଛାତ୍ରୀ ଜଣଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଛାତ୍ରୀଙ୍କ ମା ଦାବି କରିଛନ୍ତି ଯେ ସେ ସନ୍ଧ୍ୟା ୭ଟା  ୩୦ ପର୍ଯ୍ୟନ୍ତ ଘରେ ନଥିଲେ। ଏହି ସମୟରେ ଜଣେ ଯୁବକ ବାଇକ୍ ରେ ଆସି ଥିଲେ ପରେ ତାଙ୍କ ଝିଅର ନାଁ ଧରି ଡାକିଥିଲେ । ଯେତେବେଳେ ସେ କବାଟ ଖୋଲିଥିଲେ, ତାଙ୍କ ଉପରେ ଏସିଡ୍ ଫୋପାଡି ଦେଇ ପଳାଇଥିଲା ଛାତ୍ର ଜଣଙ୍କ। ତେବେ ଆସିବା ପରେ ଦେଖିଲା ବେଳେକୁ ତାଙ୍କ ଝିଅର ହାତ ଜଳିଯାଇଥିଲା । ପରେ ସେ ସଙ୍ଗେ ସଙ୍ଗେ ନିଜ ଝିଅକୁ ନେଇ ହସ୍ପିଟାଲ (Hospital)  ଯାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ଦିଆଯାଇଥିଲା। ଚିଠିରେ ଏସିଡ୍ ଆକ୍ରମଣର କାରଣ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଚିଠି ଅନୁଯାୟୀ, ପ୍ରଭାବିତ ଛାତ୍ରୀ ମାଧ୍ୟମିକ ପରୀକ୍ଷାର ଯୋଗ୍ୟତା ତାଲିକାରେ ସ୍ଥାନ ପାଇବାକୁ ନିଜକୁ ପ୍ରସ୍ତୁତ କରୁଥିଲେ। ସେ ସର୍ବଦା ଜଣେ ଭଲ ଛାତ୍ରୀ ହୋଇ ଟପ୍ପର ହୋଇ ଆସୁଛନ୍ତି। ଏହା ତାଙ୍କ ସାଙ୍ଗକୁ ବିରକ୍ତ କରିଥିଲା ।  ଛାତ୍ରୀଙ୍କ ବିବୃତ୍ତି ଆଧାରରେ ପୋଲିସ ଏସିଡ୍ ଆକ୍ରମଣ (Acid Attack) ଭଳି ବିପଜ୍ଜନକ ଘଟଣାର ତଦନ୍ତ ଆରମ୍ଭ କରିଛି।

Also Read: Crime News: ଡେଟିଂ ଆପରୁ ପ୍ରେମ, ହତ୍ୟା ପରେ ଯୁବକର ଯୌନାଙ୍ଗକୁ ସିଝେଇ ଖାଇଦେଲା ଯୁବକ

Read More
{}{}