Hindi News >>Home >>Zee Odisha Crime

Ankita Murder Case: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, WhatsApp ଚାଟ୍ ଖୋଲିଲା ମୃତ୍ୟୁର ଗୁମର

Ankita Murder Case: ଅଙ୍କିତାଙ୍କୁ କେନାଲକୁ ଠେଲି ହତ୍ୟା କରିଥିବା ହୋଟେଲ ମାଲିକ ପୁଲକିତ ଆର୍ଯ୍ୟ ଓ ତାଙ୍କର ଦୁଇ ସହଯୋଗୀ ମାନିଛନ୍ତି। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି। ଜିଆଇଜି ପିଆର ଦେବୀ ଏହାର ନେତୃତ୍ୱ ନେଇଛନ୍ତି। ଅଙ୍କିତାଙ୍କ ହତ୍ୟାକଣ୍ଡରେ ପୁଲକିତଙ୍କ ଭାଇଙ୍କର ମଧ୍ୟ ହାତ ଥିବା କୁହାଯାଉଛି।

Advertisement
Ankita Murder Case: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, WhatsApp ଚାଟ୍ ଖୋଲିଲା ମୃତ୍ୟୁର ଗୁମର
Stop
Zee Odisha Desk|Updated: Sep 25, 2022, 09:44 AM IST

Ankita Murder Case, ଡେରାଡୁନ: ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡକୁ ନେଇ ଉତ୍ତରାଖଣ୍ଡରେ ଆକ୍ରୋସର ନିଆଁ ଲାଗିଛି। ୧୯ ବର୍ଷିୟ ରିସେପସନିଷ୍ଟଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହୋଟେଲ ମାଲିକ ପୁଲକିତ ଆର୍ଯ୍ୟ ଓ ଦୁଇ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଅଙ୍କିତ ଗିରଫ ହେବାପରେ ବିଜେପିରୁ ତାଙ୍କ ବାପା ବିନୋଦ ଆର୍ଯ୍ୟ (ପୂର୍ବତନ ମନ୍ତ୍ରୀ) ଓ ଭାଇ ଅଙ୍କିତ ଆର୍ଯ୍ୟ (ରାଜ୍ୟ ଓବିସି କମିଶନ ଉପସଭାପତି)ରୁ ବହିଷ୍କାର କରାଯାଇଛି। ଅଙ୍କିତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁଃଖ ପ୍ରକାଶ କରିବା ସହ ମାମଲା ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି। ସେପଟେ ଅଙ୍କିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। 

ନିଖୋଜର ୫ ଦିନ ପରେ ଚିଲ୍ଲା କେନାଲରୁ ଶନିବାର ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ଋଷିକେଶ ଏମ୍ସକୁ ପଠାଯାଇଥିଲା। ସେଠାରେ ଏକ ଡାକ୍ତରୀ ଦଳ ୧୯ ବର୍ଷିୟ ରିସେପସନିଷ୍ଟଙ୍କ ପୋଷ୍ଟମର୍ଟମ କରିଥିଲେ। ଯାହାର ରିପୋର୍ଟ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ଅଙ୍କିତାଙ୍କ ମୃତ୍ୟୁର କାରଣ ଦର୍ଶା ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବାର ସଙ୍କେତ ମିଳିଛି। ଯହା ତିନି ଅଭିଯୁକ୍ତଙ୍କୁ କୋଠର ସଜ୍ଜା ଦେବା ପାଇଁ ଯଥେଷ୍ଟ ହୋଇପାରେ। ପାଣିରେ ବୁଡିବା ଯୋଗୁଁ ଅଙ୍କିତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶା ଯାଇଛି। ଏହା ସହ ତାଙ୍କ ଦେହରେ କ୍ଷତ ଚିହ୍ନ ଥିବା ମଧ୍ୟ କୁହାଯାଉଛି।

Also Read: ବନ୍ଦ ଘରେ ୧୫ ଦିନ; ପୁଅ ଦେଲା ସୁଯୋଗ, ବାପା ନେଲା ନୂଆ ବୋହୂର ଇଜ୍ଜତ

ଇତି ମଧ୍ୟରେ ଅଙ୍କିତାଙ୍କ ଏକ ହ୍ୱାଟସଅପ ଟାଚ୍ ଲିକ୍ ହୋଇଛି। ଏଥିରେ ଅଙ୍କିତା ତାଙ୍କ ସହ ହେଉଥିବା ନିର୍ଯାତନା ବିଷୟରେ କହିଛନ୍ତି। ସେ ତାଙ୍କ ସାଙ୍ଗକୁ କହିଥିଲେ ଯେ, ହୋଟେଲ ମାଲିକ ପୁଲକିତ ଆଯ୍ୟ ତାଙ୍କୁ ବାରମ୍ବାର ଯୌନ ନିର୍ଯ୍ୟାତନା ଦେଉଛନ୍ତି। ଭିଆଇପି ଗେଷ୍ଟଙ୍କୁ ସ୍ପେଶିଆଲ ସର୍ଭିସ (ଶାରୀରିକ ସମ୍ପର୍କ ରଖିବା) ଦେବାକୁ ଚାପ ପକାଯାଉଛି। କିନ୍ତୁ ଅଙ୍କିତା ଏପରି କରିବାକୁ ମନା କରିଦେଇଛନ୍ତି। ତଥାପି ପୁଲକିତ ଗାଳିଗୁଲଜ କରିବା ସହ ବେଶ୍ୟାବୃତ୍ତି କରିବାକୁ ଚାପ ପକାଉଛନ୍ତି, ତେଣୁ ସେ ସେହି ହୋଟେଲ ଛାଡିବାକୁ ଚାହୁଁଛନ୍ତି ବୋଲି ଅଙ୍କିତା ତାଙ୍କ ସାଙ୍ଗକୁ କହିଥିଲେ। ବେଶ୍ୟାବୃତ୍ତି କରିବାକୁ ମନା କରିଥିବାରୁ ଅଙ୍କିତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

ଅଙ୍କିତାଙ୍କୁ କେନାଲକୁ ଠେଲି ହତ୍ୟା କରିଥିବା ହୋଟେଲ ମାଲିକ ପୁଲକିତ ଆର୍ଯ୍ୟ ଓ ତାଙ୍କର ଦୁଇ ସହଯୋଗୀ ମାନିଛନ୍ତି। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି। ଜିଆଇଜି ପିଆର ଦେବୀ ଏହାର ନେତୃତ୍ୱ ନେଇଛନ୍ତି। ଅଙ୍କିତାଙ୍କ ହତ୍ୟାକଣ୍ଡରେ ପୁଲକିତଙ୍କ ଭାଇଙ୍କର ମଧ୍ୟ ହାତ ଥିବା କୁହାଯାଉଛି। ଅଙ୍କିତା ନିଖୋଜ ହେବା ଦିନ ଅଙ୍କିତ ହୋଟେଲକୁ ଆସିଥିଲେ ଓ ସେ ଅଙ୍କିତାଙ୍କ ପାଇଁ ଖାଇବା ନେଇ ଯାଇଥିଲେ ବୋଲି ହୋଟେଲର ଜଣେ କର୍ମଚାରୀ କହିଛନ୍ତି। ତାଙ୍କର କହିବାନୁସାରେ, ସେ ଯେତେବେଳେ ରୁମକୁ ଯାଇଥିଲେ ସେତେବେଳେ ସେଠାରେ ଅଙ୍କିତା ନଥିଲେ କିନ୍ତୁ ଖାଇବା ରଖାହୋଇଥିଲା ଓ ତାଙ୍କ ବ୍ୟାଗ ଓ ଅନ୍ୟାନ୍ୟ ଜିନିଷ ଥିଲା। 

Also Read: Dharmendra sahoo death: ଧର୍ମେନ୍ଦ୍ରଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଯିବ କି ବିଜେଡ଼ି, ମୃତ୍ୟୁ

ଅଭିଯୁକ୍ତ ସୌରଭଙ୍କ କହିବା ଅନୁସାରେ, ଗତ ୧୮ ତାରିଖ ରାତିରେ କୌଣସି କଥାକୁ ନେଇ ଅଙ୍କିତା ଓ ପୁଲକିତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେଣୁ ପୁଲକିତ ଓ ତାର ଦୁଇ ସାଥି ମଟୋର ସାଇକେଲରେ ଅଙ୍କିତାଙ୍କୁ ଧିରି ଋଷିକେଶ ଯାଇଥିଲେ। ସେମାନେ ବାଟରେ ମଦ ପିଇବା ସହ ମୋମୋ ଖାଇଥିଲେ। ଚିଲ୍ଲା କେନାଲ ନିକଟରେ ବସିଥିବା ବେଳେ ପୁଣି ଥରେ ପୁଲକିତ ଓ ଅଙ୍କିତାଙ୍କ ମଧ୍ୟରେ ଝଗଡା ହୋଇଥିଲା। ହୋଟେଲରେ ଦେହ ବ୍ୟବସାୟ ହେଉଛି ବୋଲି ଲୋକଙ୍କୁ କହିଦେବ ବୋଲି ଅଙ୍କିତା ଧମକ ଦେଇଥିଲା। ଏଥିରେ ରାଗି ଯାଇ ସେମାନେ ନିଶାଶକ୍ତ ଅବସ୍ଥାରେ ତାଙ୍କୁ କେନାଲକୁ ଧକ୍କା ଦେଇଥିଲେ। ପରେ ଯୋଜୋନା ମୁତାବକ ତା ପରଦିନ ଥାନାରେ ଅଙ୍କିତାଙ୍କ ନିଖୋଜ ରିପୋର୍ଟ ଲେଖାଇଥିଲେ।

ସେପଟେ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟାକୁ ନେଇ ଉତ୍ତରାଖଣ୍ଡରେ ଉତ୍ତେଜନା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ପୁଲକିତ ଆର୍ଯ୍ୟଙ୍କ ହୋଟେଲକୁ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି। ଉତ୍ୟକ୍ତ ଲୋକେ ଭଙ୍ଗା କୋଠାରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ଅଭିଯୁକ୍ତ ପୁଲକିତର ବାପା ତଥା ବହିଷ୍କୃତ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ଘର ଆଗରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯମକେଶ୍ୱର ବିଧାୟିକା ରେଣୁ ବିଷ୍ଟଙ୍କ ଗାଡିକୁ ଉତ୍ୟକ୍ତ ଲୋକେ ଆକ୍ରମଣ କରିଛନ୍ତି। ଅନ୍ୟପଟେ ମହିଳା ସୁରକ୍ଷାରେ ବିଜେପି ସରକାର ବିଫଳ ହୋଇଥିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ରାହୁଲ ଗାନ୍ଧି ଦାବି କରିଛନ୍ତି।

 

 

 

Read More
{}{}