Hindi News >>Home >>Zee Odisha Crime

Crime News: ଛେଳି ଚୋରି ଅଭିଯୋଗରେ ୪ ଜଣଙ୍କୁ ନିର୍ଦ୍ଧୁମ ପିଟିଲେ; ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଏକେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ଆପଣଙ୍କ ଛାତିକୁ ଥରାଇଦେବ। ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ଓଲଟା ଟାଙ୍ଗିବା ସହିତ ନିର୍ଦ୍ଧୁମ ମାଡ଼ ମାରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ୬ ଜଣ ଯୁବକ ଗୋଟିଏ ଛେଳି ଏବଂ କିଛି ବତକ ଚୋରି କରିଥିବା ଅଭିଯୋଗରେ ଉକ୍ତ ଯୁବକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।

Advertisement
Crime News: ଛେଳି ଚୋରି ଅଭିଯୋଗରେ ୪ ଜଣଙ୍କୁ ନିର୍ଦ୍ଧୁମ ପିଟିଲେ; ପଢନ୍ତୁ ପୂରା ରିପୋର୍ଟ
Stop
Zee Odisha Desk|Updated: Aug 28, 2023, 01:53 PM IST

Crime News: ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଏକେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ଆପଣଙ୍କ ଛାତିକୁ ଥରାଇଦେବ। ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ଓଲଟା ଟାଙ୍ଗିବା ସହିତ ନିର୍ଦ୍ଧୁମ ମାଡ଼ ମାରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ୬ ଜଣ ଯୁବକ ଗୋଟିଏ ଛେଳି ଏବଂ କିଛି ବତକ ଚୋରି କରିଥିବା ଅଭିଯୋଗରେ ଉକ୍ତ ଯୁବକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଅଗଷ୍ଟ ୨୬ରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଏବେ ବି ୫ ଅଭିଯୁକ୍ତ ଫେରାର ଥିବା ନେଇ ସୂଚନା ରହିଛି। 

ମିଳିଥିବା ସୂଚନା ଅନୁଯାୟୀ ଘଟଣାଟି ଏହି ମାମଲା ଶ୍ରୀରାମପୁର ତାଲୁକାର ହରେଗାଓଁ ଗାଁର। ଏହି ଘଟଣାର ଜଣେ ଅଭିଯୁକ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଲିସର ସୂଚନାନୁସାରେ, ଅଗଷ୍ଟ ୨୫ରେ ୬ ଜଣ ଲୋକ ଗାଁରୁ ଚାରି ଜଣଙ୍କୁ ସେମାନଙ୍କ ଘରୁ ଘୋଷାଡ଼ି ଆଣିଥିଲେ। ଏହା ପରେ ସେମାନଙ୍କୁ ଏକ ଗଛରେ ଟାଙ୍ଗି ଦେଇଥିଲେ ଉକ୍ତ ୬ ଜଣ ଅଭିଯୁକ୍ତ। ପରେ ସମସ୍ତଙ୍କୁ ଗଛରେ ଟାଙ୍ଗି ନିର୍ଦ୍ଧୁମ ମାଡ଼ ମରାଯାଇଥିବା ନେଇ ସୂଚନା ରହିଛି। 

ଏହି ଘଟଣା ପରେ ପୀଡିତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ପୋଲିସ କହିଛି ଯେ ପୀଡିତା ଶୁଭମ ମଗାଡ଼େ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଯୁବରାଜ ଗାଲାନ୍ଦେ, ମନୋଜ ବୋଦାକେ, ପପୁ ଫଡକେ, ଦୀପକ ଗାୟକ୍ୱାଡ, ଦୁର୍ଗେଶ ବିଦ୍ୟା ଏବଂ ରାଜୁ ବୋରାଗେ ବୋଲି ଜଣାପଡିଛି।

ପୋଲିସ ଭାରତୀୟ ସମ୍ବିଧାନ ଅଧିନିୟମ ଅନୁଯାୟୀ ଧାରା ୩୦୭ (ହତ୍ୟା ଉଦ୍ୟମ), ଧାରା ୩୦୪ (ଅପହରଣ) ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅପରାଧ ସହ ଏସସି ଏସଟି ଧାରାରେ ମାମଲା ରୁଜୁ କରିଛି।

Also Read: Rakhi Purnima2023: ୩୦ ଓ ୩୧ ତାରିଖରେ ରାକ୍ଷୀ ପୂର୍ଣ୍ଣିମାର ଶୁଭ କାଳ, ପାଳନ କରିପାରିବେ ରାକ୍ଷୀପୂର୍ଣ୍ଣିମା

Also Read: Vigilance Raid: ଭିଜିଲାନ୍ସ ଜାଲରେ ଦୁଇ ସ୍ପେଶାଲ କ୍ଲାସ ଠିକାଦାର, ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ

Also Read: Moon Temperature: ଜୀବନର ସତ୍ତା ଖୋଜୁଛି ଚନ୍ଦ୍ରଯାନ, ମାପିଲା ତାପମାତ୍ରା; ଜାଣନ୍ତୁ ଚନ୍ଦ୍ର ମାଟିତଳର ତାପମାତ୍ରା

Read More
{}{}