Hindi News >>Home >>City News

ବଡ଼ ଅଘଟଣରୁ ବର୍ତ୍ତିଗଲା ସମ୍ବଲପୁର: ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ, ଡ୍ରାଇଭର ମୄତ

ମଙ୍ଗଳବାର ସକାଳ ପ୍ରାୟ ସାଢେ ଆଠଟାରେ କାଇଁସିରସ୍ଥିତ ମାଁ ଦୁର୍ଗା ଗୋ ଗ୍ୟାସ ନାମକ ଏକ ଗ୍ୟାସ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜଳି ଜଣେ ବ୍ୟକ୍ତିଙ୍କ ମୄତ୍ୟ ହୋଇଛି। ଗ୍ୟାସ ଗୋଦାମଟି ବିନା ଲାଇସେନ୍ସରେ ଚାଲୁଥିବା ବେଳେ ସେଠାରେ ୩୦ରୁ ୩୨ଟି ଗ୍ୟାସ ସିଲିଣ୍ଡର ଗଚ୍ଛିତ ହୋଇ ରହିଥିଲା।

Advertisement
ଡିଜାଇନ୍ ଫଟୋ
Stop
Ajay Kumar Nath|Updated: May 31, 2022, 03:24 PM IST

ସମ୍ବଲପୁର: ସହରର କାଇଁସିରସ୍ଥିତ ଏକ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣକର ମୃତ୍ୟୁ ହୋଇଛି। ମଙ୍ଗଳବାର ଗ୍ୟାସଗୋଦାମର ରୋଷେଇ ଘରେ ନିଆଁ ଲାଗିଥିଲା। ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବା ପୂର୍ବରୁ ଅଗ୍ନିଶମ ତାକୁ ଆୟତ କରିଛି। ଫଳରେ ଏକ ବଡ ଅଘଟଣରୁ ବର୍ତ୍ତିଯାଇଛି। ବିନା ଲାଇସେନ୍ସରେ ବେଆଇନ ଭାବେ ଗୋଦାମରେ ଗ୍ୟାସ ସିଲିଣ୍ଡର ରାଖାଯାଇଥିବା ଅଭିଯୋଗ ହୋଇଛି।

ମଙ୍ଗଳବାର ସକାଳ ପ୍ରାୟ ସାଢେ ଆଠଟାରେ କାଇଁସିରସ୍ଥିତ ମାଁ ଦୁର୍ଗା ଗୋ ଗ୍ୟାସ ନାମକ ଏକ ଗ୍ୟାସ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜଳି ଜଣେ ବ୍ୟକ୍ତିଙ୍କ ମୄତ୍ୟ ହୋଇଛି। ଗ୍ୟାସ ଗୋଦାମଟି ବିନା ଲାଇସେନ୍ସରେ ଚାଲୁଥିବା ବେଳେ ସେଠାରେ ୩୦ରୁ ୩୨ଟି ଗ୍ୟାସ ସିଲିଣ୍ଡର ଗଚ୍ଛିତ ହୋଇ ରହିଥିଲା। ତେବେ ଗୋଦାମରେ ଥିବା ଗ୍ୟାସ ଲିକ ହେବା ଯୋଗୁ ଅଗ୍ନିକାଣ୍ଡ ଘଟି ରୋଷେଇ ଘରେ ରାନ୍ଧୁଥିବା ଡ୍ରାଇଭର ପୋଡି ହୋଇ ମୄତ୍ୟବରଣ କରିଥିବା ସୂଚନା ମିଳିଛି। 

Also Read: World No Tobacco Day : ସାଇଲେଣ୍ଟ କିଲର୍ କବଜାରେ ରାଜ୍ୟର ଅଧା ପୁରୁଷ, ଏକ ଚତୁର୍ଥାଂଶ ମହିଳା

ମୄତ ବ୍ୟକ୍ତି ଜଣକର ନାମ ରାଜା ରଣବିରା। ତାଙ୍କ ଘର ଖଣ୍ଡୁଆଲ ଗ୍ରାମର ବୋଲି ଜଣାପଡିଛି। ଅଗ୍ନିକାଣ୍ଡର ଖବର ପାଇ ସମ୍ବଲପୁର ଅଗ୍ନିଶମ କେନ୍ଦ୍ରର ଟିମ ସେଠାରେ ପହଞ୍ଚି ନିଆଁକୁ  ଆୟତ୍ତ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି। ଗୋଦାମରେ ମୌଳିକ ଅଗ୍ନିନିର୍ବିପାକ ବ୍ୟବସ୍ଥା ନାହିଁ।  ଗ୍ୟାସ ଗୋଦାମକୁ ଲାଇସେନ୍ସ ମଧ୍ୟ ମିଳିନାହିଁ। ଏଭଳି କ୍ଷେତ୍ରରେ ବେଆଇନ ଭାବରେ କିପରି ବହୁଦିନ ହେବ ଗୋଦାମ ଚାଲୁଥିଲା? ଗୋଦାମ ମାଲିକ ବିରୋଧରେ କାହିଁକି କାଯ୍ୟାନୁଷ୍ଠାନ ନିଆ ଯାଇନଥିଲା ଏନେଇ ସାଧାରଣରେ ପ୍ରଶ୍ନ ଉଠିଛି। 

ବିନା ଲାଇସେନ୍ସରେ ଚାଳିଥିବା ଏହି ମାଁ ଦୁର୍ଗା ଗୋ ଗ୍ୟାସ ଗୋଦାମଟି ସୁଜିତ ମିଶ୍ର ନାମକ ବ୍ୟବସାୟୀଙ୍କର ବୋଲି ଜଣାପଡିଛି। ତେବେ ଏଭଳି ବହୁ ଗ୍ୟାସ ଦୋକାନ ବିନା ଲାଇସେନ୍ସରେ ସମ୍ବଲପୁରରେ ଚାଲୁଛି। ପ୍ରଶାସନ ପକ୍ଷରୁ ତଦନ୍ତ କଲେ କେତେ ବେନିୟମ ଗ୍ୟାସ ଦୋକାନ ସହରରେ ଚାଲୁଛି ତାହା ଜଣା ପଡିବ, ନଚେତ ଏଭଳି ଘଟଣା ଆଗକୁ ଆହୁରି ହେବାର ଆଶଙ୍କ ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Read More
{}{}