Hindi News >>Home >>City News

ସ୍କୁଲ ଗେଟ୍ ଚାପି ହୋଇ ସୁରକ୍ଷାକର୍ମୀ ସହ ଦୁଇ ମୃତ

ଗାନ୍ଧୀରାମ ରାଉତ ପ୍ରାୟ ବର୍ଷେ ହେବ ଉକ୍ତ ସ୍କୁଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଆଉ ସ୍କୁଲ ନିକଟରେ ରହୁଥିବା ସୁରେଶ ସେଠାକୁ ନିୟମିତ ଭାବେ ବୁଲାବୁଲି କରିବାକୁ ଯାଇଥାନ୍ତି। ଗୁରୁବାର ରାତିରେ ସ୍କୁଲ ଗେଟ୍ ନିକଟରେ ସୁରେଶ ଓ ଗାନ୍ଧୀରାମ କଥା ହେଉଥିଲେ।

Advertisement
ସୌ- ସୋସିଆଲ ମିଡିଆ
Stop
Zee Odisha Desk|Updated: Jun 24, 2022, 12:40 PM IST

ସୁନ୍ଦରଗଡ: ଷ୍ଟିଲ ସିଟି ରାଉରକେଲା ସେକ୍ଟର-୯ରେ ଏକ ଅଭିବନୀୟ ଘଟଣା ଘଟିଛି। ସ୍ଥାନୀୟ ଏକ ଘରୋଇ ସ୍କୁଲର ଗେଟ୍ ପଡ଼ି ଜଣେ ସୁରକ୍ଷା କର୍ମୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ରାତିରେ ଦୁର୍ଘଟଣା ଘଟିଥିଲା। ଶୁକ୍ରବାର ସ୍କୁଲକୁ ଛୁଟି କରାଯାଇଥିବା ବେଳେ କେଉଁ ପରିସ୍ଥିତିରେ ଓ କିଭଳି ଗେଟ୍ ଖସିଲା ପୋଲିସ ତାହାର ତଦନ୍ତ ଚଳାଇଛି।

ରାଉରକେଲା (Rourkela) ସେକ୍ଟର ୯ ଅଞ୍ଚଳର ଘରୋଇ ସ୍କୁଲର ଗେଟ୍ (School Gate) ହଠାତ୍‌ ଭୁଶୁଡ଼ି ପଡ଼ିବାରୁ ତାହାର ତଳେ ଚାପି ହୋଇ ଜଣେ ବୃଦ୍ଧ ଓ ଜଣେ ନାବାଳକ ଆଖି ବୁଜିଛନ୍ତି। ମୃତକଦ୍ୱୟ ହେଲେ ସ୍କୁଲର ସିକ୍ୟୁରିଟି ଗାର୍ଡ ଗାନ୍ଧୀରାମ ରାଉତ (୫୮) ଓ ଅନ୍ୟ ଜଣେ ନାବାଳକ ସୁରେଶ ଚୌଧୁରୀ (୧୬)। ଘଟଣାସ୍ଥଳରେ ଗାନ୍ଧୀରାମଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସୁରେଶ ଆଖି ବୁଜିଛନ୍ତି। 

Also Read: ଲିଭିଲା ୧୪ ବର୍ଷର ନିଆଁ! ମଦ-ମାଂସ ଖୁଆଇ ପୁଅକୁ ହାଣି ବାପାର ଆତ୍ମହତ୍ୟା

 

ସୂଚନାନୁଯାୟୀ, ଗାନ୍ଧୀରାମ ରାଉତ ପ୍ରାୟ ବର୍ଷେ ହେବ ଉକ୍ତ ସ୍କୁଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଆଉ ସ୍କୁଲ ନିକଟରେ ରହୁଥିବା ସୁରେଶ ସେଠାକୁ ନିୟମିତ ଭାବେ ବୁଲାବୁଲି କରିବାକୁ ଯାଇଥାନ୍ତି। ଗୁରୁବାର ରାତିରେ ସ୍କୁଲ ଗେଟ୍ ନିକଟରେ ସୁରେଶ ଓ ଗାନ୍ଧୀରାମ କଥା ହେଉଥିଲେ। ଏହି ସମୟରେ ହଠାତ ଗେଟ ସେମାନଙ୍କ ଗଳିପଡିଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆରଜିଏଚ୍‌ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ଗାନ୍ଧୀରାମଙ୍କୁ ମୃତ ଘୋଷଣା କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶଙ୍କ ମୃତ୍ୟୁ ହୋଇଛି। 

ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ପୋଲିସ (Rourkela Police) ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରୁଛି। ଏହି ଘଟଣା ପରେ ଶୁକ୍ରବାର ଉକ୍ତ ସ୍କୁଲକୁ ଛୁଟି କରି ଦିଆଯାଇଛି। ଅନ୍ୟପକ୍ଷରେ ଏହି ଦୁର୍ଘଟଣା ମାମଲାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଗେଟରେ ତାଲା ପକାଇବା ବେଳେ ଅଘଟଣ ଘଟିଥିବା କୁହାଯାଉଛି।

-

Read More
{}{}