Hindi News >>Home >>City News

Duplicate Medicine Seized: BP medicine ଖାଉଥିଲେ ସାବଧାନ! ଟ୍ୱିନସିଟିରୁ ବିପୁଳ ନକଲି ଔଷଧ ଜବତ

Duplicate Medicine Seized: କଟକରେ ନକଲି ଔଷଧ କାରବାର ଜମୁଛି। ସ୍ଥାନୀୟ ମାଣିକଘୋଷ ବଜାର ଅଞ୍ଚଳରେ ଥିବା ବିଭିନ୍ନ ମେଡିସିନ ବିତରକ ସଂସ୍ଥା ଗୁଡ଼ିକରେ ଡ୍ରଗ କଣ୍ଟ୍ରୋଲ ବିଭାଗ ଚଢଉ କରିଛି। ଚଢଉ ବେଳେ ବିପୁଳ ପରିମାଣର ନକଲି ଔଷଧ ଜବତ କରିଛି। 

Advertisement
Duplicate Medicine Seized: BP medicine ଖାଉଥିଲେ ସାବଧାନ! ଟ୍ୱିନସିଟିରୁ ବିପୁଳ ନକଲି ଔଷଧ ଜବତ
Stop
Zee Odisha Desk|Updated: Sep 08, 2022, 01:33 PM IST

Duplicate Medicine Seized, କଟକ: ନକଲି ସାମଗ୍ରୀ ପାଇଁ ବଦନାମ କଟକ ସହର। ନକଲି ଗୁଟଖା ଠାରୁ ଆରମ୍ଭ କରି ତେଲ, ମସଲା, ପନୀର ସବୁ ଏଠାରେ ତିଆରି ହୁଏ। ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନିୟମିତ ଭାବେ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ସାମଗ୍ରୀ ଜବତ କରାଯାଉଛି। ବର୍ତ୍ତମାନ ରୋଗୀଙ୍କ ଜୀବନ ସହ ଖେଳ ଆରମ୍ଭ ହୋଇଯାଇଛି। କଟକରେ ବିପି ମେଡିସିନ୍ ନାମରେ ବିଷ ବିକ୍ରି ହେଉଛି। କଟକ ମାଣିକଘୋଷ ବଜାର ଅଞ୍ଚଳରେ ଡ୍ରଗ କଣ୍ଟ୍ରୋଲ ବିଭାଗ ଚଢଉ କରି ବିପୁଳ ପରିମାଣର ନକଲି ବିପି ଔଷଧ ଜବତ କରିଛି।

ସୂଚନା ଅନୁଯାୟୀ, କଟକରେ ନକଲି ଔଷଧ କାରବାର ଜମୁଛି। ସ୍ଥାନୀୟ ମାଣିକଘୋଷ ବଜାର ଅଞ୍ଚଳରେ ଥିବା ବିଭିନ୍ନ ମେଡିସିନ ବିତରକ ସଂସ୍ଥା ଗୁଡ଼ିକରେ ଡ୍ରଗ କଣ୍ଟ୍ରୋଲ ବିଭାଗ ଚଢଉ କରିଛି। ଚଢଉ ବେଳେ ବିପୁଳ ପରିମାଣର ନକଲି ଔଷଧ ଜବତ କରିଛି। ଜବତ ନକଲି ଔଷଧ ମଧ୍ୟରେ ଟେଲମା ୪୦ ଓ ଟେଲମା ଏଏମ ରହିଛି। ଏହି ଔଷଧ ଗୁଡିକ ଉଚ୍ଚ ରକ୍ତଚାପ ରୋଗୀ ବ୍ୟବହାର କରନ୍ତି। ଏତତ ବ୍ୟତୀତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇଥିବା ଉକ୍ତ ମେଡିସିନ ଗୁଡ଼ିକୁ ମଧ୍ୟ ଫେରସ୍ତ ମଗାଯାଇଛି।

Also Read: ପାରାଦୀପର ଏନ୍ତୁଡିଶାଳ 'ନେହେରୁ ବଙ୍ଗଳା', ଅବକ୍ଷୟ ସତ୍ତ୍ୱେ ବଜାୟ ରହିଛି ନୈସର୍ଗିକ ସୌନ୍ଦର୍ଯ୍ୟ

ଅନ୍ୟପକ୍ଷରେ କଟକ, ଭୁବନେଶ୍ବର, ବାଲେଶ୍ବର ସମେତ ରାଜ୍ୟର ପ୍ରାୟ ୭ଟି ଅଞ୍ଚଳକୁ ଏହି ନକଲି ଔଷଧ ବିତରଣ ଦୋଇଥିବା ଜଣାପଡ଼ିଛି। ତେଣୁ ସେସବୁ ଔଷଧକୁ ବିକ୍ରି ନକରିବା ପାଇଁ ନିର୍ଦ୍ଦେଶନାମା ସହିତ ବଜାରରୁ ଫେରସ୍ତ ଆଣିବାକୁ ସମ୍ପୃକ୍ତ କମ୍ପାନୀକୁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଚିଠି ଲେଖିଛି। ରାଜ୍ୟର ପ୍ରାୟ ହଜାରେ ଦୋକାନକୁ ଏହି ଔଷଧ ଯାଇଥିବା ଆଶଙ୍କା କରାଯାଉଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଏଯାଏଁ ୩ ଲକ୍ଷ ଟଙ୍କାର ଔଷଧ ଜବତ କରି ସାରିଲାଣି ବୋଲି ଡ୍ରଗ କଣ୍ଟ୍ରୋଲ ବିଭାଗ ମୁଖ୍ୟ ତୁଷାର କୁମାର ସୂଚନା ଦେଇଛନ୍ତି। ଟେଷ୍ଟ ପାଇଁ ଜବତ ଔଷଧର ନମୂନା ପଠାଯାଇଛି, ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ କହିଛି।

ବର୍ତ୍ତମାନ ସମୟରେ ରକ୍ତ ଚାପ ଏକ ସାଧାରଣ ରୋଗ ପାଲଟି ଯାଇଛି। ରାଜ୍ୟର ପ୍ରତ୍ୟେକ ଘରେ ନିଶ୍ଚିତ ଭାବେ ଅନ୍ୟୁନ୍ୟ ଜଣେ ଉଚ୍ଚ ରକ୍ତଚାପ ରୋଗୀ ଅଛନ୍ତି। ପ୍ରାୟ ସମସ୍ତେ ରକ୍ତଚାପ ନିୟନ୍ତ୍ରଣ ପାଇଁ ମେଡିସିନ୍ ବ୍ୟବହାର କରନ୍ତି। କଟକ ଓ ଭୁବନେଶ୍ୱରରେ ଅନେକ ସରକାରୀ ଓ ବେସରକାରୀ ହସ୍ପିଟାଲ ଅଛି। ଆଉ ରାଜ୍ୟର କୋଣଅନୁକୋଣରୁ ଚିକିତ୍ସା ପାଇଁ ଏଠାକୁ ରୋଗୀ ଆସନ୍ତି। କିନ୍ତୁ କିଛି ମୁନାଫାଖୋର ମାଫିଆ ବଜାରରେ ନକଲି ଔଷଧ ବିକ୍ରି କରୁଛନ୍ତି। ତେବେ ଏହି ନକଲି ଔଷଧ ରୋଗ ଠିକ କରିବା ବଦଳରେ ଅନେକ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ।

Also Read: Successful surgery in MKCG medical college: ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲଗ୍ଲାସ୍‌

ସୂଚନାଯୋଗ୍ୟ, ବିଗତ ଦିନରେ କଟକରକୁ ନକଲି, ସସ୍, ତେଲ, ସାବୁନ, ସର୍ଫ, କୁରକୁରେ, ମସଲା, ଘିଅ, ପନୀର, ଗୁଟଖା ଜବତ ହୋଇଛି। ଏବେ ନକଲି ଔଷଧ ଜବତ କରାଯାଇଛି। ଔଷଧ ଭଳି ଜରୁରୀ ସାମଗ୍ରୀରେ ଭେଜାଲ କରିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଯେଉଁମାନେ ବିପି ପାଇଁ ମେଡିସିନ ବ୍ୟବହାର କରୁଛନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶ କରିଥିବା ଔଷଧ ହିଁ ବ୍ୟବହାର କରନ୍ତୁ ବୋଲି ଲୋକଙ୍କୁ ସଚେତନ କରାଯାଉଛି। ଜବତ ନକଲି ଟେଲମା ଏଏମ ନାମକ ଔଷଧ ଷ୍ଟ୍ରିପରେ ୩୦ଟି ବଟିକା ଥାଏ, ଯାହାର ମୂଲ୍ୟ ୪୭୦ ଚଙ୍କା। ତେବେ ଏହି ଔଷଧ କିଣବା ପୂର୍ବରୁ ଯାଞ୍ଚ କରିନେବା ଜରୁରୀ। 

 

 

 

 

 

 

Read More
{}{}