Hindi News >>Home >>City News

MKCG Hospital: ସ୍ୱାସ୍ଥ୍ୟସେବାର ବିକଳ ଦୃଶ୍ୟ! ଗୋଟିଏ Oxygen Cylinderରେ ବାନ୍ଧି ହୋଇଛି ତିନି ନବଜାତଙ୍କ ଜୀବନ ଡୋରି

MKCG Hospital: ପୁଣି ଥରେ ବିବାଦ ଭିତରକୁ ଆସିଛି ଏମକେସିଜି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ। ତିନି ଜଣ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର ସଂଯୋଗ କରି ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଛି। ଘଟଣାଟି ଶନିବାର ଘଟିଥିବା ଦାବି କରାଯାଉଛି। ତେବେ ଏହାର ଫଟୋ ଭାଇରାଲ ହେବା ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ତୀବ୍ର ସମାଲୋଚନା କରାଯାଇଛି।

Advertisement
 MKCG Hospital: ସ୍ୱାସ୍ଥ୍ୟସେବାର ବିକଳ ଦୃଶ୍ୟ! ଗୋଟିଏ Oxygen Cylinderରେ ବାନ୍ଧି ହୋଇଛି ତିନି ନବଜାତଙ୍କ ଜୀବନ ଡୋରି
Stop
Zee Odisha Desk|Updated: Oct 16, 2022, 09:20 AM IST

MKCG Hospital, ବ୍ରହ୍ମପୁର: ରାଜ୍ୟର ବଡ ମୋଡିକାଲ କଲେଜ ମଧ୍ୟରୁ ବ୍ରହ୍ମପୁରର MKCG ମେଡିକାଲ କଲେଜ ଓ ହସ୍ପିଟାଲ ଅନ୍ୟତମ। ଏହି ହସ୍ପିଟାଲ ଉପରେ ସମଗ୍ର ଦକ୍ଷିଣ ଓଡିଶାବାସୀ ନିର୍ଭରଶୀଳ। କିନ୍ତୁ ନିୟମିତ ଭାବେ MKCG Hospital ଅବ୍ୟବସ୍ଥା ଅଭିଯୋଗ ହେଉଛି। ଏହେ ହସ୍ପିଟାଲର ଶିଶୁ ବିଭାଗର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାପରେ ହସ୍ପିଟାଲରେ ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। MKCG Hospitalରେ ଆନୁସାଙ୍ଗୀକ ସ୍ୱାସ୍ଥ୍ୟସେବା ଉପଲବ୍ଧ ନଥିବା ଅଭିଯୋଗ ହେଉଛି।

ରାଜ୍ୟର ହସ୍ପିଟାଲ ଗୁଡିକୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ବ୍ରହ୍ମପୁର ଏମକେସିଜି ମେଡିକାଲର ଏକ ଭାଇରାଲ ଫୋଟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବାର ଅସଲ ମୁଖା ଖୋଲି ଦେଇଛି। ଚିକିତ୍ସା ନିମନ୍ତେ ସରକାର ପ୍ରତି ମାସରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳିପାରୁ ନାହିଁ। ବ୍ରହ୍ମପୁର ବଡ ମେଡିକାଲରେ ଶିଶୁଙ୍କ ପ୍ରତି ଚିକିତ୍ସାର ବିଚିତ୍ର ନୀତି ଚାଲିଛି। ଗୋଟିଏ ସିଲିଣ୍ଡରରେ ତିନିଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଉଥିବା ବେଳେ ତାଙ୍କ ବିପଦ ସଙ୍କୁଳ ଅବସ୍ଥାରେ ସ୍ଥାନାନ୍ତର କରାଯାଉଛି।

Also Read: ନବୀନ@77: ଜଣେ ବିଚକ୍ଷଣ ଏବଂ ଅପ୍ରତିଦ୍ୱନ୍ଦୀ ଅପରାଜେୟ ରାଜନେତା

 

ଭାଇରାଲ ଫଟୋରେ ଏମକେସିଜି ଶିଶୁ ରୋଗ ବିଭାଗର ୪ଟି ଶିଶୁକୁ କୌଣସି ସମସ୍ୟା ନେଇ ଏସଏନସିୟୁ ଠାରୁ ୪୦୦ ମିଟର ଦୂର ହୃଦରୋଗ ବିଭାଗକୁ ଚିକିତ୍ସା ନିମନ୍ତେ ନିଆଯାଉଥିବା ଦାବି କରାଯାଉଛି। ଶନିବାର ଏହି ସ୍ଥାନାନ୍ତର ବେଳେ ୩ଟି ଶିଶୁଙ୍କୁ ଅକ୍ସିଜେନ୍ ଲାଗିଥିବା ଦେଖିବାକୁ ମିଳୁଛି। ସବୁଠୁ ବଡ଼ କଥା ହେଲା ଗୋଟିଏ ଅକ୍ସିଜେନ୍ ସିଲେଣ୍ଡରେ ୩ଟି ଶିଶୁଙ୍କୁ ସଂଯୋଗ କରାଯାଇଛି। ହସ୍ପିଟାଲର ଜଣେ କର୍ମଚାରୀ ସିଲିଣ୍ଡରକୁ ଟାଣି ଟାଣି ନେଉଥିବା ବେଳେ ପରିବାର ଲୋକ ନବଜାତଙ୍କୁ କୋଳରେ ଧରି ବିପଦ ସଙ୍କୁଳ ଅବସ୍ଥାରେ ଅତି ଦୟନୀୟ ଭାବେ ତାଙ୍କ ପଛରେ ଯାଇଥିଲେ। 

 

ଶିଶୁମାନଙ୍କୁ ଇକୋ କରିବା ପାଇଁ ହୃଦରୋଗ ବିଭାଗକୁ ନିଆଯାଇଥିଲା। ତେବେ ଏହି ଦୃଶ୍ୟ ଦେଖି ସେଠାରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନେ ବିରକ୍ତିଭାବ ପ୍ରକାଶ କରିଥିଲେ। ଗୋଟିଏ ସିଲିଣ୍ଡର୍ ୩ଟି ଶିଶୁଙ୍କୁ ଅକ୍ସିଜେନ୍ ସଂଯୋଗ ହୋଇଗଲା ସତ କିନ୍ତୁ ଏକା ଥରକେ ଏମାନଙ୍କ ଚିକିତ୍ସା କରିବା ଅସମ୍ଭବ ହୋଇ ପଡ଼ିଥିଲା। କାରଣ ଇକୋ କରିବା ବେଳେ ଅକ୍ସିଜେନ ସଂଯୋଗ ବିଚ୍ଛିନ କରିବାକୁ ପଡିଥାଏ। ଯଦି ଶିଶୁଙ୍କ ଅକ୍ସିଜେନ୍ ବାହାର କରାଯାଏ ତେବେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଜଣା ପଡିଥିଲା। ଫଳରେ ଏହିଭଳି ଅବସ୍ଥାରେ ହିଁ ଶିଶୁମାନଙ୍କୁ ହୃଦରୋଗ ବିଭାଗର ଡାକ୍ତରମାନେ ଚିକିତ୍ସା କରିଥିଲେ।

Also Read: ସ୍ୱାମୀର ମୃତଦେହକୁ ବାରିରେ ପୋତିଲେ ସ୍ତ୍ରୀ: ଏକା କରିଦେଲେ ସାହିଭାଇ, ସରକାର ବି ନାହିଁ ଗରିବ ପାଇଁ

ଏମକେସିଜିର ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ, ୩ ଜଣ ଶିଶୁଙ୍କୁ ରୁଟିନ ଚେକଅପ ପାଇଁ ନିଆଯାଇଥିଲା। ସେମାନେ ସୁସ୍ଥ ଅଛନ୍ତି। ଏହି ଶିଶୁମାନଙ୍କୁ କମ ଅକ୍ସିଜେନର ଆବଶ୍ୟକତା ଥିଲା, ସେଥିପାଇଁ ଗୋଟିଏ ସିଲିଣ୍ଡରରେ ତିନି ଜଣଙ୍କୁ ସଂଯୋଗ କରାଯାଇଥିଲା। ଗୋଟିଏ ସିଲିଣ୍ଡରରେ ଏକାଧିକ ରୋଗୀଙ୍କୁ ଅକ୍ସିଜେନ ଦେବା ଏକ ସାଧାରଣ ଘଟଣା। ସେପଟେ ଶିଶୁଙ୍କ ଶରୀରରେ ଅମ୍ଳଜାନ ସ୍ତର କମ ରହୁଥିବାରୁ ଏସଏନସିୟୁରେ ପ୍ରଥମ ଦିନରୁ ହିଁ ସେମାନଙ୍କୁ ଅମ୍ଲଜାନ ଯୋଗାଣ ହେଉଥିଲା ବୋଲି ଶିଶୁଙ୍କ ପରିବାର ଲୋକ କହିଛନ୍ତି। 

Read More
{}{}