Hindi News >>Home >>City News

ସାବଧାନ! ନକଲି ଦମ୍ପତିଙ୍କ ନିଆରା ଟ୍ରିକ୍, ଠକେଇର ନୂଆ ଠିକଣା ସାଜିଥିଲା UPI


Fake naval officer arrsted in Sambalpur: ୟୁପିଆଇ ପେମେଣ୍ଟ ନାମରେ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଠକେଇ। ଶେଷରେ ଗରିଫ ହେଲେ ଜାଲିଆ ଦମ୍ପତି। ସମ୍ବଲପୁରରୁ ନକଲି ନାଭାଲ ଅଫିସର ଗିରଫ ହୋଇଥିବା ନେଇ ସୂଚନା ମିଳିଛି। ତେବେ ତାଙ୍କ ସାଥୀ ଯୁବତୀଙ୍କୁ ପୋଲିସ ଛାଡିଦେଇଥିବା କୁହାଯାଉଛି। 

Advertisement
 ସାବଧାନ! ନକଲି ଦମ୍ପତିଙ୍କ ନିଆରା ଟ୍ରିକ୍, ଠକେଇର ନୂଆ ଠିକଣା ସାଜିଥିଲା UPI
Stop
Ajay Kumar Nath|Updated: Oct 14, 2022, 03:16 PM IST

Fake naval officer arrsted in Sambalpur, ସମ୍ବଲପୁର: ଜନତାଙ୍କ ଜାଲରେ ପଡିଲେ ଜାଲିଆ ଦମ୍ପତି। ପଦାରେ ପଡିଲା ସେମାନଙ୍କ ନିଆରା ଟ୍ରିକ। ଅନଲାଇନ ପେମେଣ୍ଟ ନାମରେ ଚଳାଇଥିଲେ ଠକେଇ ରାକେଟ। ନିଜକୁ ନୌସେନା ଅଫିସର ବୋଲି ଯୁବକ ପରିଚୟ ଦେଉଥିବା ବେଳେ ଯୁବତୀ ନିଜକୁ ଡାକ୍ତର ବୋଲି କହୁଥିଲେ। ଗୁରୁବାର ସମ୍ବଲପୁର ଧନୁପାଲିରେ ସେମାନଙ୍କ ପର୍ଦ୍ଦାଫାଶ ହୋଇଛି। ଜାଲିଆ ଦମ୍ପତିଙ୍କୁ କାବୁ କରି ଲୋକେ ପୋଲିସକୁ ହସ୍ତାନ୍ତର କରିଛନ୍ତି।

ସମ୍ବଲପୁର ସହରରେ ଜଣେ  ଯୁବକ ନିଜକୁ ନାଭାଲ ଅଫିସରର ପରିଚୟ ଦେଇ ବିଭିନ୍ନ ମୋବାଇଲ ଦୋକାନ, କପଡା ଦୋକାନରୁ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଏହି ଠକେଇରେ ଜଣେ ଯୁବତୀ ତାଙ୍କର ସାଥ ଦେଇଛନ୍ତି। ଯୁବତୀ ଜଣକ ନିଜକୁ ଜଣେ ଡାକ୍ତର କହୁଥିବା ବେଳେ ଉକ୍ତ ଯୁବକଙ୍କ ସହ ତାଙ୍କର ବିବାହ ଠିକ ହୋଇଥିବା କହିଛନ୍ତି। ଅଭିଯୁକ୍ତ ଯୁବକ ଜଣକ ଭଦ୍ରକ ଜ଼ିଲ୍ଲାର ବିପ୍ଳବ ପ୍ରଧାନ ଏବଂ ଯୁବତୀଙ୍କ ଘର ଅନୁଗୁଳ ଜ଼ିଲ୍ଲାରେ ହୋଇଥିବା ସୂଚନା ମିଳିଛି। 

Also Read: Archana Nag Case: କାହିଁକି ହାଇକୋର୍ଟ ଗଲା ହାଇପ୍ରୋଫାଇଲ୍ ବ୍ଲାକମେଲିଂ ମାମଲା?

ଏହି ଜାଲିଆ ଦମ୍ପତି କିଛି ଦିନ ହେଲା ସମ୍ବଲପୁର ସହରର ବିଭିନ୍ନ ମୋବାଇଲ ଦୋକାନକୁ ବୁଟ ସୁଟରେ ଯାଇ ସେଠାରେ ଦାମୀ ମୋବାଇଲ କିଣୁଥିଲେ। ଆଉ ଟଙ୍କା ଅନଲାଇନ ପେମେଣ୍ଟ କରୁଥିଲେ। ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନଥିଲା କିନ୍ତୁ ଟଙ୍କା କାଟିଥିବା  ମେସଜ ବିପ୍ଳବ ଦୋକାନୀଙ୍କୁ ଦେଖାଉଥିଲା। ଟଙ୍କା ଯଦି ନଆସେ ଚିନ୍ତା କରିବେନି ମୁଁ ଜଣେ  ନାଭାଲ ଅଫିସର ବୋଲି କହୁଥିଲେ। କେବଳ ଏତିକି ନୁହଁ ଦୋକାନୀଙ୍କୁ ନାଭାଲ ଅଫିସରର ଏକ ଆଇକାର୍ଡ ଦେଖାଇ ସେଠାରୁ ଚଞ୍ଚକତା କରି  ଫେରାର ହେଇ ଯାଉଥିଲେ।

 

ଏଭଳି  ଅନେକ ଦୋକାନରୁ କରିବା ପରେ, ଗୁରୁବାର ଧନୁପାଲି ଅଞ୍ଚଳରେ ଥିବା ଏକ ମୋବାଇଲ ଦୋକାନକୁ ଯାଇ ଠିକ ଏଭଳି ଠକାମୀ କରୁଥିବା ବେଳେ ଲୋକଙ୍କ ହାତରେ  ଧରା ପଡ଼ିଥିଲେ। ଆଉ ଲୋକେ ତାଙ୍କୁ ଧରି ଧନୁପାଲି ପୋଲିସରେ ହସ୍ତାନ୍ତର କରିଥିଲେ। ପୋଲିସ ସମସ୍ତ ଘଟଣାର ଏବେ ତଦନ୍ତ ଜାରି ରଖିଛି। ସେ ପ୍ରକୃତରେ ନାଭାଲ ଅଫିସର କି ନାଇଁ ସେନେଇ ତଦନ୍ତ ଜାରି ରହିଛି। ତେବେ ବିପ୍ଲବ ପ୍ରଧାନ, ଅନେକ ଲୋକଙ୍କୁ ଫେସବୁକରେ ଫ୍ରେଣ୍ଡରିକ୍ୟୁଏଷ୍ଟ ପଠାଇ, ବନ୍ଧୁତା ସ୍ଥାପନ କରି ଟଙ୍କା ମାଗୁଥିବା ମଧ୍ୟ ଅଭିଯୋଗ ହୋଇଛି। 

 

 

 

 

Read More
{}{}