Hindi News >>Home >>City News

VSS Hospital: ଭୀମସାରରୁ ଦୁଇ ଦଲାଲ ଗିରଫ

ଚାରି ଜଣଙ୍କୁ ଧରି ପ୍ରଥମେ ପଚରା ଉଚୁରା ପରେ ଦୁଇ ଜଣଙ୍କୁ ଛାଡି ଦେଇଛି ପୋଲିସ। ତେବେ ବର୍ତ୍ତମାନ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟର ହେଉଛି ଦଲାଲି କରୁଥିବା ଦୁଇଜଣ ବ୍ୟକ୍ତି ଏକ ଜାତୀୟ ରାଜନୈତିକ ଦଳ ସହ ସମ୍ପୃକ୍ତ ବୋଲି ଜଣାପଡିଛି।

Advertisement
VSS Hospital: ଭୀମସାରରୁ ଦୁଇ ଦଲାଲ ଗିରଫ
Stop
Ajay Kumar Nath|Updated: Nov 05, 2022, 10:18 PM IST

ସମ୍ବଲପୁର(ଅଜୟ କୁମାର ନାଥ): ଜୟନ୍ତ ବନଛୋର ଓ ତାହା ସହିତ ରହିଥିବା ଶଙ୍କର ସାହୁ ନାମକ ଦୁଇ ଜଣ ଯୁବକ ଦୀର୍ଘଦିନ ଧରି ବୁର୍ଲା ଭୀମସାରକୁ ଦୂର ଦୂରାନ୍ତରରୁ ଆସୁଥିବା ରୋଗୀ ଓ ତାଙ୍କ ପରିଜନକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ  ଅନ୍ୟ ବେସରକାରୀ ନର୍ସିଂ ହୋମ ଓ କ୍ଲିନିକ କୁ ନିୟମିତ ଭାବେ ରୋଗୀଙ୍କୁ ପଠାଉଥିଲେ। ବୁର୍ଲା ଭୀମସାରରେ ଉତ୍ତମ ଚିକିତ୍ସାର ଅଭାବ ଓ ଅଧିକ ଖର୍ଚ୍ଚାନ୍ତ ହେବା କଥା କହି ଅନ୍ୟ ନର୍ସିଂହୋମ ଓ ବେସରକାରୀ କ୍ଲିନିକକୁ ନେଇ ଯାଇ ରୋଗୀ ଓ ତାଙ୍କ ପରିଜନକୁ ଅଯଥା ଲୁଟ କରୁଥିବା ଅଭିଯୋଗ ହୋଇଥିଲା। ଏ ବାବଦରେ ପୂର୍ବରୁ ମଧ୍ୟ ଅନେକ ଥର ଅଭିଯୋଗ ହୋଇଥିଲା। ଏବେ ହସ୍ପିଟାଲ ମାନଙ୍କୁ  ଦଲାଲ ମୁକ୍ତ କରିବା ପାଇଁ ଏକ ମୁହିମ ଚାଲିଛି ସେହିକ୍ରମରେ ବୁର୍ଲା ପୋଲିସ ଦ୍ୱାରା ବୁର୍ଲା ଭୀମସାର ପରିସରରୁ ଦୁଇଜଣ ଦଲାଲଙ୍କୁ ଗିରଫ କରାଯାଇଛି।

ଚାରି ଜଣଙ୍କୁ ଧରି ପ୍ରଥମେ ପଚରା ଉଚୁରା ପରେ ଦୁଇ ଜଣଙ୍କୁ ଛାଡି ଦେଇଛି ପୋଲିସ। ତେବେ ବର୍ତ୍ତମାନ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟର ହେଉଛି ଦଲାଲି କରୁଥିବା ଦୁଇଜଣ ବ୍ୟକ୍ତି ଏକ ଜାତୀୟ ରାଜନୈତିକ ଦଳ ସହ ସମ୍ପୃକ୍ତ ବୋଲି ଜଣାପଡିଛି।

ବୁର୍ଲା ପୋଲିସ ଉଭୟଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିଭିନ୍ନ ବିଭାଗର ୨୫ଟି ସିରିଏଲ ନମ୍ବର ଥିବା ଟୋକନ, ୨୦ଟି ଭୀମସାର ଓପିଡି ଟିକେଟ ଏବଂ ୩୦ଟି ଭୀମସାରର ଖାଲି ଓପିଡି ଟିକେଟ ଜବତ କରିଛି। ଏହି ଯୁବକମାନେ ଦୀର୍ଘଦିନ ଧରି ନିଜକୁ ଏକ ରାଜନୈତିକ ଦଳର କର୍ମୀ କହି ରୋଗୀ ଓ ତାଙ୍କ ପରିଜନଙ୍କୁ ଭୁଆଁ ବୁଲାଉଥିବା ବେଳେ ଏଭଳି ଆହୁରି ଅନେକ ଅସାମାଜିକ ଯୁବକ ଏଭଳି କାର୍ଯ୍ୟରେ ସାମିଲ ହୋଇ ରୋଗୀଙ୍କୁ ଡରାଇ ଠକି ଫୁସୁଳାଇ ଲୁଟ ଓ ଦଲାଳି  କରୁଥିଲେ। 

ଅନ୍ୟପଟେ ବୁର୍ଲା ଭୀମସାରରେ କାର୍ଯ୍ୟରତ କିଛି ଅସାଧୁ କର୍ମଚାରୀ ମଧ୍ୟ ଏହି ଦଲାଲି ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣାପଡିଛି। ତେବେ ଭୀମସାର କର୍ତ୍ତୃପକ୍ଷ  ତଦନ୍ତ କଲେ ସେହି ଅସାଧୁ କର୍ମଚାରୀଙ୍କ ନାମ ପ୍ରକାଶ ପାଇବ ଓ ସେ ମାନେ ମଧ୍ୟ ଧରାପଡ଼ିବେ ବୋଲି ସାଧାରଣ ରେ ଜଣାପଡିଛି।

ସେହିପରି କିଛି ଦିନ ତଳେ ଭୁବନେଶ୍ୱରସ୍ଥିତ ଏମସ ଚିକିତ୍ସାଳୟରୁ ୧୪ ଜଣ ଦଲାଲ ଧରାପଡ଼ିଥିଲେ।  ଖବର ଅନୁସାରେ AIIMS ଭୁବନଶ୍ୱରରୁ  (Bhubaneswar) ପୁଲିସ ୧୪ ଦଲାଲଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗିରଫ ହୋଇଥିବା ଅଭିଯୁକ୍ତ ଟିକେଟ ଦଲାଲଗିରି କରୁଥିଲେ । ଏହି ଅଭିଯୋଗରେ ୧୪ ଜଣ ଦଲାଲଙ୍କୁ ଖଣ୍ଡଗିରି ପୋଲିସ (Khandagiri Police) ଥାନାକୁ ଉଠାଇ ଆଣିଛି । କୁହାଯାଉଛି ଯେ ଏମାନେ ଦୀର୍ଘଦିନ ଧରି ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ । ଦୂର ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ବେ ଅନେକ ଲୋକ ଟିକେଟ ନ ପାଇ ଅନେକ କଷ୍ଟ ସହୁଥିଲେ । କିନ୍ତୁ ଏହି ଦଲାଲମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ କଡା ଦରରେ ବିକ୍ରି କରି ସେମାନଙ୍କ ଠାରୁ ଶୋଷଣ କରୁଥିଲେ ।

Read More
{}{}