Hindi News >>Home >>Odisha Trending

Zomato Gold for its customers: ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ ଗ୍ରାହକଙ୍କ ପାଇଁ ଆରମ୍ଭ କଲା ନୂତନ ଲୋୟାଲିଟି ଯୋଜନା ଜୋମାଟୋ ଗୋଲ୍ଡ

ଘରେ ଘରେ ବେଶ ପରିଚିତ ଜୋମାଟୋ । ତେବେ ଜୋମାଟୋ ନିଜର ଗ୍ରାହକ ପାଇଁ ନେଇ ଆସିଛି ଏକ ନୂଆ ପ୍ଲାନ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ପ୍ଲାନ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jan 26, 2023, 09:55 AM IST

Zomato Gold for its customers: ଡୋର ସ୍ଟେପ ଫୁଡ ଡେଲିଭରୀ କରୁଥିବା କମ୍ପାନୀ ଜୋମାଟୋକୁ କିଏ ବା ନ ଜାଣେ । ଅଫିସ ହେଉ କିମ୍ବା ଘର, ଯେ କୌଣସି ସ୍ଥାନରେ କୌଣସି ମୂହୁର୍ତ୍ତରେ ଯଦି ଆମକୁ ନିଜର ମନ ପସନ୍ଦର ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତ ଆମେ ଜୋମାଟୋ କଥା ହିଁ ମନେ ପକାଇ ଥାଉ। ତେବେ ଏହି ଖାଦ୍ୟ ବିତରଣ ପ୍ଲାଟଫର୍ମ ଏହାର ପ୍ରିମିୟମ ଲୋୟାଲିଟି ପ୍ଲାନ ‘ଜୋମାଟୋ ଗୋଲ୍ଡ’ (Zomato Gold) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛି। ୨୦୨୧ରେ ପ୍ରୋ ପ୍ଲସ୍ ମେମ୍ବରସିପ୍ ବନ୍ଦ କରିବା ପରେ ଏହି କାର୍ଯ୍ୟକ୍ରମ ହେଉଛି କମ୍ପାନୀର ଚତୁର୍ଥ ଲୋୟାଲିଟି ପ୍ଲାନ। ଜୋମାଟୋ ଗୋଲ୍ଡ ଗ୍ରାହକଙ୍କୁ ୧୦ କିଲୋମିଟର ତଳେ ଥିବା ସମସ୍ତ ରେଷ୍ଟୁରାଣ୍ଟରେ ମାଗଣା ବିତରଣ ସହିତ ୧୯୯ ଟଙ୍କାରୁ ଅଧିକ ମୂଲ୍ୟର ଅର୍ଡର କଲେ ଏନେକ ସୁବିଧା ଯୋଗାଇବାର ସୂଚନା ରହିଛି। ଯଦି କୌଣସି କାରଣରୁ ଫୁଡ଼ ଡେଲିଭରୀରେ ବିଳମ୍ବ ହୁଏ ତେବେ ୧୦୦ ଟଙ୍କାର କୁପନ ସହ ଏହା ନୋ ଡ଼ିଲେ ଗାରେଣ୍ଟି (No delay Guarantee) ପ୍ରଦାନ କରିବ।

ସମଗ୍ର ଦେଶରେ ୨୦ ହଜାରରୁ ଅଧିକ ସହଭାଗୀ ଥିବା ହଟେଲ ଓ ରେଷ୍ଟୁରାଣ୍ଟରେ ଏହି ଯୋଜନା ୩୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଅଫର ଦେବ। ଯୋଜନାର ଅନ୍ୟତମ ବିଶେଷତା ହେଉଛି VIP access during rush hour । ଏହାର ଅର୍ଥ ହାଇ ଡିମାଣ୍ଡ ଥିବା ସମୟରେ ଏହା ଆପଣଙ୍କୁ ଅଧିକରୁ ଅଧିକ ରେଷ୍ଟୁରାଣ୍ଟ ଉପଲବ୍ଧ କରାଇବ ।

ଜୋମାଟୋ ଗୋଲ୍ଡର ତିନିମାସ ପାଇଁ ସବସ୍କ୍ରିପସନ୍ ଯୋଜନାର ପ୍ରାରମ୍ଭିକ ମୂଲ୍ୟ ୧୪୯ ଟଙ୍କା ସହିତ ଆରମ୍ଭ ହୋଇଛି । ସମସ୍ତ ପ୍ରୋ ପ୍ଲସ୍ ସଦସ୍ୟମାନେ ୩ ମାସ ପାଇଁ Complimentary membership ସହ ଗୋଲ୍ଡକୁ ସ୍ଥାନାନ୍ତରିତ ହେଉଛନ୍ତି। ମାଗଣା ବିତରଣ, ଖାଦ୍ୟ ଡେଲିଭରୀରେ ବିଳମ୍ବ ନ ହେବା ଗ୍ୟାରେଣ୍ଟି, ଦ୍ରୁତ ଗତିରେ ଭିଆଇପି ପ୍ରବେଶ ସହ ଏଥିରେ ଆହୁରି ଅନେକ ରୋମାଞ୍ଚକର ନୂତନ ସୁବିଧା ରହିଛି ବୋଲି ଜୋମାଟୋ ପକ୍ଷରୁ ଏକ ବିବୃତ୍ତିରେ ସୂଚନା ଜାରି କରାଯାଇଛି । ଯେଉଁ ଉପଭୋକ୍ତାଙ୍କର ସଂସ୍କରଣ କାର୍ଡ଼ ସହ ପ୍ରୋ କିମ୍ବା ପ୍ରୋ ପ୍ଲସ୍ ସଦସ୍ୟତା ଥିଲା, ସେମାନଙ୍କର ମେମ୍ବରସିପ ୨୩ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ସକ୍ରିୟ ରହିବ। ଏହା ପରେ ଉପଭୋକ୍ତାମାନଙ୍କୁ ଜୋମାଟୋ ଗୋଲ୍ଡର ତିନି ମାସର ସଦସ୍ୟତା ପ୍ରଦାନ କରାଯିବା ନେଇ ଜୋମାଟୋ ପକ୍ଷରୁ ସୂଚନା ରହିଛି ।

 

Read More
{}{}