Hindi News >>Home >>Odisha Business

Edible Oil Price Hike: ମହଙ୍ଗା ହେବ ଖାଇବା ତେଲ, ଜାଣନ୍ତୁ କାରଣ

୧୬ ଲିଟରିଆ ଚିନାବାଦାମ ତେଲ ଟିଣର ମୂଲ୍ୟ ୨୭୫୦ ଟଙ୍କା ଏବଂ କପା ମଞ୍ଜି ତେଲର ମୂଲ୍ୟ ୨୭୦୦ ଟଙ୍କାକୁ ବୃଦ୍ଧି ପାଇଛି। ଆଗକୁ ଏହା ଆହୁରି ବଢିପରେ।

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Jul 12, 2022, 11:34 AM IST

Edible Oil Price Hike: ଖୁବଶୀଘ୍ର ଖାଇବା ତେଲ ପୁଣି ଥରେ ମହଙ୍ଗା ହେବକୁ ଯାଉଛି। ଚଳିତ ବର୍ଷ ଖାଇବା ତେଲ ଦର ସର୍ବାଧିକ ସ୍ତରରେ ପହଞ୍ଚିବା ସମ୍ଭାବନା ଅଛି। ସୋମବାର ସେରାଷ୍ଟ୍ର ତୈଳ ମିଲର୍ସ ଆସୋସିଏସନ୍ (SOMA) କହିଛି ଯେ, ଖାଇବା ତେଲର ମୂଲ୍ୟ ଏହି କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ସ୍ତରକୁ ଛୁଇଁପାରେ।  ୧୬ ଲିଟରିଆ ଚିନାବାଦାମ ତେଲ ଟିଣର ମୂଲ୍ୟ ୨୭୫୦ ଟଙ୍କା ଏବଂ କପା ମଞ୍ଜି ତେଲର ମୂଲ୍ୟ ୨୭୦୦ ଟଙ୍କାକୁ ବୃଦ୍ଧି ପାଇଛି। ଆଗକୁ ଏହା ଆହୁରି ବଢିପରେ।

ଖାଉଟିଙ୍କ ପାଇଁ ଏହା ଏକ କଠିନ ବର୍ଷ ହେବାକୁ ଯାଉଛି। ବର୍ଷସାରା ଖାଇବା ତେଲର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ବୃଦ୍ଧି ପାଇଛି। SOMA ଦାବି କରିଛି ଯେ, ବର୍ତ୍ତମାନ ଖାଇବା ତେଲର ମୂଲ୍ୟ ବୃଦ୍ଧିର କାରଣ  ହେଉଛି, କୃଷକମାନଙ୍କ ପାଖରେ ଚିନାବାଦାମର ଷ୍ଟକ୍ ନାହିଁ। ବିଭିନ୍ନ ରାଜ୍ୟ ସରକାରଙ୍କ ପାଖରେ ମାତ୍ର ଦେଢ ଲକ୍ଷ ଚିନାବାଦାମ ଷ୍ଟକ୍ ଅଛି। ଖୋଲା ବଜାରରୁ ମଧ୍ୟ ଷ୍ଟକ୍ ନିଆଯାଏ, ତଥାପି ଚାହିଦା ପୁରଣ ହେବନାହିଁ। ଆଉ ତେଲ ମୂଲ୍ୟ ବ୍ୟବସାୟୀଙ୍କ ଅନୁଯାୟୀ ସ୍ଥିର କରାଯିବ। 

Also Read: ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ନିଆରା ପଦକ୍ଷେପ, ନବଦମ୍ପତିଙ୍କୁ ଦେବେ ଏହି ଗିଫ୍ଟ

SOMA ସଭାପତି କହିଛନ୍ତି ଯେ, ନଭେମ୍ବରରେ ନୂଆ ଷ୍ଟକ୍ ପହଞ୍ଚିବା ପୂର୍ବରୁ ଚିନାବାଦାମ ତେଲ ମୂଲ୍ୟରେ କୌଣସି ହ୍ରାସର ଆଶା ନାହିଁ, କାରଣ ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମ ବିହନ ବୁଣାଯାଇଛି। ଜୁଲାଇ ୪ ପର୍ଯ୍ୟନ୍ତ ୧୦ ଲକ୍ଷ ହେକ୍ଟରରେ ଚିନାବାଦାମ ଏବଂ ୧୫ ଲକ୍ଷ ହେକ୍ଟରରେ କପା ବୁଣାଯାଇଥିଲା। ସାଧାରଣ ପରିସ୍ଥିତିରେ ଜୁନ୍ ୩୦ ପର୍ଯ୍ୟନ୍ତ ୧୪ ଲକ୍ଷ ହେକ୍ଟରରେ ଚିନାବାଦାମ ବୁଣାଯାଉଥିବାବେଳେ ଏଥର ଏହା ୧୦ ଲକ୍ଷ ହେକ୍ଟରରେ ଅଛି। 

ଅନ୍ୟପକ୍ଷରେ, ଗତ ଋତୁରେ କପା ମୂଲ୍ୟ ଭଲ ଥିଲା। ତେଣୁ ଏଥର କୃଷକମାନେ ଚିନାବାଦାମ ବଦଳରେ ଅଧିକ କପା ଚାଷ କରିବାକୁ ମନ ବଳାଇଛନ୍ତି। ଯଦି କପା ଚାଷ ବୃଦ୍ଧି ହୁଏ, ତେବେ ଏହା ଚିନାବାଦାମ ଏବଂ ତୈଳ ଉତ୍ପାଦନ ଉପରେ ପ୍ରଭାବ ପକାଇବ। ବିଦେଶୀ ବଜାରରୁ କଞ୍ଚା ଚିନାବାଦାମର ଚାହିଦା ଅଧିକ ରହିବ ଏବଂ ନଭେମ୍ବର ପରେ ମଧ୍ୟ ଘରୋଇ ତୈଳ ମୂଲ୍ୟରେ ବୃଦ୍ଧି ଘଟିପାରେ, ଚଳିତ ବର୍ଷ ମୂଲ୍ୟ ହ୍ରାସ ହେବାର କୌଣସି ସମ୍ଭାବନା ନାହିଁ।

 

 

 

Read More
{}{}