Hindi News >>Home >>Odisha Business

ଏହି ଜିଓ ଗ୍ରାହକମାନଙ୍କୁ ମିଳିବ ମାଗଣା 5G ସେବା, ସାମ୍ନାକୁ ଆସିଲା ଟେରିଫ୍ ଲଞ୍ଚର ଡିଟେଲ୍ସ

Reliance Jio 5G: ବାସ୍ତବରେ, ଟେଲିକମ୍ ଟ୍ୟାକ୍ ନିଜର ରିପୋର୍ଟରେ ଜିଓର 5G ପ୍ଲାନ୍ ବିଷୟରେ ଆବଶ୍ୟକ ଅପଡେଟ୍ ଦେଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଜିଓର 5G ପ୍ଲାନ୍ ଏପର୍ଯ୍ୟନ୍ତ ଖୁଲାସା ହୋଇନାହିଁ । ବର୍ତ୍ତମାନ ପାଇଁ ଏପରି ଲାଗୁ ନାହିଁ ଯେ ଜିଓ କମର୍ଶିଆଲ 5G ପ୍ଲାନ୍ ପ୍ରଦାନ କରିବ ।

Advertisement
ଏହି ଜିଓ ଗ୍ରାହକମାନଙ୍କୁ ମିଳିବ ମାଗଣା 5G ସେବା, ସାମ୍ନାକୁ ଆସିଲା ଟେରିଫ୍ ଲଞ୍ଚର ଡିଟେଲ୍ସ
Stop
Zee Odisha Desk|Updated: Oct 08, 2022, 07:55 AM IST

ନୂଆଦିଲ୍ଲୀ: Reliance Jio 5G Welcome Offer 2022: ରିଲାଏନ୍ସ ଜିଓ ଭାରତରେ ନିଜର 5G ନେଟୱାର୍କ ସେବା ଘୋଷଣା କରିଛି । ଅକ୍ଟୋବର ୫ ଠାରୁ ଭାରତରେ ଜିଓର 5G ନେଟୱାର୍କ ଆରମ୍ଭ ହୋଇସାରିଛି । ଏଭଳି ପରିସ୍ଥିତିରେ ଗ୍ରାହକଙ୍କ ମନରେ ଏକ ସ୍ୱାଭାବିକ ପ୍ରଶ୍ନ ଆସୁଥିବ ଯେ ଜିଓର 5G ପ୍ଲାନର ମୂଲ୍ୟ କ’ଣ ହେବ? ଯଦି ଆପଣ ଏହା ଜାଣିବାକୁ ଆଗ୍ରହୀ ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ବାସ୍ତବରେ, ଟେଲିକମ୍ ଟ୍ୟାକ୍ ନିଜର ରିପୋର୍ଟରେ ଜିଓର 5G ପ୍ଲାନ୍ ବିଷୟରେ ଆବଶ୍ୟକ ଅପଡେଟ୍ ଦେଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଜିଓର 5G ପ୍ଲାନ୍ ଏପର୍ଯ୍ୟନ୍ତ ଖୁଲାସା ହୋଇନାହିଁ । ବର୍ତ୍ତମାନ ପାଇଁ ଏପରି ଲାଗୁ ନାହିଁ ଯେ ଜିଓ କମର୍ଶିଆଲ 5G ପ୍ଲାନ୍ ପ୍ରଦାନ କରିବ । ଏହାର କାରଣ ହେଉଛି ଜିଓ ବର୍ତ୍ତମାନ ବିଟା ପରୀକ୍ଷଣ ପର୍ଯ୍ୟାୟରେ ଅଛି । ଆଜି ଯେଉଁ ୟୁଜର୍ସମାନଙ୍କୁ 5G ଅଫର୍ ଦିଆଯିବ ସେମାନେ ବିଟା ପରୀକ୍ଷକ ହେବେ । ଏହି ୟୁଜର୍ସଙ୍କୁ ଜିଓର 5G ନେଟୱାର୍କ ସେବା ମାଗଣାରେ ଦିଆଯିବ ।

ଡାଟା ବ୍ୟବହାର ଉପରେ କୌଣସି ସୀମା ରହିବ ନାହିଁ । ଏହି ବିଟା ଟ୍ରାଏଲ୍ ମାଧ୍ୟମରେ ଜିଓ ଗ୍ରାହକଙ୍କ ମତାମତ ଜାଣିବାକୁ ଚାହାଁନ୍ତି । ଏହିପରି କମ୍ପାନୀ ନିଜର 4G ସେବା ଆରମ୍ଭ କରିଥିଲା । ଯେହେତୁ ଏହା ଏକ ବେଟା ଟ୍ରାଏଲ୍ ଓ କମ୍ପାନୀ ନିଜେ ଭାରତର ଚାରୋଟି ସହରରେ (ବାରାଣାସୀ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତା) ୟୁଜର୍ସ ଚୟନ କରୁଛି, ତେଣୁ ବର୍ତ୍ତମାନ ସମୟରେ ତାର 5G ପ୍ଲାନ୍ ଆରମ୍ଭ କରିବାର କୌଣସି କାରଣ ନାହିଁ । କିନ୍ତୁ, ଜିଓ ପ୍ଲାଟଫର୍ମ ଲିମିଟେଡର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ଜିଓର 5G ଟେରିଫ୍ ବିଷୟରେ ସଙ୍କେତ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-କାହା ସମ୍ମାନରେ ଏମିତି ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ ମୋଦି? ଏହି ମହିଳାଙ୍କ ପରିଚୟ ବହୁତ ଖାସ୍

ଅଧିକ ପଢ଼ନ୍ତୁ:-ଗେହଲୋଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!

ଅଧିକ ପଢ଼ନ୍ତୁ:-ପାକିସ୍ତାନ ପାଇଁ ପୁଣି ଭାରତକୁ ଧୋକା ଦେଲା ଆମେରିକା!

ଗୋଟିଏ ଜିନିଷ ଯାହା ରିଲାଏନ୍ସ ଜିଓ ସର୍ବଦା କରିବାକୁ ଚାହୁଁଛି, ଗ୍ରାହକଙ୍କ ପାଇଁ ସେବା ସୁଲଭ ରଖିବା । ଜିଓ ଚେୟାରମ୍ୟାନ୍ ANI କୁ ଦେଇଥିବା ବୟାନ ଅନୁଯାୟୀ, ଜିଓର 5G ଶୁଳ୍କ ଶସ୍ତା ହେବାକୁ ଯାଉଛି । ସେବାଗୁଡିକ ଯଥାସମ୍ଭବ ବଜେଟ୍ ଅନୁକୂଳ ରଖି ଜନତାଙ୍କୁ 5G ସେବା ପ୍ରଦାନ କରିବାକୁ ଚେଷ୍ଟା କରାଯିବ । ଆରମ୍ଭରେ ହାଇ 5G ଟେରିଫ୍ ପାଇଁ କୌଣସି ପ୍ଲାନ୍ ନାହିଁ । କାରଣ ଏହା କରିବା ଉଭୟ କମ୍ପାନୀ କିମ୍ବା ଗ୍ରାହକଙ୍କ ପାଇଁ ଭଲ ହେବ ନାହିଁ । ତେବେ ଏହା ଦେଖିବା କୌତୂହଳପୂର୍ଣ୍ଣ ରହିବ ଯେ କଣ ଜିଓ ବିଟା ପର୍ଯ୍ୟାୟରେ ମଧ୍ୟ ୟୁଜର୍ସଙ୍କୁ 5G ପ୍ରଦାନ କରିବ କି ।

Read More
{}{}