Hindi News >>Home >>Odisha Business

Fuel Price Today: ତୈଳଦରରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କେତେ ଶସ୍ତା ହେଲା Petrol ଓ Diesel

ଅଶୋଧିତ ତେଲ ମୂଲ୍ୟ ହ୍ରାସ ହେବା ପରେ ଘରୋଇ ବଜାରରେ ତେଲର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। ଗତଥର ମେ ମାସରେ କେନ୍ଦ୍ର ସରକାର ତୈଳ ମୂଲ୍ୟରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରି ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଥିଲେ। ବ୍ୟାରେଲ ପିଛା ୯୦ ଡଲାର ସ୍ତରକୁ ଯାଇଥିବା ଅଶୋଧିତ ତୈଳର ମୂଲ୍ୟ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି।

Advertisement
Fuel Price Today: ତୈଳଦରରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କେତେ ଶସ୍ତା ହେଲା Petrol ଓ Diesel
Stop
Zee Odisha Desk|Updated: Aug 29, 2022, 08:20 AM IST

Petrol Diesel Price Today, ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ଅସ୍ଥିରତା ଲାଗିରହିଛି। କିନ୍ତୁ ଭାରତରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅଢେଇ ମାସରୁ ଅଧିକ ସମୟ ହେଲା ଦେଶରେ ପ୍ରେଟ୍ରୋଲ ମୂଲ୍ୟ ସ୍ଥିର ରହିଛି। ଏହାପୂର୍ବରୁ ଜୁଲାଇରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଅଶୋଧିତ ତୈଳ, ଡିଜେଲ-ପେଟ୍ରୋଲ ଏବଂ ବିମାନ ଇନ୍ଧନ (ଏଟିଏଫ) ଉପରେ ଲାଗୁ ହୋଇଥିବା ନୂତନ ଟିକସକୁ ସରକାର ପ୍ରତି ୧୫ ଦିନରେ ସମୀକ୍ଷା କରିବେ।

ଅଶୋଧିତ ତେଲ ମୂଲ୍ୟ ହ୍ରାସ ହେବା ପରେ ଘରୋଇ ବଜାରରେ ତେଲର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। ଗତଥର ମେ ମାସରେ କେନ୍ଦ୍ର ସରକାର ତୈଳ ମୂଲ୍ୟରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରି ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଥିଲେ। ବ୍ୟାରେଲ ପିଛା ୯୦ ଡଲାର ସ୍ତରକୁ ଯାଇଥିବା ଅଶୋଧିତ ତୈଳର ମୂଲ୍ୟ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। WTI ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୯୩.୧୧ ଡଲାରରେ ପହଞ୍ଚିଛି। ଏଥି ସହିତ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦.୭ ଡଲାରକୁ ବୃଦ୍ଧି ପାଇଛି। ତଥାପି ଭାରତରେ ପେଟ୍ରୋଲ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

Also Read: Tejas Fighter Jet: ଚୀନ ଓ ପାକିସ୍ତାନର ସ୍ୱପ୍ନ ଚୁରମାର, ଭାରତକୁ ଏହି ଅମୁଲ୍ୟ ସମ୍ପଦ ମାଗିଲା ଆର୍ଜେଣ୍ଟିନା

ଦେଶରେ ପୂର୍ବପରି ୨୯ ଅଗଷ୍ଟ ୨୦୨୨ ଅର୍ଥାତ ସୋମବାର ମଧ୍ୟ ପେଟ୍ରୋଲ-ଡିଜେଲ ମୂଲ୍ୟ ସ୍ଥିର ରହିଛି। ଅର୍ଦ୍ଧିଧିକ ମେଟ୍ରୋ ସିଟିରେ ପେଟ୍ରୋଲ ମୂଲ୍ୟ ଲିଟର ପଛି ଶହେ ଉପରେ ରହି ଥିବା ବେଳେ ଡିଜେଲ ୯୨ରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଛି। ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୧୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୭୬ ଟଙ୍କା ରହିଛି। ପୋର୍ଟ ବ୍ଲେୟରରେ ସର୍ବନିମ୍ନ ଗୋଟିଏ ଲିଟର ପେଟ୍ରୋଲ ୮୪.୧୦ ଟଙ୍କା ଓ ଡିଜେଲ ୭୯.୭୪ ଟଙ୍କାରେ ବିକ୍ରି ହେଉଛି। 

କେଉଁ ମେଟ୍ରୋ ସହରରେ କେତେ ରହିଛି ତୈଳ ଦର? 

  • ମୁମ୍ବାଇ ପେଟ୍ରୋଲ ୧୧୧.୩୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୭.୨୮ ଟଙ୍କା।
  • ହାଇଦ୍ରାବାଦରେ ପେଟ୍ରୋଲ ୧୦୯.୬୬ ଟଙ୍କା ଏବଂ ଲିଟର ପିଛା ଡିଜେଲ ୯୭.୮୨ ଟଙ୍କା ।
  • କୋଲକାତା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା।
  • ଚେନ୍ନାଇ ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା।
  • ବେଙ୍ଗାଲୁରୁରେ ପେଟ୍ରୋଲ ୧୦୧.୯୪ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୭.୮୯ ଟଙ୍କା ।
  • ଦିଲ୍ଲୀ ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା।

Also Read: Contractual Job: ନବୀନ ସରକାରଙ୍କ ଅଡୁଆ ବଢାଇଲେ ସରକାରୀ କର୍ମଚାରୀ, ସେପ୍ଟେମ୍ବରରେ ହେବ...

ଆପଣଙ୍କ ସହର ତୈଳ ଦର ଜାଣନ୍ତୁ-

ଘରେ ବସି ଆପଣ ନିଜ ସହରର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଜାଣିପାରିବେ। ଏଥିପାଇଁ ତୈଳ କମ୍ପାନୀଗୁଡିକ ଏସଏମଏସ ମାଧ୍ୟମରେ ମୂଲ୍ୟ ଯାଞ୍ଚ କରିବାର ସୁବିଧା ପ୍ରଦାନ କରିଛନ୍ତି। ପେଟ୍ରଲ ଡିଜେଲ ମୂଲ୍ୟ ଯାଞ୍ଚ କରିବାକୁ, ଇଣ୍ଡିଆନ୍ ଅଏଲ୍ (IOC)ର ଗ୍ରାହକଙ୍କୁ RSP <ଡିଲର କୋଡ୍> ଲେଖି ଏହାକୁ 9224992249 କୁ ପଠାନ୍ତୁ। HPCL ଗ୍ରାହକ SMS HPPRICE <ଡିଲର କୋଡ୍> ଲେଖି 9222201122 ଏବଂ BPCL ଗ୍ରାହକ RSP <ଡିଲର କୋଡ୍> ଲେଥି 9223112222 ପଠାଇ ପାରିବେ।

Read More
{}{}