Hindi News >>Home >>Odisha Business

Gold Price Today: ଲଗାତାର ଖସିବା ପରେ ପୁଣି ବଢିଲା ସୁନା ଦର, ଜାଣି ନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

Gold Price Today: ନୂଆଦିଲ୍ଲୀ: କ୍ରମାଗତ ଭାବେ ସୁନା ଦର ଖସିବା ପରେ ଆଜି ଦରରେ ପରିବର୍ତ୍ତନ ହୋଇଛି। ବିଶ୍ୱ ବଜାରରେ ସୁନା ଦର ମଜବୁତ ରହିଥିବା ବେଳେ ଆଜି କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀର ସର୍ରାଫ ବଜାରରେ ଏହି ଦରରେ ପରିବର୍ତ୍ତନ ହୋଇଛି। 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 01, 2023, 05:54 PM IST

Gold Price Today: ନୂଆଦିଲ୍ଲୀ: କ୍ରମାଗତ ଭାବେ ସୁନା ଦର ଖସିବା ପରେ ଆଜି ଦରରେ ପରିବର୍ତ୍ତନ ହୋଇଛି। ବିଶ୍ୱ ବଜାରରେ ସୁନା ଦର ମଜବୁତ ରହିଥିବା ବେଳେ ଆଜି କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀର ସର୍ରାଫ ବଜାରରେ ଏହି ଦରରେ ପରିବର୍ତ୍ତନ ହୋଇଛି। ଦିଲ୍ଲୀର ସର୍ରାଫ ବଜାର ଦର ଅନୁଯାୟୀ ଭରି ପ୍ରତି ୫୫ ହଜାର ୯୫୫ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହା ୫୫୪୮୦ ଟଙ୍କାରେ କାରବାର ହେଉଥିଲା। ସେହିପରି ଚାନ୍ଦି ଦର କିଲୋ ପ୍ରତି ୧୨୨୫ ଟଙ୍କା ହ୍ରାସ ପାଇଛି। ବିଦେଶୀ ବଜାର ଦର ଅନୁଯାୟୀ ଔଂସ ପ୍ରତି ୧୮୩୩ ଡଲାରରେ କାରବାର ଜାରି ରହିଛି। ସେହିପରି ଚାନ୍ଦି ଔଂସ ପ୍ରତି ୨୧.୦୪ ଡଲାର ରହିଛି।

ମଲ୍ଟି କମୋଡ଼ିଟି ଏକ୍ସଚେଞ୍ଜ ମୁତାବକ ଲଗାତାର ଦୁଇ ଦିନ ଧରି ଖୁଚୁରା ବଜାରରେ ସୁନା ଦର ହ୍ରାସ ପାଇଥିଲା। ଆଜି ଭାରତୀୟ ବଜାରରେ ସୁନା ଓ ଚାନ୍ଦି ଦରରେ ମିଶ୍ରିତ ଫଳାଫଳ ଦେଖିବାକୁ ମିଳିଛି। ମଲ୍ଟି କମୋଡ଼ିଟି ଏକ୍ସଚେଞ୍ଜ ଅନୁଯାୟୀ ସୁନାର ଦର ବଜାର ଆରମ୍ଭରୁ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଦିନର ଦ୍ୱିତୀୟ ଭାଗରେ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।

ତେବେ ପରିବର୍ତ୍ତିତ ଦର ଅନୁଯାୟୀ ଦିଲ୍ଲୀରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ମୂଲ୍ୟ ୫୬, ୪୪୦ ଟଙ୍କା ରହିଛି। ସେହିପରି ଜୟପୁରରେ ୨୪ କ୍ୟାରେଟ୍ ସୁନା ଭରି ପ୍ରତି ମୂଲ୍ୟ ୫୬, ୪୪୦ ଟଙ୍କା, ପଟଣାରେ ୫୬,୩୪୦ ଟଙ୍କା, କୋଲକତାରେ ମୂଲ୍ୟ ୫୬,୨୯୦ ଟଙ୍କା, ମୁମ୍ବାଇରେ ମୂଲ୍ୟ ୫୬,୨୯୦ ଟଙ୍କା, ହାଇଦ୍ରାବାଦରେ ମୂଲ୍ୟ ୫୬,୨୯୦ ଟଙ୍କା, ଚଣ୍ତିଗଡ଼ରେ ମୂଲ୍ୟ ୫୪, ୪୪୦ ଟଙ୍କା ରହିଛି।

 

 

Read More
{}{}