Hindi News >>Home >>Odisha Business

EPFO: ଖୁବ୍ ଶୀଘ୍ର ମିଳିବ ଖୁସି ଖବର; ସରକାର ଆପଣଙ୍କ ଆକାଉଣ୍ଟରେ ପଠାଇବାକୁ ଯାଉଛନ୍ତି ଟଙ୍କା!

EPFO ଚଳିତ ଆର୍ଥିକ ବର୍ଷ ପାଇଁ ସୁଧ ହାର ୮.୧ ପ୍ରତିଶତ ଦେବାକୁ ସ୍ଥିର କରିଛି । ଗତ ୧୦ ବର୍ଷ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସୁଧ ହାର । PF ରେ ଅର୍ଜିତ ସୁଧ ପ୍ରତିବର୍ଷ PF ଗ୍ରାହକଙ୍କ ଆକାଉଣ୍ଟରେ କ୍ରେଡିଟ୍ ହୋଇଥାଏ । ଚଳିତ ମାସ ଶେଷ ସୁଦ୍ଧା ଏହି ସୁଧ ଟଙ୍କା ମିଳିବ ବୋଲି ଆଶା କରାଯାଉଛି ।

Advertisement
ସାଙ୍କେତିକ ଫଟୋ
Stop
Jagdish Barik|Updated: Jun 23, 2022, 07:39 PM IST

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ସରକାରୀ କିମ୍ବା ଅଣ-ସରକାରୀ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ତବେ ଖୁବ ଶୀଘ୍ର ଭଲ ଖବର ପାଇପାରନ୍ତି । ଦେଶର ୬ କୋଟିରୁ ଅଧିକ କର୍ମଚାରୀଙ୍କ PF ଆକାଉଣ୍ଟରେ ସରକାର ୨୦୨୨ ଆର୍ଥିକ ବର୍ଷ ପାଇଁ ସୁଧ ଟ୍ରାନ୍ସଫର କରିବାକୁ ଯାଉଛନ୍ତି । EPFO ଜୁନ୍ ୩୦ ମଧ୍ୟରେ ଏହାର ​​କର୍ମଚାରୀଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଟ୍ରାନ୍ସଫର କରିପାରେ । PF ରେ କେନ୍ଦ୍ର ସରକାର ୮.୧ ପ୍ରତିଶତ ସୁଧ ପ୍ରଦାନ କରୁଛନ୍ତି । ତେବେ, ଆକାଉଣ୍ଟରେ ସୁଧ ଟଙ୍କା ଟ୍ରାନ୍ସଫର ନେଇ EPFO ​​କିଛି କହିନାହିଁ ।

EPFO ​​୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ହାର ୮.୧ ପ୍ରତିଶତ ଦେବାକୁ ସ୍ଥିର କରିଛି । ଗତ ୧୦ ବର୍ଷ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସୁଧ ହାର । ଇପିଏଫଏ ଗ୍ରାହକମାନେ ଆଶା କରୁଥିଲେ ଯେ ଏଥର ସରକାର ଅଧିକ ସୁଧ ଘୋଷଣା କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ । ସରକାରଙ୍କ ଏହି ନିଷ୍ପତ୍ତି EPFO ​​ର ପ୍ରାୟ ୬ କୋଟି ଗ୍ରାହକଙ୍କୁ ଚକିତ କରିଛି । ଗତ ଆର୍ଥିକ ବର୍ଷରେ, PF ଉପରେ ୮.୫% ସୁଧ ମିଳିଥିଲା ।

ଲଗାତାର ହ୍ରାସ ହେଉଛି ସୁଧ
୨୦୧୯-୨୦ ଆର୍ଥିକ ବର୍ଷରେ EPFO ​​୮.୫% ସୁଧ ଦେଇଥିଲା । ୨୦୨୦-୨୦ ରେ ୮.୫% ହାରରେ ସୁଧ ଦିଆ ଯାଇଥିବାବେଳେ, ୨୦୧୮-୧୯ ଆର୍ଥିକ ବର୍ଷରେ ୮.୬୫%, ୨୦୧୭-୧୮ ରେ ୮.୫୫%, ୨୦୧୬-୧୭ ରେ ୮.୬୫% ଓ ୨୦୧୫-୧୬ ଆର୍ଥିକ ବର୍ଷରେ ୮.୮% ଥିଲା ।

ଅନଲାଇଇନ୍ ଏପରି ଯାଞ୍ଚ କରନ୍ତୁ ବାଲାନ୍ସ 
PF ଖାତାର ବାଲାନ୍ସ ଜାଣିବା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ । EPFO ର ଅଫିସିଆଲ୍ ୱେବସାଇଟ୍  epfindia.gov.in ଭିଜିଟ କରି ଆପଣ ନିଜର ବାଲାନ୍ସ  ଯାଞ୍ଚ କରିପାରିବ । ଏହି ସାଇଟ୍ ଭିଜିଟ କରିବା ପରେ, ଇ-ପାସବୁକ୍ ଉପରେ କ୍ଲିକ୍ କରନ୍ତୁ । ଏହା ଉପରେ କ୍ଲିକ୍ କରିବା ପରେ, ଆପଣଙ୍କୁ UAN ନମ୍ବର, ପାସୱାର୍ଡ ଓ କ୍ୟାପଚା ପୂରଣ କରିବାକୁ ପଡିବ । ଏହା କରିବା ଦ୍ୱାରା, ଆପଣ PF ଆକାଉଣ୍ଟ୍ ସମ୍ବନ୍ଧୀୟ ସୂଚନା ଦେଖିଯିବା ଆରମ୍ଭ କରିବେ । ଏଠାରେ ଆପଣ ମେମ୍ବର ID ଦେଖି ପାରିବେ  । ଯଦି ଆପଣ ଏହାକୁ ଚୟନ କରନ୍ତି, ତେବେ ଆପଣ ଇ-ପାସବୁକ୍ ରେ ଆପଣଙ୍କର PF ବାଲାନ୍ସ ଦେଖିବା ଆରମ୍ଭ କରିବେ । 

ଏହା ବି ପଢ଼ନ୍ତୁ: ମହା ବିକାଶ ଅଘାଡିରୁ ଶିବସେନା ବାହାରିବାକୁ ପ୍ରସ୍ତୁତ ବୟାନ ଉପରେ କଂଗ୍ରେସ ଦେଲା ଏହି ପ୍ରତିକ୍ରିୟା

ଏହା ବି ପଢନ୍ତୁ: ପାକିସ୍ତାନର ଫାଷ୍ଟ ବୋଲର ଶୋଏବଙ୍କ ଆତ୍ମହତ୍ୟା ଉଦ୍ୟମ, ଅବସ୍ଥା ଗୁରୁତର

Read More
{}{}