Hindi News >>Home >>Odisha Business

CreditSights Reports On Adani Group: ବିପଦରେ ଗୌତମ ଆଦାନୀ! ବିସ୍ତାରବାଦୀ ନୀତି ପାଇଁ ବୁଡିଯିବ କି କୁବେରଙ୍କ କମ୍ପାନୀ?

 ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ମୋଟ ଋଣ ହେଉଛି ୨.୩ ଲକ୍ଷ କୋଟି ଟଙ୍କା। ତେବେ, ଫିଚ ଗ୍ରୁପର ଋଣ ଅନୁସନ୍ଧାନ ବ୍ରାଞ୍ଚ କ୍ରେଡିଟ ସାଇଟ୍ସ ତାଙ୍କ ରିପୋର୍ଟରେ ଆଦାନୀ ଗ୍ରୁପ ଉପରେ ଥିବା ଋଣ ଭାରକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ସଂସ୍ଥା ଏହା ମଧ୍ୟ କହିଛି ଯେ, ଭାରତୀୟ ବ୍ୟାଙ୍କ ଏବଂ ସରକାରଙ୍କ ସହ ଆଦାନୀ ଗ୍ରୁପର ଉତ୍ତମ ସମ୍ପର୍କ ରହିଛି। ଯାହା ତାଙ୍କ ପାଇଁ ଏକ ଆଶ୍ୱସ୍ତିକର ବିଷୟ। 

Advertisement
 CreditSights Reports On Adani Group: ବିପଦରେ ଗୌତମ ଆଦାନୀ! ବିସ୍ତାରବାଦୀ ନୀତି ପାଇଁ ବୁଡିଯିବ କି କୁବେରଙ୍କ କମ୍ପାନୀ?
Stop
Zee Odisha Desk|Updated: Aug 28, 2022, 04:17 PM IST

CreditSights Reports, ନୂଆଦିଲ୍ଲୀ: ଏସିଆର ଧନୀ ବ୍ୟକ୍ତି ଏବେ ସଙ୍କଟରେ ଅଛନ୍ତି। ଖୁବଶୀଘ୍ର ତାଙ୍କର କମ୍ପାନୀ ଡିଫଲଡର ବା ଦେବାଳିଆ ହୋଇପାରେ। ତେବେ ଏହା କୌଣସି ଛୋଟ କିମ୍ବା ମଧ୍ୟମ ଆକାରର କମ୍ପାନୀ ନୁହଁ, ଏହା ବିଶ୍ୱର ଚତୁର୍ଥ ତଥା ଭାରତର କୁବେର ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ବିଷୟରେ ଏଭିଳି ଆକଳନ କରାଯାଇଛି। Fitch ଗ୍ରୁପର ଡେଟ୍ ରିସର୍ଚ୍ଚ ୟୁନିଟ CreditSightsର ଏକ ରିପୋର୍ଟ ଏହି ଖୁଲାସା କରିଛି।  

ଦେଶର ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ଉପରେ ଏକ ବଡ଼ ଋଣ ଭାର ରହିଛି। ଗ୍ରୁପ ତାର ପୁରୁଣା ଏବଂ ନୂଆ ବ୍ୟବସାୟରେ ଆକ୍ରମଣାତ୍ମକ ଭାବରେ ବିନିଯୋଗ ଜାରି ରଖିଛି, ଯାହା ମୁଖ୍ୟତଃ ଋଣ ମାଧ୍ୟମରେ ପାଣ୍ଠି ଯୋଗାଉଛି। ଏହି କାରଣରୁ, ଆଦାନୀ ଗ୍ରୁପର ଋଣ ଅଧିକ ହୋଇଗଲାଣି। ନିକଟରେ ହୋଇଥିବା ଏକ ରିପୋର୍ଟରେ ଆନ୍ତର୍ଜାତୀୟ କ୍ରେଡିଟ୍ ରେଟିଂ ଏବଂ ରିସର୍ଚ୍ଚ କମ୍ପାନୀ ଫିଚ୍ ଗ୍ରୁପର ଏକ ୟୁନିଟ୍ କ୍ରେଡିଟ୍ ସାଇଟ୍ ଦ୍ୱାରା ଏହି କଥା କୁହାଯାଇଛି। ଏହି ରିପୋର୍ଟରେ, ଆଦାନୀ ଗ୍ରୁପ୍ ଉପରେ ଥିବା ବୃହତ ଋଣ ଥିବା ଆଶଙ୍କା କରାଯାଉଛି। ଯଦି ପରିସ୍ଥିତି ଅଧିକ ଖରାପ ହୁଏ, ତେବେ ଏହି ଆଦାନୀ ଗ୍ରୁପ୍ ଋଣ ଜାଲରେ ପଡ଼ିପାରେ ଏବଂ ଏକ ଡିଫଲ୍ଟର୍ ମଧ୍ୟ ହୋଇପାରେ। 

Also Read: Twin Tower Demolition: ୯ ବର୍ଷର ଲଢ଼େଇ ୯ ସେକେଣ୍ଡରେ ଶେଷ, ମାଟିରେ ମିଶିଲା ଗଗନଭେଦୀ ଅଟ୍ଟାଳିକା

ରିପୋର୍ଟ ଅନୁଯାୟୀ, ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ମୋଟ ଋଣ ହେଉଛି ୨.୩ ଲକ୍ଷ କୋଟି ଟଙ୍କା। ତେବେ, ଫିଚ ଗ୍ରୁପର ଋଣ ଅନୁସନ୍ଧାନ ବ୍ରାଞ୍ଚ କ୍ରେଡିଟ ସାଇଟ୍ସ ତାଙ୍କ ରିପୋର୍ଟରେ ଆଦାନୀ ଗ୍ରୁପ ଉପରେ ଥିବା ଋଣ ଭାରକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ସଂସ୍ଥା ଏହା ମଧ୍ୟ କହିଛି ଯେ, ଭାରତୀୟ ବ୍ୟାଙ୍କ ଏବଂ ସରକାରଙ୍କ ସହ ଆଦାନୀ ଗ୍ରୁପର ଉତ୍ତମ ସମ୍ପର୍କ ରହିଛି। ଯାହା ତାଙ୍କ ପାଇଁ ଏକ ଆଶ୍ୱସ୍ତିକର ବିଷୟ। ଆଦାନୀ ଗ୍ରୁପ୍ ପ୍ରତିନିଧୀମାନେ ଏହି ରିପୋର୍ଟ ଉପରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଏହି ରିପୋର୍ଟ ଏହି ସମୟରେ ଆସିଛି ଯେତେବେଳେ ଆଦାନୀ ଗ୍ରୁପ୍ ଟେଲିକମ୍, ସିମେଣ୍ଟ, ଦୀର୍ଘକାଳୀନ ଭିତ୍ତିଭୂମି ସହ ଶକ୍ତି ସହିତ ଜଡିତ ସମସ୍ତ ପ୍ରକଳ୍ପରେ କ୍ରମାଗତ ଭାବରେ ବିପୁଳ ପୁଞ୍ଜି ବିନିଯୋଗ କରୁଛି। 

ଫିଚର ରିପୋର୍ଟ ଆସିବା ପରେ ୨୩ ଅଗଷ୍ଟ ମଙ୍ଗଳବାରରେ ଆଦାନୀ ଗ୍ରୁପର ସମସ୍ତ ସାତୋଟି ତାଲିକାଭୁକ୍ତ କମ୍ପାନୀର ସେୟାର ୨ରୁ ୭ ପ୍ରତିଶତ ହ୍ରାସ ପାଇଛି। ଭେଟେରାନ୍ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ଭାରି ଋଣ ଭାରରେ ଅଛି। ତାଙ୍କର ବିସ୍ତାରବାଦୀ ନୀତି ପାଇ ଏଭଳି ସ୍ଥିତି ଉପୁଜିଛି। କମ୍ପାନୀକୁ ଯେଉଁ ଯେଉଁ କ୍ଷେତ୍ରରେ ପୁଞ୍ଜି ବିନଯୋଗ କରିବାରନଥିଲା, ସେହି କ୍ଷେତ୍ରରେ ମଧ୍ୟ ଏଣ୍ଟ୍ରୀ କରିଛି। ଏବା ବ୍ୟତୀତ ଆଦାନୀ ଗ୍ରୁପ ସେହି ପ୍ରକଳ୍ପରେ ବିନିଯୋଗ କରୁଛି, ଯେଉଁଛି ଅତ୍ୟାଧିକ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହୁଛି ବୋଲି ରିପୋର୍ଟରେ କୁହାଯାଇଛି। ଆଦାନୀ ଗ୍ରୁପର କମ୍ପାନୀଗୁଡିକ ଅତ୍ୟଧିକ ଋଣ ଭାରପ୍ରାପ୍ତ ସହିତ ସୁଧ ହାର ମଧ୍ୟ ବଢୁଛି, ଯାହା ବିପଦକୁ ଅଧିକ ଗୁରୁତର କରୁଛି। 

Also Read: Contractual Job: ନବୀନ ସରକାରଙ୍କ ଅଡୁଆ ବଢାଇଲେ ସରକାରୀ କର୍ମଚାରୀ, ସେପ୍ଟେମ୍ବରରେ ହେବ...

ବିଶ୍ଳେଷକଙ୍କ ଅନୁଯାୟୀ, ଗୌତମ ଆଦାନୀଙ୍କ ଅନୁପସ୍ଥିତିରେ କମ୍ପାନୀ ପରିଚାଳନା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଦକ୍ଷତା ସମ୍ପନ୍ନ ବରିଷ୍ଠ ଅଧିକାରୀ ନାହାନ୍ତି। ଯେଉଁଥିପାଇଁ ଆଦାନୀ ଗ୍ରୁପ୍ ବିଶ୍ଳେଷଣକାରୀଙ୍କ ଦ୍ୱାରା 'ହାଇ କିମ୍ୟାନ୍ ରିସ୍କ' ଶ୍ରେଣୀରେ ରଖା ଯାଇଛି। ଆଦାନୀ ଗ୍ରୁପ୍ ଅନେକ ନୂତନ ବ୍ୟବସାୟରେ ପ୍ରବେଶ କରୁଛି ଯାହା ପାଇଁ ବହୁ ପୁଞ୍ଜି ଆବଶ୍ୟକ ଏବଂ ଯାହା ଏପର୍ଯ୍ୟନ୍ତ ଅନୁଭବ ହୋଇନାହିଁ। ରେଟିଂ ଏଜେନ୍ସି ଅନୁଯାୟୀ, ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକରେ ପ୍ରମୋଟରଙ୍କ ବିନିଯୋଗ ବହୁତ କମ୍ ରହିଛି, ତେଣୁ ସେମାନଙ୍କୁ ବୃହତ ଋଣ ଭାର ହ୍ରାସ କରିବାକୁ ପଡିବ।

 

Read More
{}{}