Hindi News >>Home >>Odisha Business

DA Hike: ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମହଙ୍ଗା ଭତ୍ତାରେ ବମ୍ପର ବୃଦ୍ଧି; ରାଜ୍ୟ ସରକାର କଲେ ଘୋଷଣା

7th Pay Commission: ସୂଚନାଯୋଗ୍ୟ, ଦୁର୍ଗାପୂଜା ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ପ୍ରଦାନ କରିଛନ୍ତି ।  ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁଁ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ଓ ୬୪ ଲକ୍ଷ ପେନସନଭୋଗୀ ବହୁତ ଉପକୃତ ହେବେ ।

Advertisement
DA Hike: ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମହଙ୍ଗା ଭତ୍ତାରେ ବମ୍ପର ବୃଦ୍ଧି; ରାଜ୍ୟ ସରକାର କଲେ ଘୋଷଣା
Stop
Zee Odisha Desk|Updated: Oct 08, 2022, 09:11 AM IST

ନୂଆଦିଲ୍ଲୀ: 7th Pay Commission: ବିଗତ ଦିନରେ କେନ୍ଦ୍ରର ମୋଦି ସରକାର ସରକାରୀ କର୍ମଚାରୀ (Central Government Employees) ଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ମଧ୍ୟ ବୃଦ୍ଧି (Salary Hike) ଘଟିଛି । କେନ୍ଦ୍ର ସରକାର ପରେ ବିଭିନ୍ନ ରାଜ୍ୟର ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହି କ୍ରମରେ କର୍ଣ୍ଣାଟ ସରକାର ମଧ୍ୟ ୩.୭୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, କର୍ଣ୍ଣାଟକ ସରକାର ବର୍ତ୍ତମାନ ଡିଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩.୭୫ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ କର୍ଣ୍ଣାଟକ ସରକାରଙ୍କ କର୍ମଚାରୀମାନଙ୍କୁ ସେମାନଙ୍କର ବେସିକ୍ ବେତନର ୨୭.୨୫ ପ୍ରତିଶତ ମହଙ୍ଗା ଭତ୍ତା ମିଳିଥାଏ । ଏହି ବୃଦ୍ଧି ପରେ ସେମାନଙ୍କର ମହଙ୍ଗା ଭତ୍ତା ୩୧ ପ୍ରତିଶତକୁ ପହଞ୍ଚିବ । କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜକୋଷ ଉପରେ ୧,୨୮୨.୭୨ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଟ୍ୱିଟ୍ କରି କହିଛି ଯେ, ସରକାରୀ କର୍ମଚାରୀ ତଥା ଅବସରପ୍ରାପ୍ତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ୩.୭୫ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ ଜୁଲାଇ ୧, ୨୦୨୨ରୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ବସଭାରାଜ ବମ୍ମାଇ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ରାଜକୋଷ ଉପରେ ୧,୨୮୨.୭୨ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ।

ସେପଟେ ବିଗତ ଦିନରେ କେନ୍ଦ୍ର ସରକାର (Central Government) ପରେ ରାଜସ୍ଥାନର ଗେହଲୋତ ସରକାର (Gehlot Govt) କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ । ସେହି ସମୟରେ ସିଏମ୍ ଗେହଲୋତ ଟ୍ୱିଟ୍ କରି କହିଛନ୍ତି ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅନୁରୂପ ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ଓ ପେନସନଭୋଗୀଙ୍କୁ ଦିଆଯାଉଥିବା ମହଙ୍ଗା ରିଲିଫ୍ (Dearness Relief) ରେ ୪ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ଜୁଲାଇ ୧, ୨୦୨୨ରୁ ରାଜ୍ୟ କର୍ମଚାରୀ (Rajasthan Government Employees) ଓ ପେନସନଭୋଗୀଙ୍କୁ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ପ୍ରଦାନ କରାଯିବ ।

ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀ ମାହୋଲ ସୃଷ୍ଟି କରିବେ ତ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିବ କମାଣ, ଜାଣନ୍ତୁ କଂଗ୍ରେସର କ'ଣ ରହିଛି ଖାସ୍ ପ୍ଲାନ୍

ଅଧିକ ପଢ଼ନ୍ତୁ:-ଏହି ଜିଓ ଗ୍ରାହକମାନଙ୍କୁ ମିଳିବ ମାଗଣା 5G ସେବା, ସାମ୍ନାକୁ ଆସିଲା ଟେରିଫ୍ ଲଞ୍ଚର ଡିଟେଲ୍ସ

ଅଧିକ ପଢ଼ନ୍ତୁ:-କାହା ସମ୍ମାନରେ ଏମିତି ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ ମୋଦି? ଏହି ମହିଳାଙ୍କ ପରିଚୟ ବହୁତ ଖାସ୍

ସୂଚନାଯୋଗ୍ୟ, ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ୩ ପ୍ରତିଶତ ବୃଦ୍ଧି ସହ ୩୧ ପ୍ରତିଶତରେ ପହଞ୍ଚିଥିଲା । ବର୍ତ୍ତମାନର ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ସରକାର ଡିଏକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

Read More
{}{}