Hindi News >>Home >>Odisha Business

DA Hike: ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ୫୦ ପ୍ରତିଶତକୁ ବୃଦ୍ଧି ପାଇଲା ଡିଏ

DA Hike Latest Updates: କେନ୍ଦ୍ର ସରକାର ଡିଏ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି। ୧ ଜାନୁଆରୀ ୨୦୨୪ ରୁ ନୂତନ DA ହାର ପ୍ରଯୁଜ୍ୟ ବୋଲି ବିବେଚନା କରାଯିବ। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତକୁ ବୃଦ୍ଧି ପାଇଛି।  

Advertisement
7th Pay Commission DA Hike
Stop
Zee Odisha Desk|Updated: Mar 07, 2024, 09:59 PM IST

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏକୁ ୪ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଗୁରୁବାର କ୍ୟାବିନେଟ ବୌଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବାବେଳେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଡିଏ ବୃଦ୍ଧି ଘୋଷଣା କରିଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ୧ ଜାନୁଆରୀ ୨୦୨୪ ରୁ DA ବୃଦ୍ଧି କାର୍ଯ୍ୟକାରୀ ହେବ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ହେଉଛି ଜାନୁଆରୀରୁ କର୍ମଚାରୀମାନେ ବକେୟା ଅର୍ଥ ପାଇବେ। ଯଦି ଏପ୍ରିଲ୍ ବେତନରେ DA ବୃଦ୍ଧି ହୁଏ ତେବେ କର୍ମଚାରୀମାନେ ୩ ମାସର ବକେୟା ପାଇବେ।

ସରକାରଙ୍କ ଏହି ଘୋଷଣା ଦ୍ୱାରା ୪୮.୬୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ। DA ଓ DR ର ବୃଦ୍ଧି (ପେନସନଭୋଗୀମାନେ ପାଇଥିବା ମହଙ୍ଗା ଭତ୍ତା) ସରକାରୀ ଖର୍ଚ୍ଚରେ ୧୨,୮୬୮ କୋଟି ଟଙ୍କା ଅତିରିକ୍ତ ବୋଝ ପକାଇବ। CNBC ଅନୁଯାୟୀ, ବର୍ତ୍ତମାନ ଡିଏ ୫୦ ପ୍ରତିଶତରେ ପରିଣତ ହୋଇଛି, ଘର ଭଡା ଭତ୍ତା ଓ ଗ୍ରାଚ୍ୟୁଇଟିର ସୀମା ମଧ୍ୟ ବୃଦ୍ଧି ପାଇବ। ଗ୍ରାଚ୍ୟୁଇଟି ବର୍ତ୍ତମାନ ୨୦ ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।

ମାର୍ଚ୍ଚ ମାସରେ ବୃଦ୍ଧି ପାଇବ ଦରମା
୭ ମାର୍ଚ୍ଚ ୨୦୨୪ ଗୁରୁବାର ଦିନ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମହଙ୍ଗା ଭତ୍ତା ୪୬ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରାୟ ୪୯ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରାୟ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ମାର୍ଚ୍ଚ ମାସରେ ଦରମା ବୃଦ୍ଧିରେ ମହଙ୍ଗା ଭତ୍ତା ବୃଦ୍ଧି ପାଇବ। ମାର୍ଚ୍ଚ ମାସ ପାଇଁ ଦରମା ସହିତ ଗତ ଦୁଇ ମାସର ବକେୟା ମଧ୍ୟ ମିଳିବ ବୋଲି ଆଶା କରାଯାଉଛି। ସରକାରୀ ପେନସନଭୋଗୀଙ୍କ ପାଇଁ ମହଙ୍ଗା ରିଲିଫ୍ ମଧ୍ୟ ୪୬ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ୬୮ ଲକ୍ଷ ପେନସନଭୋଗୀଙ୍କୁ ଉପକୃତ କରିବ।

ବର୍ତ୍ତମାନନୂତନ ସରକାର ବୃଦ୍ଧି କରିବେ ମହଙ୍ଗା ଭତ୍ତା 
କ୍ୟାବିନେଟ ନିଜ ପ୍ରେସ ବିଜ୍ଞପ୍ତିରେ କହିଛି ଯେ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ବୃଦ୍ଧି ମୁଦ୍ରାସ୍ଫୀତିରୁ ମୁକ୍ତି ପ୍ରଦାନ କରୁଥିବାବେଳେ ୧୨୮୬୮.୭୨ ଲକ୍ଷ କୋଟି ଟଙ୍କା ସରକାରୀ ରାଜକୋଷ ଉପରେ ପଡ଼ିବ। ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ ଏହି ବୃଦ୍ଧି କରାଯାଇଛି। ବର୍ତ୍ତମାନ ଜାନୁୟାରୀରୁ ଜୁନ୍ ପର୍ଯ୍ୟନ୍ତ ଦେଢ଼ ବର୍ଷ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। କିନ୍ତୁ ଲୋକସଭା ନିର୍ବାଚନ ପରେ ନୂତନ ସରକାର ଗଠନ ହେବା ପରେ ଜୁଲାଇରୁ ଡିସେମ୍ବର ମଧ୍ୟରେ ନୂତନ ସରକାର କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବେ।

Read More
{}{}