Hindi News >>Home >>Odisha Business

5G SIM Fraud: 5G କାରଣରୁ ଆକାଉଣ୍ଟ ହୋଇଗଲା ସଫା, ଏହି ଠକେଇରେ ଫସିଲେ ଅନେକ ଲୋକ; ଆପଣ ବି କରନ୍ତୁନି ଏହି ଭୁଲ

5G SIM Fraud: ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣାସୀରେ ରିଲାଏନ୍ସ ଜିଓ 5G ସେବାର ବିଟା ପରୀକ୍ଷା ଆରମ୍ଭ କରିଛି । ଏପରି ସ୍ଥିତିରେ ଲୋକମାନେ ସେମାନଙ୍କର 5G ଫୋନରେ 5G ର ସ୍ପିଡ୍ ଓ ଶକ୍ତି ପରୀକ୍ଷା କରିବାକୁ ଉତ୍ସାହିତ ଅଛନ୍ତି, ସେହି ସମୟରେ ହାଇଦ୍ରାବାଦ ସାଇବର କ୍ରାଇମ ୱିଙ୍ଗ ବର୍ତ୍ତମାନ ଏକ ନୂଆ ଠକେଇ ବିଷୟରେ ଲୋକଙ୍କୁ ଚେତାବନୀ ଦେଇଛି । 

Advertisement
5G SIM Fraud: 5G କାରଣରୁ ଆକାଉଣ୍ଟ ହୋଇଗଲା ସଫା, ଏହି ଠକେଇରେ ଫସିଲେ ଅନେକ ଲୋକ; ଆପଣ ବି କରନ୍ତୁନି ଏହି ଭୁଲ
Stop
Zee Odisha Desk|Updated: Oct 08, 2022, 11:08 AM IST

ନୂଆଦିଲ୍ଲୀ: 5G SIM Fraud: 5G ଚକ୍କରରେ ଅନେକ ଲୋକଙ୍କ ଆକାଉଣ୍ଟ ସଫା ହୋଇଯାଇଛି । ବର୍ତ୍ତମାନ ହାଇଦ୍ରାବାଦ ପୋଲିସ ଲୋକଙ୍କୁ ସତର୍କ ରହିବାକୁ କହିଛି । ବାସ୍ତବରେ ଭାରତରେ ପ୍ରଧାନମନ୍ତ୍ରୀ ମୋଦି ଗତ ସପ୍ତାହରେ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ ୨୦୨୨ରେ 5G ମୋବାଇଲ୍ ନେଟୱାର୍କ ଲଞ୍ଚ କରିଥିଲେ । ଏୟାରଟେଲ ମଧ୍ୟ 5G ସେବା ଆରମ୍ଭ କରିଛି । ଏୟାରଟେଲ ଗ୍ରାହକମାନଙ୍କୁ ଦେଶର ୮ଟି ପ୍ରମୁଖ ସହର- ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡ଼ି, ନାଗପୁର ଏବଂ ବାରାଣାସୀରେ ଏୟାରଟେଲ 5G ପ୍ଲସ (Airtel 5G Plus) ସେବା ମିଳିବା ଆରମ୍ଭ ହୋଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣାସୀରେ ରିଲାଏନ୍ସ ଜିଓ 5G ସେବାର ବିଟା ପରୀକ୍ଷା ଆରମ୍ଭ କରିଛି । ଏପରି ସ୍ଥିତିରେ ଲୋକମାନେ ସେମାନଙ୍କର 5G ଫୋନରେ 5G ର ସ୍ପିଡ୍ ଓ ଶକ୍ତି ପରୀକ୍ଷା କରିବାକୁ ଉତ୍ସାହିତ ଅଛନ୍ତି, ସେହି ସମୟରେ ହାଇଦ୍ରାବାଦ ସାଇବର କ୍ରାଇମ ୱିଙ୍ଗ ବର୍ତ୍ତମାନ ଏକ ନୂଆ ଠକେଇ ବିଷୟରେ ଲୋକଙ୍କୁ ଚେତାବନୀ ଦେଇଛି । ଆସନ୍ତୁ ଜାଣିବା ପୂରା ମାମଲା...

ମିଡିଆ ରିପୋର୍ଟରେ ଅନୁସାରେ, 5G ନାମରେ ଠକମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଭୟ କରିବାର ବିଷୟ ହେଉଛି ଯେ ଅନେକ ଉପଭୋକ୍ତା ସେମାନଙ୍କ ଫୋନରେ ପ୍ରାପ୍ତ ଲିଙ୍କ ଉପରେ କ୍ଲିକ୍ କରିବା ପରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହେବାର ଅଭିଯୋଗ ମଧ୍ୟ ଦାଖଲ କରାଯାଇଛି । କେତେକ ଠକ ୟୁଜର୍ସଙ୍କ ଫୋନକୁ ଏକ ଲିଙ୍କ୍ ପଠାଉଛନ୍ତି ଯାହା ୟୁଜର୍ସଙ୍କୁ 4G ରୁ 5G ନେଟୱାର୍କକୁ ଅପଗ୍ରେଡ୍ କରିବାକୁ କହିଥାଏ । ଲୋକମାନେ ଏହାକୁ ଉତ୍ସାହର ସହ କ୍ଲିକ୍ କରୁଛନ୍ତି ଏହା ଭାବି ଯେ ଏହା ଏକ ଆଧିକାରୀକ ମେସେଜ, କିନ୍ତୁ ବାସ୍ତବରେ ଏହି ଲିଙ୍କ୍ ମାଧ୍ୟମରେ ସାଇବର ଅପରାଧୀମାନେ କେବଳ ଫୋନ୍ ହ୍ୟାକ୍ କରୁନାହାଁନ୍ତି ବରଂ ଡାଟା ଚୋରି କରୁଛନ୍ତି । 

ଅଧିକ ପଢ଼ନ୍ତୁ:-ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମହଙ୍ଗା ଭତ୍ତାରେ ବମ୍ପର ବୃଦ୍ଧି; ରାଜ୍ୟ ସରକାର କଲେ ଘୋଷଣା

ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀ ମାହୋଲ ସୃଷ୍ଟି କରିବେ ତ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିବ କମାଣ, ଜାଣନ୍ତୁ କଂଗ୍ରେସର କ'ଣ ରହିଛି ଖାସ୍ ପ୍ଲାନ୍

ଅଧିକ ପଢ଼ନ୍ତୁ:-ଏହି ଜିଓ ଗ୍ରାହକମାନଙ୍କୁ ମିଳିବ ମାଗଣା 5G ସେବା, ସାମ୍ନାକୁ ଆସିଲା ଟେରିଫ୍ ଲଞ୍ଚର ଡିଟେଲ୍ସ

ରିପୋର୍ଟରେ କୁହାଯାଇଛି, ଥରେ ଲିଙ୍କ୍ ଉପରେ କ୍ଲିକ୍ କରିବା ପରେ ଅପରାଧୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ଫୋନ୍ ନମ୍ବର ବିଷୟରେ ଜଣା ପଡ଼ିଯାଇଥାଏ । ଯାହା ପରେ ସେମାନେ ଫୋନ୍ ନମ୍ବରକୁ ବ୍ଲୋକ୍ କରୁଛନ୍ତି ଓ ସିମକୁ ସ୍ୱିଇପ୍ କରୁଛନ୍ତି, ଫଳସ୍ୱରୂପ ଲୋକମାନେ ନିଜ ନିଜ ସିମ୍ ଯାଏ ପହଞ୍ଚିପାରୁ ନାହାଁନ୍ତି ଓ ଅନେକ ଲୋକ ନିଜ ଟଙ୍କା ମଧ୍ୟ ହରାଉଛନ୍ତି । ଅନେକ ଉପଭୋକ୍ତା ରିପୋର୍ଟ କରିଛନ୍ତି ଯେ, ସାଇବର ଅପରାଧୀମାନେ ସେମାନଙ୍କ ଫୋନକୁ ନିୟନ୍ତ୍ରଣ କରିନେଇଛନ୍ତି ।

କୌଣସି ଅଜ୍ଞାତ ନମ୍ବର କିମ୍ବା ପ୍ରେରକଙ୍କ ଠାରୁ “4G ରୁ 5G କୁ ସୁଇଚ୍” ର କୌଣସି ମେସେଜ୍ ଉପରେ କ୍ଲିକ୍ ନକରିବାକୁ ସାଇବର ୱିଙ୍ଗ ଉପଭୋକ୍ତାମାନଙ୍କୁ ଚେତାବନୀ ଦେଇଛି । ଏହା କରିବା ପୂର୍ବରୁ ସିମ୍ ପ୍ରଦାନକାରୀଙ୍କ ଅଫିସିଆଲ୍ ସାଇଟ୍ ଭିଜିଟ୍ କରି ସବିଶେଷ ତଥ୍ୟ ଯାଞ୍ଚ କରିବା ସର୍ବଦା ଭଲ ହୋଇଥାଏ ।

Read More
{}{}