Hindi News >>Home >>Zee Odisha

British Era Buggy:ରାଷ୍ଟ୍ରପତିଙ୍କ ସେହି ବଗିର କାହାଣୀ,ଯାହାକୁ ନେବାକୁ ଭାରତ-ପାକିସ୍ତାନ ମଧ୍ୟରେ ପଡିଥିଲା ଧର୍ମଗୁଳା

୧୯୪୭ ମସିହାରେ ଭାରତ ସ୍ୱାଧିନତା ପାଇଥିଲା। କିନ୍ତୁ ଗୋଟିଏ ମୂଲ୍ୟ ସହିତ। ସ୍ୱାଧିନତା ସହିତ ଆସିଥିଲା ବିଭାଜନ। ଭାରତୀୟ ଉପମହାଦେଶ ବିଭକ୍ତ ହୋଇ ଦୁଇଟି ଦେଶ ଜନ୍ମ ନେଇଥିଲେ। ଗୋଟିଏ ଥିଲା ଭାରତ ଓ ଆରଟି ଥିଲା ପାକିସ୍ତାନ। ଏହି ଦୁଇ ଦେଶମଧ୍ୟରେ ବିଭାଜନ କେବଳ ମ୍ୟାପରେ ଗାରଟାଣି ହୋଇନଥିଲା। ଲୋକଙ୍କ ସହିତ ଜିନିଶପତ୍ରର ମଧ୍ୟ ଅଦଳବଦଳ ହୋଇଥ

Advertisement
SOCIAL MEDIA
Stop
Zee Odisha Desk|Updated: Jan 27, 2024, 09:03 PM IST

British Era Buggy:

୧୯୪୭ ମସିହାରେ ଭାରତ ସ୍ୱାଧିନତା ପାଇଥିଲା। କିନ୍ତୁ ଗୋଟିଏ ମୂଲ୍ୟ ସହିତ। ସ୍ୱାଧିନତା ସହିତ ଆସିଥିଲା ବିଭାଜନ। ଭାରତୀୟ ଉପମହାଦେଶ ବିଭକ୍ତ ହୋଇ ଦୁଇଟି ଦେଶ ଜନ୍ମ ନେଇଥିଲେ। ଗୋଟିଏ ଥିଲା ଭାରତ ଓ ଆରଟି ଥିଲା ପାକିସ୍ତାନ। ଏହି ଦୁଇ ଦେଶମଧ୍ୟରେ ବିଭାଜନ କେବଳ ମ୍ୟାପରେ ଗାରଟାଣି ହୋଇନଥିଲା। ଲୋକଙ୍କ ସହିତ ଜିନିଶପତ୍ରର ମଧ୍ୟ ଅଦଳବଦଳ ହୋଇଥିଲା। ବିଭାଜନର ହିଂସାରେ ଯଦି ଲକ୍ଷଲକ୍ଷ ଲୋକ ପ୍ରାଣ ହରାଇଥିଲୋ ତେବେ କୋଟିକୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା। ଉଭୟ ଦେଶ ମଧ୍ୟରେ ସମ୍ପତ୍ତି ବଣ୍ଟା ଥିଲା ବେସ ଜଟିଳ। ତେବେ ସବୁଠାରୁ ରୋଚକ ଥିଲା ଗୋଟିଏ ଘୋଡ଼ାଗାଡି ବା ବଗି କାହାକୁ ମିଳିବ ତାକୁ ନେଇ ହୋଇଥିବା ହଲାପଟା। ଇଏ ସେହି ବଗି,ଯେଉଁ ବଗିର ବସି ଶୁକ୍ରବାର ଦିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କର୍ତ୍ତବ୍ୟ ପଥକୁ ଆସିଥିଲେ। ଆସନ୍ତୁ ଜାଣିବା ସେହି ବଗିର ରୋଚକ କାହାଣୀ ଯାହା କୁହେ ବିଭାଜନର କଥା।

ବଗିର ଇତିହାସ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଗଣତନ୍ତ୍ର ଦିବସରେ  ଶୁକ୍ରବାର ଦିନ ଏକ ବଗିରେ ଉତ୍ସବସ୍ଥଳିକୁ ଆସିଥିଲେ। ଯାହା ଏକଦା ବ୍ରିଟିଶ ଶାସନ କାଳରେ ଭାରତର ଭାଇସରାୟଙ୍କ ଶବାରୀ ଥିଲା।ଯାହାକୁ 6ଟି ଘୋଡା ଟାଣୁଥିଲେ। ସୁନା ରିମ୍, ଲାଲ୍ ଭେଲଭେଟ୍ ଇଣ୍ଟେରିଅର୍ ଏବଂ ଅଶୋକ ଚକ୍ର ସହିତ ଏହି କଳା ବଗି ଭାଇସରାୟଙ୍କ ଗର୍ବ ଥିଲା। ଏହା ଆନୁଷ୍ଠାନିକ କାର୍ଯ୍ୟ ତଥା ଭାଇସରୟ ଭବନ (ପରବର୍ତ୍ତି କାଳରେ ରାଷ୍ଟ୍ରପତି ଭବନ) ବୁଲିବା ପାଇଁ ବ୍ୟବହୃତ ହେଉଥିଲା | ବ୍ରିଟିଶ ଶାସନ ଶେଷ ହେବା ପରେ ଉଭୟ ଭାରତ ଏବଂ ନୂତନ ଭାବେ ଗଠିତ ପାକିସ୍ତାନ ଏହି ବିଳାସପୂର୍ଣ୍ଣ ବଗି ନେବାକୁ  ଆଗ୍ରହୀ ଥିଲେ। କେହି କାହାକୁ ଏହାକୁ ଦେବାକୁ ଚାହୁଁନଥିଲେ। ତେଣୁ ଶେଷରେ  ବଗି କିଏ ପାଇବ ତାହା ସ୍ଥିର କରିବାକୁ ଉଭୟ ଦେଶ ଏକ ନିଆରା ପଦ୍ଧତି ଗ୍ରହଣ କରିଥିଲେ।

କ୍ରିକେଟ୍ ପରି ଟସ୍

ବଗି ଭାରତକୁ ମିଳିବ କି ପାକିସ୍ତାନକୁ ତାହା ନିର୍ଧାରିତ କରିବାକୁ ଟସ୍ ପକାଇବାକୁ ନିଷ୍ପତ୍ତି ନିଆଯାଇଥିଲା।  ଭାରତର କର୍ଣ୍ଣେଲ ଠାକୁର ଗୋବିନ୍ଦ ସିଂ ଏବଂ ପାକିସ୍ତାନର ସାହିବଜଦା ୟାକୁବ ଖାନଙ୍କ ମଧ୍ୟରେ ଟସ୍ ପଡିଥିଲା। ଟସ୍ ବଗିର ଭାଗ୍ୟ ସ୍ଥିର କରିଥିଲା। ଭାଗ୍ୟ ଭାରତ ସହିତ ଥିଲା ଏବଂ ଏହି ବଗି ଭାରତକୁ ମିଳିଥିଲା।  କର୍ଣ୍ଣେଲ ସିଂ ଭାରତ ପାଇଁ ବଗି ଜିତିଥିଲେ। ପରବର୍ତ୍ତୀ ସମୟରେ, ରାଷ୍ଟ୍ରପତି ଏହି ବଗିକୁ  ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଭବନରୁ ସଂସଦକୁ ଯାତ୍ରା କରିବା ପାଇଁ ବ୍ୟବହାର କରୁଥିଲେ। ଗଣତନ୍ତ୍ର ଦିବସ ପାଳନ ଓ ବିଟିଂ ଦ ରିଟ୍ରେଟ୍ କାଳରେ ମଧ୍ୟ ରାଷ୍ଟ୍ରପତି ଏହି ବଗିକୁ ବ୍ୟବହାର କରୁଥିଲେ।

ସୁରକ୍ଷାଗତ କାରଣରୁ ବଗି ବ୍ୟବହୃତ ହେଉନଥିଲା

ସୁରକ୍ଷାଗତ କାରଣରୁ ଅନେକ ବର୍ଷ ଧରି ଏହି ଖୋଲା ବଗିକୁ ରାଷ୍ଟପତି ବ୍ୟବହାର କରୁନଥିଲେ। ବଗିର ସ୍ଥାନ ନେଇଥିଲା ବୁଲେଟ୍ ପ୍ରୁଫ୍ ଗାଡି। ତେବେ ୪୦ ବର୍ଷ ପରେ ବଗି ପୁଣିଥରେ ବ୍ୟବହୃତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟ ଅତିଥି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏହି ବଗିରେ ଏକାଠି ଉତ୍ସବସ୍ଥଳକୁ ଆସିଥିଲେ। ଉଭୟଙ୍କୁ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ଭାରତୀୟ ସେନାର ତିନି ମୁଖ୍ୟ ଉପସ୍ଥିତ ଥିଲେ।

Read More
{}{}