Hindi News >>Home >>Bhubneshwar

Tirtol MLA: ବିଜେପିର ଦାବି, ଗିରଫ ହୁଅନ୍ତୁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ୍

Tirtol MLA Bijay Shankar Das: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପିଛା ଛାଡୁନି ବିବାଦ । ବିଜୟ ଶଙ୍କର ଦାସ୍ ଓ ପ୍ରେମିକା ସୋମାଲିକା ଦାସ୍ ଙ୍କ ବିବାହ କୁ ନେଇ ଗତ ୮ମାସ ତଳେ ସୃଷ୍ଟି ହୋଇଥିଲା ବଡ଼ ବିବାଦ । ହେଲେ କିଛି ମାସ ପରେ ପୁଣି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବିଧାୟକଙ୍କ କାରନାମା । ଯାହାକୁ ନେଇ ବିଜେପି ଏବେ ପ୍ରେମିକା ସୋମାଲିକାଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଛି। 

Advertisement
Tirtol MLA: ବିଜେପିର ଦାବି, ଗିରଫ ହୁଅନ୍ତୁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ୍
Stop
Narayan Behera|Updated: Feb 06, 2023, 07:09 PM IST

Tirtol MLA: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ୍ ଓ ପ୍ରେମିକା ସୋମାଲିକା ଦାସ୍ ଙ୍କ ବିବାହ କୁ ନେଇ ଗତ ୮ମାସ ତଳେ ସୃଷ୍ଟି ହୋଇଥିବା ବିବାଦ ପୁଣି କୁହୁଳିବା ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୋମାଲିକା ପୁନର୍ବାର ଜଗତସିଂହପୁର ସଦର ଥାନାରେ ବିଧାୟକ ବିଜୟ ଶଙ୍କର ଙ୍କ ନାଁରେ ସାନି ଏତଲା ଦେଇଥିଲେ। ପୂର୍ବ ଏତଲାକୁ ଭିତ୍ତି କରି ପୋଲିସ କେସ ଦାୟର କରି ନଥିବାର ଅଭିଯୋଗ କରି ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।ପୋଲିସ ସୋମାଲିକାଙ୍କ ସାନି ଏତଲାକୁ ଗ୍ରହଣ କରିବା ସହିତ ମୋକଦ୍ଦମା ରୁଜୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଜଗତସିଂହପୁର ପୋଲିସ ଏହାକୁ ଗୁରୁତର ସହକାରେ ନେଇ ଏତଲା କୁ ଗ୍ରହଣ କରିଛି। 

ପୂର୍ବ ଏତଲାକୁ ଭିତ୍ତି କରି ଗୋଟିଏ କେସ ରୁଜୁ ହୋଇଥିବା ବେଳେ ସୋମାଲିକାଙ୍କୁ ପୁନର୍ବାର ଥାନାକୁ ଡକାଯାଇ ଅଧିକ ତଦନ୍ତ କରାଯାଇଛି। କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ କାର୍ଯ୍ୟ କରିନାହିଁ ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das) ଓ ତାଙ୍କ ପ୍ରେମିକା ସୋମାଲିକା ଦାସ ବିବାହ ବିବାଦକୁ ନେଇ ଆଗକୁ ବାହାରିଛି ଜିଲ୍ଲା ବିଜେପି । ବିଜୟ ଶଙ୍କରଙ୍କ ନାଁରେ ସୋମାଲିକା ଜଗତସିଂହପୁର ଥାନାରେ  ସଙ୍ଗିନ ଅଭିଯୋଗ କରିଥିବା ବେଳେ ତାଙ୍କୁ ଏପର୍ଯ୍ୟନ୍ତ କ'ଣ ପାଇଁ ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । 

ଜିଲ୍ଲା ବିଜେପି ପକ୍ଷରୁ (District BJP)  ବିଧାୟକ ବିଜୟ ଶଙ୍କର କୁ  ଗିରଫ ଦାବି କରିଛି। ଏନେଇ ଦଳ ପକ୍ଷରୁ ଜଗତସିଂହପୁର ଠାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ସାଂସଦ ବିଭୁପ୍ରସଦ ତରାଇ ଙ୍କ ସମେତ ଦଳର ବହୁ କର୍ମକର୍ତା ଯୋଗ ଦେଇ  ଦୁଇ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ଦଳ ଆନ୍ଦୋଳନକୁ ଓଲ୍ହାଇବା ପାଇଁ ଚେତାବନୀ ଦେଇଛନ୍ତି । 

Also Read: Gopal Das: ଗୋପାଳର ସବୁ ଗୁମର ଖୋଲିବ LVA, ଜାଣନ୍ତୁ କେମିତି କରାଯାଏ ଏହି LVA ଟେଷ୍ଟ

Also Read:  Crime News: ଯୌତୁକ ଆଣି ନ ଥିବାରୁ ବୋହୂକୁ ଉଲଗ୍ନ କରି ରଖୁଥିଲେ ଶାଶୁଘର ଲୋକେ, ଦେଉଥିଲେ ପ୍ରତିଦିନ ଚେଙ୍କ

Read More
{}{}