Hindi News >>Home >>Bhubneshwar

ନବବିବାହିତ ଦମ୍ପତିଙ୍କୁ ଗର୍ଭନିରୋଧକ ବଟିକା ଗିଫ୍ଟ ଦେବେ ସରକାର

ସ୍ବାସ୍ଥ୍ୟ ବିଭାଗର NRHM ନିର୍ଦ୍ଦେଶକ ଶାଲୀନି ପଣ୍ଡିତଙ୍କ ସୂଚନା ଅନୁସାରେ କଣ୍ଡୋମ ପ୍ୟାକେଟ୍, ଓରାଲ କଣ୍ଟ୍ରାସେପଟିକ ପିଲ ବା ଗର୍ଭ ନିରୋଧକ ବଟିକା, ପ୍ରେଗନେନ୍ସି ଟେଷ୍ଟିଂ କିଟ ବା ଗର୍ଭଧାରଣ ଟେଷ୍ଟିଂ କିଟ୍, ତା ସହ ଏମର୍ଜେନ୍ସି କଣ୍ଟ୍ରାସେପ୍ଟିକ ପିଲସ ପ୍ରଦାନ କରାଯିବ । 

Advertisement
ନବବିବାହିତ ଦମ୍ପତିଙ୍କୁ  ଗର୍ଭନିରୋଧକ ବଟିକା ଗିଫ୍ଟ ଦେବେ ସରକାର
Stop
Rajesh Kumar Samantaray |Updated: Aug 12, 2022, 07:41 PM IST

ଭୁବନେଶ୍ବର(ରାଜେଶ ସାମନ୍ତରାୟ): ନବ ବିବାହିତ ଦମ୍ପତିଙ୍କ ପାଇଁ ଖୁସି ଖବର। ଆପଣଙ୍କ ବାହାଘରରେ (Marriage) ସରକାର (State Government) ଯୋଗାଇଦେବେ କଣ୍ଡୋମ (Condome) ଆଉ ଗର୍ଭ ନିରୋଧକ ବଟିକା ସମେତ ଆହୁରି କେତେ କଣ। ଏହି ଗିଫ୍ଟ (Gift) ବକ୍ସ ବା ଉପହାର ବାକ୍ସ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ (State Health Department) ଯୋଗାଇ ଦେବେ । ନବ ଦମ୍ପତିଙ୍କୁ (Newly Married) ଗିଫ୍ଟ ଭାବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶା କର୍ମୀଙ୍କ ମାଧ୍ୟମରେ ଦେବେ ଏହି ଗିଫ୍ଟ। 

ହେଲେ ଏହି ସରକାରୀ ଗିଫ୍ଟ ବକ୍ସରେ ରହିବ କଣ ? ବକ୍ସରେ ରହିବ  ୨ଟି ଟାୱେଲ, ନେଲ କଟର ବା ନଖ କାଟିବା ଯନ୍ତ୍ର , ଆଇନା, ପାନିଆଁ, ଟିକିଲି, ରୁମାଲ, ସହ ପରିବାର ନିୟୋଜନ କିଟ। ହେଲେ ଏହି ପରିବାର ନିୟୋଜନ କିଟ୍ କଣ ବା ଏଥିରେ କି ପ୍ରକାର ସାମଗ୍ରୀ ଦେବ ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ବିଭାଗର NRHM ନିର୍ଦ୍ଦେଶକ ଶାଲୀନି ପଣ୍ଡିତଙ୍କ ସୂଚନା ଅନୁସାରେ କଣ୍ଡୋମ ପ୍ୟାକେଟ୍, ଓରାଲ କଣ୍ଟ୍ରାସେପଟିକ ପିଲ ବା ଗର୍ଭ ନିରୋଧକ ବଟିକା, ପ୍ରେଗନେନ୍ସି ଟେଷ୍ଟିଂ କିଟ ବା ଗର୍ଭଧାରଣ ଟେଷ୍ଟିଂ କିଟ୍, ତା ସହ ଏମର୍ଜେନ୍ସି କଣ୍ଟ୍ରାସେପ୍ଟିକ ପିଲସ ପ୍ରଦାନ କରାଯିବ ।  ଏହା ସହ ବିବାହ ପଞ୍ଜିକରଣ ଫର୍ମ ବି ସରକାର ଦେବେ । ତା ସହ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପୁସ୍ତିକା ମଧ୍ୟ ଏହି କିଟରେ ରହିବ । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ତଥା ସେପ୍ଟେମ୍ବର ମାସରୁ ଲାଗୁ କରାଯିବ ।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଏପରି ବିବାହ କିଟ୍ ଦେବାକୁ ଯାଉଛି ନବଦମ୍ପତିଙ୍କୁ । ଏହା ଏଖ ସ୍ବାଗତ ଯୋଗ୍ୟ ପଦକ୍ଷେପ । ଏହା ଦ୍ବାରା ପରିବାର ନିୟୋଜନ ପାଇଁ ଉତ୍ସାହିତ ହେବେ ନବ ଦଂପତ୍ତି । ପୂର୍ବରୁ ପରିବାର କଲ୍ୟାଣ, ଶିଶୁ ବିକାଶ ବିଭାଗ ନବ ଜାତକ ଶିଶୁ ପାଇଁ ସ୍ବତନ୍ତ୍ର କିଟ୍ ଦେଉଛନ୍ତି ।

Read More
{}{}