Hindi News >>Home >>Bhubneshwar

Odisha Weather Update: ଚଳିତ ବର୍ଷ ବି ଫିକା ପଡିବ ପାର୍ବଣ! ଆସୁଛି ଆଉ ଦୁଇଟି ଲଘୁଚାପ, ବଢିଲା ବନ୍ୟା ଆଶଙ୍କା

Odisha Weather Update: ସେପ୍ଟେମ୍ବର ୫ ତାରିଖ ପରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଏ ନେଇ ପୂର୍ବାନୁମାନ କରିଛି। ଏହି ସମୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ସେହିପରି ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି। 

Advertisement
Odisha Weather Update: ଚଳିତ ବର୍ଷ ବି ଫିକା ପଡିବ ପାର୍ବଣ! ଆସୁଛି ଆଉ ଦୁଇଟି ଲଘୁଚାପ, ବଢିଲା ବନ୍ୟା ଆଶଙ୍କା
Stop
Zee Odisha Desk|Updated: Sep 02, 2022, 11:52 AM IST

Odisha Weather Update, ଭୁବନେଶ୍ୱର: ଗତ ଦୁଇ ବର୍ଷ କୋରୋନା ପାଇଁ ପାର୍ବଣ ଫିକା ପଡିଛି। କୋରୋନା କଟକଣା କହଳ ହେବା ପରେ ଏଥର ଧୁମଧାମରେ ଦଶହରା ଦୀପାବଳି ପାଳନ ହେବ ବୋଲି ଆଶା କରାଯାଉଛି। କିନ୍ତୁ ରାଜ୍ୟବାସୀଙ୍କ ଏହି ଆଶାରେ କଳାବାଦଲ ଛାଇ ଯାଇଛି। କାରଣ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାରଗରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଫଳରେ ରାଜ୍ୟବାସୀ ଆଉ ଏକ ବନ୍ୟାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା କରୁଛନ୍ତି।

ଓଡ଼ିଶାର ପିଛା ଛାଡୁନି ପ୍ରାକୃତିକ ବିପର୍ଯୟ। ଲଘୁଚାପ ବର୍ଷା ପାଇଁ ଗତ ମାସରେ ରାଜ୍ୟରେ ଦୁଇ ଦୁଇ ଥର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ଗ୍ରାମ ଜଳବନ୍ଦୀ ଘେରକୁ ଆସିଥିଲା। ହଜାର ହଜାର ଏକ ଫସଲ ପାଣିରେ ବୁଡିଗଲା। ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। କିନ୍ତୁ ଏବେ ଯାଏଁ କ୍ଷୟକ୍ଷତିର ଆକଳନ ହୋଇନଥିବା ଅଭିଯୋଗ ହୋଇଛି। ବନ୍ୟା ସମୟରେ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। କିଛି ବନ୍ୟା ଅଞ୍ଚଳ ପୀଡିତଙ୍କୁ ଚୂଡା ଚିନି ମଧ୍ୟ ମିଳିନଥିବା ନଜିର ରହିଛି। ଏଭଳି ସ୍ଥିତିରେ ଆଉ ଏକ ବନ୍ୟାକୁ ସାମନା କରିବା ପାଇଁ ରାଜ୍ୟବାସୀ ପ୍ରସ୍ତୁତ ନାହାନ୍ତି।

Also Read: ପାକିସ୍ତାନକୁ ବର୍ବାଦ କଲା ଚୀନ! ବାକି କାମ କରୁଛି ପାଣିପାଗ...

ଆଗକୁ ବଙ୍ଗୋପ ସାଗରରେ  ଆଉ ଦୁଇଟି ଲଘୁଚାପ ଆସୁଛି। ସେପ୍ଟେମ୍ବର ୫ ତାରିଖ ପରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଗୋଟିଏ ଆସନ୍ତା ୬ ତାରିଖ ଓ ଅନ୍ୟଟି ୧୩ ତାରିଖ ବେଳକୁ ଆସିପାରେ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ। ତେବେ ୪ ତାରିଖରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଏହି ସମୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ସେହିପରି ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି। 

ଆଇଏମଡି କହିଛି ଯେ, ଚଳିତ ମାସରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ। ମୌସୁମୀ ଦୁର୍ବଳ ହୋଇଯାଇଥିଲା। ବନ୍ୟା ପରେ ରାଜ୍ୟରେ ଆଉ ବର୍ଷା ନାହିଁ। କିନ୍ତୁ ୭ ତାରିଖ ପରେ ପୁଣିଥରେ ମୌସୁମୀ ସକ୍ରିୟ ହେବାକୁ ଯାଉଛି। ଯାହା ଫଳରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ୪ ତାରିଖରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ମେଘୁଆ ରହିବ। ତେବେ ଅକ୍ଟୋବରରେ ମଧ୍ୟ ବଙ୍ଗୋପ ସାଗରରେ ଗୋଟିଏରୁ ଦୁଇଟି ଲଘୁଚାପ ସୃଷ୍ଟିହେବା ସମ୍ଭାବନା ଅଛି। ଯହା ପାର୍ବଣ ମାହୋଲକୁ ବିଗାଡି ଦେବ ବୋଲି ଅନୁମାନ କରାଯାଉଛି।

Also Read: Odisha Weather Update: ପୁଣି ବୁଡିବ ଓଡ଼ିଶା! ଆସୁଛି ଆଉ ଦୁଇଟି ଲଘୁଚାପ, ୨୪ ଜିଲ୍ଲାରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା

ଶୁକ୍ରବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୩ ତାରିଖରେ ମଧ୍ୟ ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। 

Read More
{}{}