Hindi News >>Home >>Bhubneshwar

Odisha Weather Today: ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବାତ୍ୟାକୁ ନେଇ ବଡ଼ କଥା କହିଲା IMD

Odisha Weather Today: ଓଡିଶାରେ ହେବ କି ଆଉ ଏକ ମହାବାତ୍ୟା? ବିଦେଶୀ ସଂସ୍ଥାର ଦାବିକୁ ଖଣ୍ଡନ କଲେ ଭାରତୀୟ ପାଣିପାଗ ବିଭାଗ। କହିଲା, IMDର ଆକଳନ ଅନ୍ୟ ଦେଶ ତୁଳନାରେ ଅଧିକ ଭରସାଯୋଗ୍ୟ, ଗଜବ ଠାରୁ ଦୂରେଇ ରୁହ।

Advertisement
Odisha Weather Today: ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବାତ୍ୟାକୁ ନେଇ ବଡ଼ କଥା କହିଲା IMD
Stop
Zee Odisha Desk|Updated: Oct 13, 2022, 09:53 AM IST

Odisha Weather Today, ଭୁବନେଶ୍ୱର: ତୁହାକୁ ତୁହା ଘୁର୍ଣ୍ଣିଂବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗୁରୁବାର ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକରେ ବର୍ଷା ସଗ ବଜ୍ରପାତ ଆଶଙ୍କା ଅଛି। ଏହି ସମୟରେ ରାଜ୍ୟବାସୀଙ୍କୁ ବାତ୍ୟା ଖବର ଆତଙ୍କୀତ କରିଛି। ଯାହାକୁ ନେଇ ବୁଧବାର ଆଞ୍ଚଳିକ ପାଣିପାଗ ବିଭାଗ ସ୍ପଷ୍ଟୀ କରଣ ଦେଇଛି। ଏହା ସହ ଗୁଜବ ଠାରୁ ଦୂରେଇ ରହିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କେନ୍ଦ୍ର ଦ୍ୱାରା ଜାରି ରିପୋର୍ଟ ଅନୁସାରେ, ଆସନ୍ତା ଦୁଇ ଦିନ ରାଜ୍ୟରେ ଘଡଘଡି, ବଜ୍ରପାତ ସହ ବର୍ଷା ହେବ। ଏଥିପାଇଁ ବଙ୍ଗୋପସାଗର ଆଭ୍ୟନ୍ତରୀଣ, ଉପକୂଳର ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଓ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ଅଛି। ଏହି ସମୟରେ ପଶ୍ଚିମ ଓଡିଶାରେ ଶୁଖିଲା ପଗ ରହିବ। ତେବେ ଶୁକ୍ରବାର ପର୍ଯ୍ୟନ୍ତ ବଡ ବର୍ଷା ହେବ ନାହିଁ। ଗୋଟିଏ ଦୁଇଟି ସ୍ଥାନରେ ହୁଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 

Also Read: ଉଦଘାଟନ ପୂର୍ବରୁ ଛିଙ୍କିଲା ବିଲେଇ: ମୋଦିଙ୍କ ପାଇଁ ପୂଜାରୀଙ୍କ ଅଶୁଭ ବାଣୀ

ଗୁରୁବାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ସେହିପରି ଶୁକ୍ରବାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ବର୍ଷା ହୋଇପାରେ। ଏହା ବ୍ୟତୀତ ୧୭ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିଂବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ଫଳରେ ରାଜ୍ୟର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।

 

ସେପେଟେ ଏକ ବିଦେଶୀ ସଂସ୍ଥା ଦ୍ୱାରା କରାଯାଇଥିବା ଦାବିକୁ ଭାରତୀୟ ପାଣିପାଗ ବିଭାଗ ଖଣ୍ଡନ କରିଛି। ଆସନ୍ତା ୨୨ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ସୀତାଙ୍ଗ ନାମର ମହାବାତ୍ୟା ସୃଷ୍ଟି ହେବ। ଏହା ପୂର୍ବ ଉପକୂଳରେ ମାଡ ହେବ ବୋଲି ବିଦେଶୀ ସଂସ୍ଥାର ତଥ୍ୟାନୁସାରେ ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରିଛନ୍ତି। ଯାହାପରେ IMD ସ୍ପଷ୍ଟୀକରଣ ଜାରି କରିଛି। IMD କହିଛି, "ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରିହୋଇନାହିଁ। କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ। ପାଣିପାଗ ସହ ଜଡିତ ସଠିକ ସୂଚନା  ଦେବା ପାଇଁ ଆମେ ୨୪ ଘଣ୍ଟା କାର୍ଯ୍ୟରତ। ତେଣୁ ଆପଣମାନେ "#ଗୁଜବ" ଠାରୁ ଦୂରେଇରୁହନ୍ତୁ।" 

Also Read: Horoscope of 13th October 2022: ଗୁରୁବାର ଏହି ତିନି ରାଶିରେ ଧନପ୍ରାପ୍ତି ଯୋଗ, ଜାଣନ୍ତୁ ଶୁଭ ସମୟ ଓ ରାହୁକାଳ

IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ବାତ୍ୟାର ସାତ ଦିନ ପୂର୍ବରୁ ହେଉଥିବା ପୂର୍ବାନୁମାନ ଅଧିକ ବିଶ୍ୱାସଯୋଗ୍ୟ। ଆସନ୍ତା ସାତ ଦିନ ମଧ୍ୟରେ ବଙ୍ଗୋପସାଗରରେ କୌଣସି ବତ୍ୟା ସୃଷ୍ଟି ହେବ ସମ୍ଭାବନା ନାହିଁ। ଅନ୍ୟ ଦେଶ ତୁଳନାରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅଧିକ ଭରସାଯୋଗ୍ୟ ଓ ସଠିକତା ରହିଛି। ମଙ୍ଗଳବାର ବଙ୍ଗୋପସାଗରରେ ଘୁର୍ଣ୍ଣିଂବଳୟ ସୃଷ୍ଟି ହୋଇଥିବା ବେଳେ ୧୭-୧୮ ତାରିଖ ବେଳକୁ ଆଉ ଏକ ଘର୍ଣ୍ଣିଂବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ଅନ୍ୟପଟେ, ଆସନ୍ତା ଦୁଇ ଦିନ ମଧ୍ୟରେ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ତେବେ IMD ଦ୍ୱାରା କରାଯାଉଥିବା ପୂର୍ବାନୁମାନ ଉପରେ ମଧ୍ୟ କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି।

Read More
{}{}