Hindi News >>Home >>Bhubneshwar

Odisha Weather Today: ବାତ୍ୟା 'ସୀତାଙ୍ଗ' ପାଇଁ ବାଟ ଫିଟିଲା! ସତ ହେଉଛି ବିଦେଶୀ ସଂସ୍ଥାର ପୂର୍ବାନୁମାନ

Odisha Weather Today: ଆସନ୍ତା ତିନି ଦିନ ଭିତରେ ଦେଶରୁ ମୌସୁମୀ ଫିରିଯିବ। ରାଜ୍ୟରେ ଏବେ ବି ମୌସୁମି ସକ୍ରିୟ ରହିଛି। ଯାହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଆଗାମୀ ୧୨ ଦିନ ମଧ୍ୟରେ ରାଜ୍ୟରୁ ମୌସୁମୀ ଫେରିବାର କୌଣସି ସମ୍ଭାବନା ନାହିଁ। ତେବେ ଆସନ୍ତା ମଙ୍ଗଳବାର ଆଣ୍ଡାମାନସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। 

Advertisement
Odisha Weather Today: ବାତ୍ୟା 'ସୀତାଙ୍ଗ' ପାଇଁ ବାଟ ଫିଟିଲା! ସତ ହେଉଛି ବିଦେଶୀ ସଂସ୍ଥାର ପୂର୍ବାନୁମାନ
Stop
Zee Odisha Desk|Updated: Oct 15, 2022, 05:30 PM IST

Odisha Weather Today, ଭୁବନେଶ୍ୱର: ଆଗାମୀ ୨ ଦିନ ମଧ୍ୟରେ ପୂର୍ବ-ଭାରତ ରାଜ୍ୟ ଗୁଡିକର ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି। ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଆଗାମୀ ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ  ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ଅନୁକୂଳ ରହିଛି। ୧୮ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଅଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ମୁହାଁଇ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଶନିବାର IMD କହିଛି।

କିଛି ଦିନ ହେଲା ଅକ୍ଟୋବର ୨୨ରୁ ୨୫ ମଧ୍ୟରେ ମହାବାତ୍ୟା ସୀତାଙ୍ଗ ଆସିବା ନେଇ ଖବର ଚର୍ଚ୍ଚାରେ ଅଛି। ଆମେରକା ପାଣିପାଗ ସଂସ୍ଥାର ଏହି ଆକଳନକୁ ଭାରତୀୟ ପାଣପାଗ ବିଭାଗ ଖଣ୍ଡନ କରିଛି। କିନ୍ତୁ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ମୌସୁମୀ ବାୟୂ ସକ୍ରିୟ ଥିବାରୁ ବାତ୍ୟା ଆଶଙ୍କା ଏଡାଇ ଦିଆଯାଇନପାରେ। ଆସନ୍ତା ୫ ଦିନ ମଧ୍ୟରେ ପୂର୍ବ ଭାରତରୁ ମୌସୁମୀ ବାୟୁ ଫେରିବା ପାଇଁ ଅନୁକୂଳ ବାତାବରଣ ରହିଛି। ଯଦି ୨୧ ତାରିଖ ବେଳକୁ ରାଜ୍ୟରୁ ମୌସୁମୀ ଫେରିଯାଏ ତେବେ ବାତ୍ୟା ସମ୍ଭାବନା ଅଛି। ଆସନ୍ତା ୧୮ ତାରିଖରେ ଆଣ୍ଡାମାନସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୨୦ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଏହା ପର ସାତ ଦିନର ପାଣିପାଗ ମଡେଲ ମଧ୍ୟରେ ସାମଞ୍ଜସ୍ୟ ନାହିଁ। ଜେଏଫଏସ ମଡେଲ ଅନୁସାରେ, ୨୧ ତାରିଖ ପରଠାରୁ ବଙ୍ଗୋପସାଗରରେ ବାତ୍ୟା ଘନୀଭୂତକାରୀ ଉପାଦାନ ସକ୍ରିୟ ରହିବ। ତେବେ ୧୭ ତାରିଖ ପରେ ହିଁ ବାତ୍ୟାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟି ହେବ ବୋଲି ପଶୁପାଳକ କହିଛନ୍ତି।

Also Read: Odisha Weather Today: ବାତ୍ୟା ଖବର ସତ! ମଙ୍ଗଳବାର ବଙ୍ଗୋପସାଗର ସୃଷ୍ଟି ହେବ ଘୁର୍ଣ୍ଣିବଳୟ

 

ଆମେରିକୀୟ ପାଣିପାଗ ସଂସ୍ଥା ଦିବା କରିଛି ଯେ, ଆସନ୍ତା ୨୨ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୀତାଙ୍ଗ ନାମକ ମହାବତ୍ୟା ସୃଷ୍ଟି ହୋଇପାରେ। ଏହାକୁ ଭାରତୀୟ ପାଣିପାଗ ବିଭାଗ ଖଣ୍ଡନ କରିଛି। ଏହି ଆକଳନର କୌଣସି ଆଧାର ନାହିଁ। ସାତ ଦିନ ପୂର୍ବର ଅନୁମାନକୁ ବିଶ୍ୱାସ କରାଯାଇପାରିବ ନାହିଁ। ଅନ୍ୟଦେଶ ତୁଳନାରେ ଭାରତୀୟ ପାଣିପାଗ ବିଭାଗର ଆକଳନ ସବୁଠୁ ଅଧିକ ବିଶ୍ୱସ୍ତ ବୋଲି IMD ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଦାବି କରିଥିଲେ। ତେବେ IMD ନିର୍ଦ୍ଦେଶକଙ୍କ ବୟାନ ଅନ୍ୟ ଭାରତୀୟ ପାଣିପାଗ ବିଶେଷଜ୍ଞଙ୍କ ବୟାନ ସହିତ ତାଳମେଳ ରହୁନାହିଁ। ଅନ୍ୟପଟେ ଶୁକ୍ରବାର ପାଣିପାଗ କେନ୍ଦ୍ର ଯେଉଁ ପୂର୍ବାନୁମାନ କରିଛି ତାହା କେତେକାଂଶରେ ଆମେରିକୀୟ ପାଣିପାଗ ସଂସ୍ଥାର ତଥ୍ୟ ସହ ସମାନ୍ତର ପରିଲିକ୍ଷିତ ହେଉଛି। ତେଣୁ ବାତ୍ୟା ଆଶଙ୍କା ଏଡାଇ ଦିଆଯାଇନପାରେ।

 

ସବୁ ବର୍ଷର କାଳ ସାଜିଥିବା ଅକ୍ଟୋବର ମାସ, ଏ ବର୍ଷ ମଧ୍ୟ କାଳ ପରି ମାଡିଆସୁଥିବା ଖବରକୁ ଏଡାଇ ଦିଆଯାଇନପାରେ। ବିଦେଶୀ ପାଣିପାଗ ସଂସ୍ଥା ଓ ଭାରତୀୟ ପାଣିପାଗ ସଂସ୍ଥାର ଆକଳନ ତଥା ମତଭେଦକୁ ଗ୍ରହଣ କରିପାରୁନାହାନ୍ତି ଓଡିଶାବାସୀ। ବାତ୍ୟାକୁ ନେଇ ସପ୍ତାହେ ହେଲା ବୟାନବାଜୀ ଚାଲିଥିବା ବେଳେ ରାଜ୍ୟବାସୀ ଏବେ ବିଭ୍ରାନ୍ତିକର ପରିସ୍ଥିତିରେ ଅଛନ୍ତି। ତେବେ ଏବେ ଭାରତୀୟ ପାଣିପାଗର ବୟାନରୁ ଜଣା ପଡୁଛି, ଯେ ଆମେରିକୀୟ ସଂସ୍ଥା ପୂର୍ବରୁ ଯାହା ଆକଳନ କରିଥିବା ତାହା ସତ ହେବାକୁ ଯାଉଛି। ତେବେ ଏହାର ପ୍ରକୃତ କଥା ଆସନ୍ତୁ ଜାଣିବା...

ଓଡିଶା ଉପକୂଳରେ ପ୍ରତିବର୍ଷ ଘୁର୍ଣ୍ଣିବାତ୍ୟା ସୃଷ୍ଟି ହେବାର ଅନେକ କାରଣ ରହିଛି। ତେବେ ସମୁଦ୍ର ଜଳର ଉତ୍ତାପ ଏବଂ ସ୍ଥଳ ଭାଗର ଉତ୍ତାପକୁ ପରିଲକ୍ଷିତ କରାଯାଇ ବାତ୍ୟାର ପୂର୍ବାନୁମାନ କରାଯାଇଥାଏ। ଯେତେବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ହିମାଳୟରୁ ବାଧାପ୍ରାପ୍ତ ହୋଇ ପ୍ରତ୍ୟାବର୍ତ୍ତନ କରିଥାଏ, ସେତେବେଳ ଆଣ୍ଡାମାନ ନିକୋବରସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଅନେକ ସମ୍ଭାବନା ଦେଖାଦେଇଥାଏ। ଆରବ ସାଗର ଅପେକ୍ଷା ବଙ୍ଗୋପସାରରରେ ଘୁର୍ଣ୍ଣିବଳୟ ପାଇଁ ବାତାବରଣ ଅନୁକୂଳ ହୋଇଥାଏ। ଏହା ପ୍ରତିବର୍ଷ ଅକ୍ଟୋବର ମାସରେ ଭୟଙ୍କର ରୂପ ନେଇ ଆନ୍ଧ୍ର ଓ ଓଡିଶା ଉପରକୂଳ ଦେଇ ଉତ୍ତରରକୁ ଗତି କରିଥାଏ। ଯାହାର ଅଧିକ ପ୍ରଭାବ ଓଡିଶା ଉପରେ ପଡିଥାଏ।

Also Read: ସ୍ୱାମୀର ମୃତଦେହକୁ ବାରିରେ ପୋତିଲେ ସ୍ତ୍ରୀ: ଏକା କରିଦେଲେ ସାହିଭାଇ, ସରକାର ବି ନାହିଁ ଗରିବ ପାଇଁ

୧୯୯୯ ଅକ୍ଟୋବର ମାସର ମହାବାତ୍ୟା ଆଜି ବି ଓଡିଶାବାସୀଙ୍କ ମନରେ ଉଦଜୀବୀତ ଅଛି। ଏହି ମହାବାତ୍ୟାରେ ବେସରକାରୀ ଭାବେ ୨୦୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନୀ ହୋଇଥିଲା। ତେବେ ଏହି ପରିସ୍ଥିତିରେ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଓ IMD ମଧ୍ୟରେ କୌଣସି ତାଳମେଳ ନଥିବାରୁ ଏହା ଲୋକଙ୍କ ମଧ୍ୟରେ ଅଧିକ ଭୟ ସୃଷ୍ଟି କରୁଛି। ପ୍ରକୃତରେ ପ୍ରାକୃତିକ ବିପର୍ଯ୍ୟୟର ଦିଗ ନିର୍ଦ୍ଧରଣ କରିବା ଆଜି ପର୍ଯ୍ୟନ୍ତ କୌଣସି ପାଣିପାଗ ମଡେଲ ଶତ ପ୍ରତିଶତ ଠିକ୍ ହୋଇନାହିଁ। ଅପରପକ୍ଷରେ ଘର୍ଣ୍ଣିବାତ୍ୟାକୁ ସଂସ୍ଥାମାନେ ପ୍ରଥମେ ସାଟେଲାଇଟ ମାଧ୍ୟମରେ ଅନୁଧ୍ୟାନ କରି ଏହାର ଭବିଷ୍ୟତବାଣୀ କରିଥାନ୍ତି। ବାୟୁମଣ୍ଡଳରେ ଥିବା ଘନ ବାଦଲ ଖଣ୍ଡ ପାଇଁ ସାଟେଲାଇଟକୁ ସଠିକ ତଥ୍ୟ ମିଳିପାରେ ନାହିଁ। 

ସମ୍ଭାବ୍ୟ ବାତ୍ୟାର ସଠିକ ଆକଳନ କରିବା ପାଇଁ IMD ତରଫରୁ ସମୁଦ୍ର ଉପକୂଳରେ ଡଫଲର ରାଡାର ବସାଯାଇଛି। ଏହି ରାଡାର ୨୫୦ କିଲୋମିଟର ପରିସୀମା ଭିତରେ ଥିବା ଘୁର୍ଣ୍ଣିବଳୟର ଦିଗ ଏବଂ ସ୍ଥିତି ବିଷୟରେ ନିର୍ଭୁଲ ତଥ୍ୟ ଦେଇଥାଏ। ତେଣୁ ଡାଫଲର ରାଡାରର ଏହି ପରିଧି ଭିତରେ ଘୁର୍ଣ୍ଣିବଳୟ ଆସିଲେ ଚିତ୍ର ସ୍ପଷ୍ଟ ହୋଇପାରେ। ସୁତରାଂ, ଆମେରିକୀୟ ପାଣିପାଗ ସଂସ୍ଥାର ଇତିହାସକୁ ଦେଖିଲେ ଜଣାପଡେ ଯେ, ଏହାର ଆକଳନ ପ୍ରାୟ ସତ ହୋଇଥାଏ। ପ୍ରଥମେ ଭାରତୀୟ ପାଣିପାଗ ବିଭାଗ ମନା କରୁଥିଲା। କିନ୍ତୁ ଏବେ ଘର୍ଣ୍ଣିବଳୟ ହେବାନେଇ ସୂଚନା ଦେଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଆମେରିକା ପାଣିପାଗ ସଂସ୍ଥା, ମହାବାତ୍ୟା ନେଇ ଯେଉଁ ପୂର୍ବାନୁମାନ କରିଥିଲା ତାହା ସତହେବାକୁ ଯାଉଛି।

 

 

 

 

Read More
{}{}