Hindi News >>Home >>Bhubneshwar

Odisha Weather Today: ବାତ୍ୟା ଖବର ସତ! ମଙ୍ଗଳବାର ବଙ୍ଗୋପସାଗର ସୃଷ୍ଟି ହେବ ଘୁର୍ଣ୍ଣିବଳୟ

୧୮ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ #ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି

Advertisement
ପ୍ରତିକାତ୍ମକ
Stop
Zee Odisha Desk|Updated: Oct 14, 2022, 01:07 PM IST

Odisha Weather Today, ଭୁବନେଶ୍ୱର: ଆସନ୍ତା ତିନି ଦିନ ଭିତରେ ଦେଶରୁ ମୌସୁମୀ ଫିରିଯିବ। ରାଜ୍ୟରେ ଏବେ ବି ମୌସୁମି ସକ୍ରିୟ ରହିଛି। ଯାହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଆଗାମୀ ୧୨ ଦିନ ମଧ୍ୟରେ ରାଜ୍ୟରୁ ମୌସୁମୀ ଫେରିବାର କୌଣସି ସମ୍ଭାବନା ନାହିଁ। ତେବେ ଆସନ୍ତା ମଙ୍ଗଳବାର ଆଣ୍ଡାମାନସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଫଳରେ ରାଜ୍ୟକୁ ବାତ୍ୟା ଭୟ ଦୃଢିଭୂତ ହୋଇଛି। ଏହା ସହ ବିଦେଶୀ ପାଣିପାଗ ସଂସ୍ଥା ଓ IMDର ପୂର୍ବାନୁମାନ ମଧ୍ୟରେ ଚାଲିଥିବା ବିରୋଧାଭାଷକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଉତ୍ତର ଆଣ୍ଡାମାନସାଗର ଓ ସଂଲଗ୍ନ ଅଞ୍ଚରେ ସୃଷ୍ଟି ଘୁର୍ଣ୍ଣିବଳୟ ଏବେ କେନ୍ଦ୍ରୀୟ ବଙ୍ଗୋପସାରର ଉପରେ ରହିଛି। ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ଲାଗି ରହିଛି। ତେବେ ଏହି ବର୍ଷା କେବେ ଥମିବ ତାହା କାହାକୁ ଜଣା ନାହିଁ। କାରଣ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହେବାରେ ଲାଗିଛି। ଆସନ୍ତା ୧୮ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଯଦି ଏପରି ହୁଏ ତେବେ ଦଶହରା ପରି ଦୀପାବଳି ମଧ୍ୟ ଫିକା ପଡିବ।

ଅନ୍ୟପଟେ, ଏବେ ମଧ୍ୟ ବିଦେଶୀ ଓ ସ୍ୱଦେଶୀ ପାଣିପାଗ ବିଭାଗର ଆକଳନ ମଧ୍ୟରେ ଦ୍ୱନ୍ଦ ଲାଗିରହିଛି। ଆମେରିକୀୟ ପାଣିପାଗ ସଂସ୍ଥା ଦିବା କରିଛି ଯେ, ଆସନ୍ତା ୨୨ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୀତାଙ୍ଗ ନାମକ ମହାବତ୍ୟା ସୃଷ୍ଟି ହୋଇପାରେ। ଏହାକୁ ଭାରତୀୟ ପାଣିପାଗ ବିଭାଗ ଖଣ୍ଡନ କରିଛି। ଏହି ଆକଳନର କୌଣସି ଆଧାର ନାହିଁ। ସାତ ଦିନ ପୂର୍ବର ଅନୁମାନକୁ ବିଶ୍ୱାସ କରାଯାଇପାରିବ ନାହିଁ। ଅନ୍ୟଦେଶ ତୁଳନାରେ ଭାରତୀୟ ପାଣିପାଗ ବିଭାଗର ଆକଳନ ସବୁଠୁ ଅଧିକ ବିଶ୍ୱସ୍ତ ବୋଲି IMD ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଦାବି କରିଥିଲେ। ତେବେ IMD ନିର୍ଦ୍ଦେଶକଙ୍କ ବୟାନ ଅନ୍ୟ ଭାରତୀୟ ପାଣିପାଗ ବିଶେଷଜ୍ଞଙ୍କ ବୟାନ ସହିତ ତାଳମେଳ ରହୁନାହିଁ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁସାରେ, ରାଜ୍ୟରେ ମୌସୁମୀ ବାୟୂ ସକ୍ରିୟ ଥିବାରୁ ବାତ୍ୟା ଆଶଙ୍କା ଏଡାଇ ଦିଆଯାଇନପାରେ। ଆସନ୍ତା ୫ ଦିନ ମଧ୍ୟରେ ପୂର୍ବ ଭାରତରୁ ମୌସୁମୀ ବାୟୁ ଫେରିବା ପାଇଁ ଅନୁକୂଳ ବାତାବରଣ ରହିଛି। ଯଦି ୨୧ ତାରିଖ ବେଳକୁ ରାଜ୍ୟରୁ ମୌସୁମୀ ଫେରିଯାଏ ତେବେ ବାତ୍ୟା ସମ୍ଭାବନା ଅଛି। ଆସନ୍ତା ୧୮ ତାରିଖରେ ଆଣ୍ଡାମାନସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୧୯ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଏହା ପର ସାତ ଦିନର ପାଣିପାଗ ମଡେଲ ମଧ୍ୟରେ ସାମଞ୍ଜସ୍ୟ ନାହିଁ। ଜେଏଫଏସ ମଡେଲ ଅନୁସାରେ, ୨୧ ତାରିଖ ପରଠାରୁ ବଙ୍ଗୋପସାଗରରେ ବାତ୍ୟା ଘନୀଭୂତକାରୀ ଉପାଦାନ ସକ୍ରିୟ ରହିବ। ତେବେ ୧୭ ତାରିଖ ପରେ ହିଁ ବାତ୍ୟାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ବୋଲି ପଶୁପାଳକ କହିଛନ୍ତି।

 

 

Read More
{}{}